ETV Bharat / state

ଶନିବାର ଶୀତଳଷଷ୍ଠୀ ଆଦ୍ୟପର୍ବ, କୋଭିଡ କଟକଣାରେ ହେବ ରୀତିନୀତି

author img

By

Published : May 14, 2021, 8:44 PM IST

ଆସନ୍ତା କାଲି ଶୀତଳଷଷ୍ଠୀ ଆଦ୍ୟପର୍ବ, କୋଭିଡ କଟକଣାରେ ହେବ ରୀତିନୀତି
ଆସନ୍ତା କାଲି ଶୀତଳଷଷ୍ଠୀ ଆଦ୍ୟପର୍ବ, କୋଭିଡ କଟକଣାରେ ହେବ ରୀତିନୀତି

କୋରୋନା କଟକଣାରେ ପାଳିତ ହେବ ଶୀତଳଷଷ୍ଠୀ ଯାତ୍ରା । ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହର ଥାଳ ଉଠା ପର୍ବ କୁ ପରମ୍ପରା ଅନୁଯାୟୀ ପାଳନ କରାଯିବା ନେଇ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା । ଶନିବାର ସଂଧ୍ୟା 5 ଟାରେ ସମ୍ବଲପୁରର ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିର ଥାଳ ଉଠା ସମ୍ପନ ହେବ । ତେବେ ଏଥର କୋଭିଡ୍ ଯୋଗୁଁ ଅତି ନିରାଡ଼ମ୍ବର ଭାବେ ଶୀତଳଷଷ୍ଠୀ ଯାତ୍ରା ପାଳିତ ହେବନାହିଁ ।

ଆସନ୍ତା କାଲି ଶୀତଳଷଷ୍ଠୀ ଆଦ୍ୟପର୍ବ, କୋଭିଡ କଟକଣାରେ ହେବ ରୀତିନୀତି



ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ତିଥିରେ ଏହା ଅନୁଷ୍ଠିତ ହୋଇଆସୁଛି । ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହର ପ୍ରାରମ୍ଭିକ ପର୍ବ କୁ ହିଁ ଥାଳ ଉଠା ପରମ୍ପରା କୁହାଯାଇଥାଏ ।

ଏହି ପାରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଯାତ୍ରା କମିଟି ଦେବ ଦମ୍ପତିଙ୍କ ବିବାହର ଏହି ପର୍ବରେ କନ୍ୟା ପିତା ମାତା କିଏ ହେବେ ଅର୍ଥାତ ମାତା ପାର୍ବତୀଙ୍କ ପିତା ମାତା କେଉଁ ଦମ୍ପତି ହେବେ ଓ ବିବାହ ଅନୁଷ୍ଠିତ କରି କନ୍ୟାଦାନ କରିବେ ତାହାକୁ ଚୟନ କରାଯାଏ ।

କନ୍ୟା ପିତା ମାତା ଚୟନ ହେବା ପରମ୍ପରା କୁ ହିଁ ଥାଳ ଉଠା କୁହାଯାଏ ଓ ଚୟନ ହୋଇଥିବା ଦମ୍ପତି ଏକ ଥାଳି ଉଠାଇ ଦେବ ଦମ୍ପତିଙ୍କ ବିବାହ ପାଇଁ ପାଣ୍ଠି ସଂଗ୍ରହରେ ବାହାରନ୍ତି । ଏହାକୁ ହିଁ ଥାଳ ଉଠା କୁହାଯାଏ । ଏହାର ଠିକ୍ ଗୋଟିଏ ମାସ ପରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ତେବେ ଏଥର କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ବିନା କେବଳ ବିଧି ରକ୍ଷା ପାଇଁ ଏହି ଥାଳଉଠା ପରମ୍ପରା ଅନୁଷ୍ଠିତ ହେବ ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.