ETV Bharat / state

CNG ଗ୍ୟାସ ଟ୍ୟାଙ୍କର ଆଳରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, 6 ଗିରଫ

author img

By

Published : Jan 15, 2023, 9:53 AM IST

13 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
13 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସିଏନଜି ଗ୍ୟାସ ଟ୍ୟାଙ୍କର ଭିତରେ ଏକ ସିକ୍ରେଟ ଚେମ୍ବର କରାଯାଇ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ମାଡି ବସିଲା ସମ୍ବଲପୁର ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

13 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସମ୍ବଲପୁର: ସିଏନଜି ଗ୍ୟାସ ଚ୍ୟାମ୍ବର ଭିତରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ମାଡି ବସିଲା ସମ୍ବଲପୁର ଅବକାରୀ ବିଭାଗ l 3ଟି କାରରୁ 1 କ୍ୱିଣ୍ଟାଲ 30 କେଜି ଗଞ୍ଜେଇ ଜବତ, 6 ଗିରଫ । ଏପରି ଅଭିନଵ ଉପାୟରେ ଛତିଶଗଡ଼ ଓ ଉତ୍ତରପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ ଧରିଲା ଅବକାରୀ ବିଭାଗ । ସମ୍ବଲପୁର ଅବକାରୀ ବିଭାଗ ଏହିଭଳି ଚୋରା ଚାଲାଣ ହେଉଥିବା ବେଳେ 3 ଟି କାର ସହ 1 କ୍ୱିଣ୍ଟାଲ 30 କେଜି ଗଞ୍ଜେଇ ଜବତ କରିଛି ।

ଏହାସହ ଏହି ଅଭିଯୋଗରେ ଅବକାରୀ ବିଭାଗ 6 ଜଣ ଅଭିଯୁକ୍ତ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ସମସ୍ତେ ଛତିଶଗଡ଼ ଓ ଉତ୍ତରପ୍ରେଦେଶର ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ବିଳାଶପୁରର ବିମଲ କୁମାର ସୂର୍ଯ୍ୟବଂଶୀ, ପ୍ରକାଶ ଦାସ ମାଣିକପୁରୀ, ଅଭୟ ଶୁକ୍ଳ, ନିଖିଳ ବାତ୍ରା, ଉତ୍ତର ପ୍ରଦେଶ ମେରଟର ଭୂପେନ୍ଦ୍ର ଓ ରାୟ ବେରେଲିର ଅତୁଳ ସିଂ । ସମ୍ବଲପୁର ଅବକାରୀ ଅଧିକ୍ଷକ ଅଶୋକ ସେଠଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଚୋରା ଚାଲାଣ ନେଇ ଗତ ରାତିରୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା l ଏହି ସୂଚନା ପାଇ ଅବକାରୀ ବିଭାଗ 2 ଟିମ ଗଠନ କରି ସମ୍ବଲପୁର ଝାରସୁଗୁଡା ରାସ୍ତାରେ ଗତ ରାତିରୁ ଛକି ବସିଥିଲେ । ତେବେ ଗତକାଲି ସକାଳୁ 3ଟି କାରରେ ଝାରସୁଗୁଡା ଆଡକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହି କାର ଗୁଡିକୁ ଅବକାରୀ ବିଭାଗ ଅଟକାଇ ଥିଲା ।

ତେବେ ଗୋଟିଏ କାର ନ ଅଟକିବାରୁ କାରକୁ ପିଛା କରି ରାମ୍ପେଳା ପାଖରେ କାରକୁ କାବୁ କରିଥିବା ବେଳେ ଅନ୍ୟ 2ଟି କାରକୁ ଶାସନ ନିକଟରେ କାବୁ କରିଥିଲା ଅବକାରୀ ବିଭାଗ । ସିଏନଜି ଗ୍ୟାସ ଟ୍ୟାଙ୍କର ଭିତରେ ଏକ ସିକ୍ରେଟ ଚ୍ୟାମ୍ବର କରାଯାଇ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା l 2ଟି କାରରେ ବରଗଡ଼ରୁ ବିଳାସପୁର ଓ ଗୋଟିଏ କାରରେ ଅନୁଗୋଳରୁ ନୋଏଡାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 13 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ଅବକାରୀ ବିଭାଗର ଏହି ରେଡରେ ଇନ୍ସପେକ୍ଟର ଶ୍ରୀକାନ୍ତ ଦତ୍ତଙ୍କ ନେତୃତ୍ୱରେ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ମୋହନ ବେହେରା, ବିଶ୍ୱ ଚରଣ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ । ଗତକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ମଧ୍ୟ ସମ୍ବଲପୁର ଝାରସୁଗୁଡା ରାସ୍ତାରେ ବହୁ ଥର ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ନଜିର ରହିଛି । ତେଣୁ ଆଗକୁ ଅବକାରୀ ବିଭାଗ ଏହି ରୁଟରେ ପାଟ୍ରୋଲିଙ୍ଗ କଡା କଡ଼ି କରିବ ବୋଲି ସୂଚନା ଦେଇଛି ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.