ETV Bharat / state

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଚେଷ୍ଟା କରିବି: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jun 5, 2022, 10:19 PM IST

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଚେଷ୍ଟା କରିବି: ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଚେଷ୍ଟା କରିବି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାକୁ ଜାତୀୟ ମାନ୍ୟତା ଦିଗରେ ଉଦ୍ୟମ କରିବା ନେଇ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରାରେ ବୁଲିଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି(ରବିବାର) ସନ୍ଧ୍ୟାରେ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ପଡାର ଶିବବିବାହ ଉତ୍ସବ ବୁଲି ଦେଖିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ଚେଷ୍ଟା କରିବି । ଏଥିସହ ଏହାର ପ୍ରଚାର ପ୍ରସାର କିପରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ ତାର ଦାୟିତ୍ୱ ନିଆଯିବ ବୋଲି କହିଛନ୍ତି ।

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଚେଷ୍ଟା କରିବି: ଧର୍ମେନ୍ଦ୍ର ପ୍ରଧାନ

ଏହା ପୂର୍ବରୁ ସେ ଯୁଜୁମୁରା ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ଏହି ସମ୍ମିଳନୀ ଅବସରରେ ମାନେଶ୍ୱର, ଜୁଜୁମୁରା, ରେଢ଼ାଖୋଲ ଓ ନାକଟିଦେଉଲ ବ୍ଳକର ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି ।

ଏହାସହ କେନ୍ଦ୍ର ମନ୍ତ୍ରୀ ୟୁଟ୍ୟୁବର ଇସାକ ମୁଣ୍ଡାଙ୍କୁ ମଧ୍ୟ ଆଜି ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ନେଇ କାର୍ଯ୍ୟକର୍ତ୍ତାମାନେ ଜନସାଧାରଣଙ୍କୁ ଅବଗତ କରିବା ନେଇ ପରାମର୍ଶ ଦେଇଥିଲେ । ବିଶେଷ କରି ଆଗାମୀ କିଛି ଦିନ ମଧ୍ୟରେ ଯୁଜୁମୁରା ବ୍ଳକ ଅଞ୍ଚଳରେ ଲାଗି ରହିଥିବା ମୋବାଇଲ ନେଟୱାର୍କ ସମସ୍ୟା ଉପରେ ପଦକ୍ଷେପ ନେଇ ମୋବାଇଲ ଟାୱ।ର ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲୀ ବିଧାୟକ ନାଉରୀ ନାଏକଙ୍କ ସମେତ ବହୁ ବିଜେପି ତୁଙ୍ଗନେତା ଉପସ୍ଥିତ ଥିଲେ ।



ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.