ETV Bharat / state

ଭିସୁଟ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଅଣିଲା ପରିବାର

author img

By

Published : Mar 1, 2023, 10:35 PM IST

ଭିସୁଟଙ୍କ ଛାତ୍ରୀ ମୃତ୍ୟୁ ଘଟଣା
ଭିସୁଟଙ୍କ ଛାତ୍ରୀ ମୃତ୍ୟୁ ଘଟଣା

ପାୱାର ଚେନାଲକୁ ଡେଇଁ ଭିସୁଟ ପାସ ଆଉଟ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଧିକ ପଢ଼ନ୍ତୁ

ଭିସୁଟଙ୍କ ଛାତ୍ରୀ ମୃତ୍ୟୁ ଘଟଣା, ସହପାଠୀଙ୍କୁ ପଚରା ଉଚରା ଜାରି

ସମ୍ବଲପୁର: ପାୱାର ଚେନାଲ କୁ ଡେଇଁ ଭିସୁଟ ପାସ ଆଉଟ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ l ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ସହର ରେ l ଗତ କାଲି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ର ସମାବର୍ତ୍ତିନ ଉତ୍ସବ ଥିବା ବେଳେ ଏଥିରେ ଯୋଗ ଦେବାକୁ ଆସିଥିବା ଚିନ୍ମୟୀ ପ୍ରିୟଦର୍ଶିନୀ ଗତ ରାତି ପ୍ରାୟ 10 ଟା ସମୟରେ ନିଜର ଜଣେ ବନ୍ଧୁ ଙ୍କ ସହ ବାଇକ ରେ ପାୱାର ଚେନେଲ ଆଡକୁ ବୁଲିବାକୁ ଆସିଥିଲେ l

ତେବେ ଚିନ୍ମୟୀ ଅଚାନକ ପାୱାର ଚେନେଲ ର ଗଭୀର ପାଣିକୁ ଡେଇଁ ପଡ଼ିଥିଲେ l ଏନେଇ ତାଙ୍କର ବନ୍ଧୁ ଭିସୁଟ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ l ଏହା ପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ ତେବେ କୌଣସି ଖୋଜ ଖବର ମିଳିନଥିଲା l ରାତି 10 ଟା ପର୍ଯ୍ୟନ୍ତ ଖୋଜା ଖୋଜି ଜାରି ରହିଥିଲା l ଆଜି ପୁଣି ଖୋଜା ଖୋଜି ଆରମ୍ଭ କରିବା ପରେ ବୁର୍ଲା ଅଗ୍ନିଶମ ବିଭାଗ ଛାତ୍ରୀଙ୍କ ମୃତ ଦେହ କୁ ଉଦ୍ଧାର କରିଛି l ବୁର୍ଲା SDPO, ଥାନା ଅଧିକାରୀ, ଭିସୁଟ କତୃପକ୍ଷ ଙ୍କ ଉପସ୍ଥିତି ରେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି l

ମିଳିଥିବା ସୂଚନା ଅନୁସାରେ ମୃତଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ବଲାଙ୍ଗୀରର ମାଲପଡା ଗାଁର ଅଟନ୍ତି l ସେ ଭିସୁଟ ଆଇଟି ବିଭାଗ ରେ ସ୍ନାତକୋତ୍ତର ପାସ କରିଥିଲେ l ଗତକାଲି ଭିସୁଟ ର ସମାବର୍ତ୍ତନ ଉତ୍ସବ ଥିବା ବେଳେ ସେ ସାର୍ଟିଫିକେଟ ନେବା ପାଇଁ ଆସିଥିଲେ l ତେବେ ଗତକାଲି ରାତିରେ ନିଜର ବନ୍ଧୁ ତଥା ସହପାଠୀ ପ୍ରୀତିମାନ ଦେଙ୍କ ସହ ସେ ମନ ଭଲ ନଥିବା କହି ପାୱାର ଚେନେଲ ଆଡକୁ ବୁଲିବାକୁ ଆସିଥିଲେ l ତେବେ କିଛି ସମୟ କଥା ହେବା ପରେ ସେ ଅଚାନକ ପାୱାର ଚେନେଲ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ ବୋଲି ସୂଚନା ମିଳିଛି l

ତେବେ କେଉଁ କାରଣ ଯୋଗୁ ତାଙ୍କର ମାନସିକ ସ୍ଥିତି ଖରାପ ହୋଇଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ l ତେବେ ଏହା ପାରିବାରିକ ଅଶାନ୍ତି, ପାଠ ଜନିତ ସମସ୍ୟା ନାଁ ପ୍ରେମ ବ୍ୟାପାର ଜନିତ କାରଣ ରୁ ହୋଇଛି ତାହା ପୋଲିସ ର ତଦନ୍ତ ହେଲା ପରେ ଜଣା ପଡିବ l ତେବେ ବୁର୍ଲା ପୋଲିସ ଚିନ୍ମୟୀ ଙ୍କ ସହପାଠୀ ତଥା ବନ୍ଧୁ ପ୍ରୀତିମାନ ଦେଙ୍କୁ ପଚରା ଉଚରା ଜାରି ରଖିଛି l

ଏହାସହ ଆଜି ପୋଲିସ ଚିନ୍ନୟୀଙ୍କ ଅନ୍ୟ କେତେକ ସହପାଠୀଙ୍କୁ ମଧ୍ୟ ପଚରା ଉଚରା କରିଛି l ସମ୍ବଲପୁର ବୁର୍ଲା ଭିସୁଟ ର ଶିକ୍ଷା ଉଚ୍ଚ ମାନର ହୋଇଥିବା ବେଳେ ଏଠାରେ ପାଠ ପଢିବା ଏକ ଗୌରବର ବିଷୟ ବୋଲି କୁହାଯାଏ l ସେଥିପାଇଁ ଏଠାରେ ପାଠ ପଢିବା ପାଇଁ ଦୂର ଦୁରାନ୍ତ ର ଛାତ୍ରଛାତ୍ରୀ ପ୍ରାଥମିକତା ଦିଅନ୍ତି l

ଅନ୍ୟପଟେ ମୃତଛାତ୍ରୀ ଙ୍କ ପରିବାର ଲୋକେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି l ଏନେଇ ସମ୍ବଲପୁର ଏସପି ବତୁଳା ଗଙ୍ଗାଧର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହାର ତଦନ୍ତ ଜାରି ରହିଛି,କେତେକ ସହପାଠୀ ଙ୍କୁ ପଚରା ଉଚରା ଜାରି ରହିଛି l ତଦନ୍ତ ପରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.