ETV Bharat / state

ମହାଦେବଙ୍କ ମହାତ୍ମ୍ୟ ଶୁଣି ରାଜି ହେଲେ କନ୍ୟାପକ୍ଷ

author img

By

Published : Jun 6, 2019, 3:07 PM IST

ସମ୍ପନ୍ନ ହୋଇଛି ଶିବ-ପାର୍ବତୀଙ୍କ ନିର୍ବନ୍ଧ । ଶିବଙ୍କ ଗୁଣଗାନ କରି କନ୍ୟାପକ୍ଷଙ୍କୁ ହଁ ମନେଇଛନ୍ତି ବରପକ୍ଷ । ଆଉ ଆଜି ବାହାଘର ପାଇଁ ନିମନ୍ତ୍ରଣ ଦେବାକୁ ବାହାରିବେ ହନୁମାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ମଧ୍ୟସ୍ଥିଙ୍କ ଠାରୁ ମିଳିଛି ବାହାଘର ପ୍ରସ୍ତାବ । ଅମୁକ ଜାଗାରେ ଅଛନ୍ତି ଜଣେ ସର୍ବଗୁଣାସମ୍ପନ୍ନ କନ୍ୟା । ଖବର ପାଇ କନ୍ୟାଘରେ ପହଞ୍ଚିଛନ୍ତି ବର ପକ୍ଷ । ଯଥାରୀତି ସ୍ବାଗତ କରୁଛନ୍ତି କନ୍ୟା ପକ୍ଷ । ପଚାରୁଛନ୍ତି ଆସିବାର କାରଣ ।

ବର ପକ୍ଷ କହୁଛନ୍ତି ଆମ ପୁଅ ପାଇଁ ଆପଣଙ୍କ ଝିଅର ବିବାହ ପ୍ରସ୍ତାବ ନେଇ ଆସିଛୁ । ବରର ଯୋଗ୍ୟତା ବିଷୟରେ ଜାଣିବାର ଜିଜ୍ଞାସା ପ୍ରକାଶ କରୁଛନ୍ତି କନ୍ୟାପକ୍ଷ । ଏହାପରେ ଶିବଙ୍କ ମହାତ୍ମ୍ୟ ବଖାଣୁଛନ୍ତି ବର ପକ୍ଷ । ଯାହା ଜିଣିନେଇଛି କନ୍ୟା ଘର ମନ । ଆଉ ମହାଦେବଙ୍କୁ ଜ୍ବାଇଁ କରିବାକୁ ସ୍ଥିର କରିଛନ୍ତି । ଆନନ୍ଦଚିତ୍ତରେ ପରସ୍ପରକୁ କୋଳାଗ୍ରତ କରୁଛନ୍ତି 2 ସମୁଦି । ଫୁଲ, ବେଲପତ୍ର ଓ 72ଟି ସର୍ଗି କାଠ ବିଡା ଦେଇ ସମ୍ପନ୍ନ କରିଛନ୍ତି ନିର୍ବନ୍ଧ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁରର ଅନ୍ୟତମ ପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ଝାଡୁଆପଡା, ମୋଦିପଡା ଓ ବଡବଜାର । ବୁଧବାର ବିଳମ୍ବିତ ରାତ୍ରିରେ ଏଠାରେ ସମ୍ପନ୍ନ ହୋଇଛି ଶିବ-ପାର୍ବତୀଙ୍କ ନିର୍ବନ୍ଧ । ଲୋକନାଥ ବାବା, ଜାଗେଶ୍ବର ବାବା ଓ ଶୀତଳେଶ୍ବର ବାବାଙ୍କ ପାଇଁ ଯୋଗ୍ୟ କନ୍ୟା ଖୋଜିବାକୁ ମନ୍ଦିରରୁ ସପ୍ତ ଋଷି ଓ ବରପିତା ବାହାରିଥିଲେ । ଘଣ୍ଟ, ଘଣ୍ଟା, ଶଙ୍ଖ, ମାର୍ଦଳ ସହ ପାରମ୍ପରିକ ବାଦ୍ୟରେ କମ୍ପି ଉଠିଥିଲା ସମଗ୍ର ପରିବେଶ ।

ନିର୍ବନ୍ଧ ସରିଛି । ଏବେ ବାହାଘରର ବେଳ। ଭଗବାନ ଶିବ-ପାର୍ବତୀଙ୍କ ବାହାଘର ନିମନ୍ତ୍ରଣ ଦେବାକୁ ଆଜି ବାହାରିବେ ହନୁମାନ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

SLUG-  ଝାଡୁଆପଡା, ମୋଦୀପଡା, ବଡ ବଜାର ସମେତ ସମସ୍ତ ଶୀତଲଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ।
FORMAT-PKG
REPORTER-BADSAH JUSMAN RANA.
DATE-06-06-19
PLACE-SAMBALPUR.

ANCHOR-- ସମ୍ବଲପୁର ର ଅନ୍ୟତମ ପୁରାତନ ଶୀତଲଷଷ୍ଠୀ ଯାତ୍ରା କମିଟି କୁହାଯାଉଥିବା ଝାଡୁଆପଡା, ମୋଦୀପଡା, ବଡ ବଜାରର ପତରପେଣ୍ଡି   ନିର୍ବନ୍ଧ ବୁଧବାର ବିଳମ୍ବିତ ରାତ୍ରିରେ ସମ୍ପନ୍ନ ହୋଇଛି।ଆଜି ରାତିରେ ହେବ ହନୁମାନ ନିଉତା ବା ଦେବ ନିମନ୍ତ୍ରଣ। ଭଗବାନ ହନୁମାନ ଦିବ୍ୟ ବିମାନରେ ବାହାରି ସହରର ସବୁ ମନ୍ଦିର ଯାଇ ଶିବ ଓ ମାତା ପାର୍ବତୀଙ୍କ ବିବାହ ପାଇଁ ନିମନ୍ତ୍ରଣ କରିବେ।

ଭିଓ-1-ଶୀତଲଷଷ୍ଠୀ ପାଇଁ ଉତ୍ସଵ ମୁଖର ସମ୍ବଲପୁର ସହର। ଗତ ବୁଧବାର ରାତ୍ରିରେ ଝାଡୁଆପଡା ର ଲୋକନାଥ ବାବା, ମୋଦୀପଡା ର ଜାଗେଶ୍ୱର ବାବା ଓ ବଡ଼ ବଜାରର ଶିତଳେଶ୍ୱର ବାବାଙ୍କ ଙ୍କ କନ୍ୟା ଅନ୍ୱେଷଣ ଓ ପଟରପେଣ୍ଡି ବା ନିର୍ବନ୍ଧ ସରିଛି। ଗତ ରାତ୍ରି ପ୍ରାୟସାଢେ 8ଟା ସମୟରେ ଲୋକନାଥ ବାବା,ଜାଗେଶ୍ୱର ବାବା ଓ ଶିତଳେଶ୍ୱର ବାବା ଙ୍କ ପାଇଁ ଯୋଗ୍ୟ କନ୍ୟା ଖୋଜିବାକୁ  ମନ୍ଦିରରୁ ସପ୍ତ ଋଷି ଓ ବରପିତା ବାହାରିଥିଲେ। ଘଂଟା , ଘଣ୍ଟା, ଶଙ୍ଖ, ମର୍ଦଲ ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ବାହାରିଥିଲା କନ୍ୟା ଅନ୍ୱେଷଣ ପାଇଁ ଶୋଭାଯାତ୍ରା।ଏହି ଶୋଭାଯାତ୍ର ସହର ପରିକ୍ରମା କରି ଶେଷରେ ପହଞ୍ଚିଥିଲା ପୂର୍ବରୁ କନ୍ୟା ପିତା ମାତା ଚୟନ ହୋଇଥିବା ଦମ୍ପତିଙ୍କ ମାନଂ ଙ୍କ ଘରେ। ସେଥରେ ପହଂଚିବା ପରେ ବରପକ୍ଷ କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ କନ୍ୟା ପକ୍ଷ।

ବାଇଟ-1-ସମିତା ମୁଣ୍ଡ, ଝାଡୁଆପଡା କନ୍ୟାମାତା।
ବାଇଟ-2-ଜାଗୃତି ବହିଦାର, ମୋଦୀପଡା କନ୍ୟାମାତା।

ଭିଓ-2- ସ୍ୱାଗତ ସମ୍ବର୍ଦ୍ଧନା ପରେ ପରମ୍ପରା ଅନୁଯାୟୀ କନ୍ୟା ପକ୍ଷ ବର ପକ୍ଷକୁ ସେମାନଙ୍କ ଆଗମନର କାରଣ ପଚାରନ୍ତି। ଏହା ପରେ ବର ପକ୍ଷ ଏଠାରେ ଏକ ସୁନ୍ଦର କାନ୍ୟା ଥିବାର ଜାଣି ଭଗବାନ ଶିବଙ୍କ ପାଇଁ ସେହି କନ୍ୟାର ହାତ ମାଗିବାକୁ ଆସିଥିବାର କୁହନ୍ତି।ପରେ କନ୍ୟା ପକ୍ଷ ବର ବା ଭଗବାନ ଶଙ୍କର କଣ କରନ୍ତି ବୋଲି ପଚାରନ୍ତି। ଏହାର ଉତ୍ତରରେ ବର ପକ୍ଷ ଭଗବାନ ଶିବ ଶଙ୍କରଙ୍କ ଗୁଣ ଗାନ କରିବା  ପରେ କନ୍ୟା ପକ୍ଷ ରୁ ଆସିଥିବା ବିବାହ ପ୍ରସ୍ତାବକୁ ଗ୍ରହଣ କରାଯାଇ ନିର୍ବନ୍ଧ ପାଇଁ ସ୍ବୀକୃତି ମିଳିଥାଏ। ଏହା ପରେ ବର ପକ୍ଷ କିଛି ଫୁଲ, ବେଳ ପତ୍ର,ଚନ୍ଦନ ସହ 72 ଟି ସରଗି ପତ୍ର ର ଏକ ବିଡା ଦେଇ ନିର୍ବନ୍ଧ ସମ୍ପନ୍ନ କରିଥିଲେ। ଏହି ପରି ଭାବେ ଗତ ବୁଧବାର ରାତ୍ରିରେ ସମ୍ବଲପୁର ଝାଡୁଆପଡା,ମୋଦୀପଡା, ବଡବଜାର, ବୁଢାରାଜା ସମେତ ପ୍ରାୟ ସମସ୍ତ ଶୀତଲଷଷ୍ଠୀ ଯାତ୍ରା କମିଟିର ର ନିର୍ବନ୍ଧ ବା ପତରପେଣ୍ଡି ସମ୍ପନ୍ନ ହୋଇଛି

ବାଇଟ-3-ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,  ମୁଖ୍ୟ ପୂଜକ,ମୋଦୀପଡା ଶୀତଳଷଷ୍ଠୀ ଯାତ୍ରା।
ବାଇଟ-4-ସରୋଜ କୁମାର ସାହୁ,ସଭାପତି, ବଡବଜାର ଶୀତଳଷଷ୍ଠୀ ଯାତ୍ରା କମିଟି।

ଫଭିଓ-ଆଜି ରାତ୍ରିରେ (ଗୁରୁବାର ରାତ୍ରିରେ) ଝାଡୁଆପଡା, ମୋଦୀପଡା, ବଡବଜାର ସହ ସମସ୍ତ ଶୀତଲଷଷ୍ଠୀ ଯାତ୍ରା କମିଟିର ଦେବ ବିବାହ ବିବାହର ନିମନ୍ତ୍ରଣ ଦେବାକୁ ବାହାରିବେ ଭଗବାନ ହନୁମାନ।

ଭିଜୁଆଲ ମଜୋରୁ ଅଫଲୋଡ଼ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.