ETV Bharat / state

VijayaDashami: ସମ୍ବଲପୁରରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ

author img

By ETV Bharat Odisha Team

Published : Oct 24, 2023, 10:04 PM IST

ସମ୍ବଲପୁର ବଙ୍ଗାଳୀ ପଡା ପୂଜା ମଣ୍ଡପରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜୟ ଦଶମୀର ଅନନ୍ୟ ପରମ୍ପରା ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ବିଜୟ ଦଶମୀ ତିଥିରେ ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳ କରିଥାନ୍ତି ସମ୍ବଲପୁର ବଙ୍ଗାଳୀ ପଡାର ସଧବା ମହିଳା ମାନେ l ପ୍ରତିବର୍ଷ ବିଜୟ ଦଶମୀ ତିଥିରେ ମାଁ ଦୁର୍ଗା ଙ୍କୁ ମେଳାଣି ଦେବା ପୂର୍ବରୁ ଏହି ଖେଳର ଆୟୋଜନ ହୋଇଥାଏ । ଅଧିକ ପଢନ୍ତୁ

VijayaDashami: ସମ୍ବଲପୁରରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ
VijayaDashami: ସମ୍ବଲପୁରରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ

VijayaDashami: ସମ୍ବଲପୁରରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ

ସମ୍ବଲପୁର: ଆଜି ହେଉଛି ପବିତ୍ର ବିଜୟ ଦଶମୀ l ଏହି ଅବସରରେ ସମ୍ବଲପୁରର ବିଭିନ୍ନ ମଣ୍ଡପରେ ମା ଙ୍କ ଦଶମୀ ପୁଜା ଅନୁଷ୍ଠିତ ହୋଇଛି । ସମ୍ବଲପୁର ସହରର ବଡ ବଜାର ବଙ୍ଗାଳୀ ପଡା ଦୁର୍ଗା ପୂଜା କମିଟି ପକ୍ଷରୁ ମାଁ ନିକଟରେ ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଯାଇଛି । ବଙ୍ଗାଳୀ ପଡା ଦୁର୍ଗାପୂଜା ମଣ୍ଡପରେ ଏହି ସିନ୍ଦୁର ଖେଳ ପରମ୍ଫରା ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହାର ସ୍ବତନ୍ତ୍ରତା ରହିଛି l

ସମ୍ବଲପୁର ବଙ୍ଗାଳୀ ପଡା ପୂଜା ମଣ୍ଡପରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜୟ ଦଶମୀର ଅନନ୍ୟ ପରମ୍ପରା ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ବିଜୟ ଦଶମୀ ତିଥିରେ ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳ କରିଥାନ୍ତି ସମ୍ବଲପୁର ବଙ୍ଗାଳୀ ପଡାର ସଧବା ମହିଳା ମାନେ l ପ୍ରତିବର୍ଷ ବିଜୟ ଦଶମୀ ତିଥିରେ ମାଁ ଦୁର୍ଗା ଙ୍କୁ ମେଳାଣି ଦେବା ପୂର୍ବରୁ ଏହି ଖେଳର ଆୟୋଜନ ହୋଇଥାଏ । ମାଁ ଦୁର୍ଗା କେମିତି ଆସନ୍ତା ବର୍ଷ ପୁଣି ଶୀଘ୍ର ଆସିବେ ସେନେଇ ମାଙ୍କ ଗାଲରେ ପାନ ସେକ ଦେଇ, ସିନ୍ଦୁର ଲଗାଇ, ମିଠା ଖୁଆଇ ହସ ଖୁସିରେ ବିଦାୟ ଦେଇଥାନ୍ତି ମାଁ ଦୁର୍ଗା ଙ୍କୁ l ଆଜି ବଙ୍ଗାଳୀ ପଡା ଦୁର୍ଗା ପୁଜା ମଣ୍ଡପରେ ଅନୁଷ୍ଠିତ ସିନ୍ଦୁର ଖେଳରେ ଅଞ୍ଚଳର ବହୁ ମହିଳା ଉପସ୍ଥିତ ରହିଥିଲେ ।

ଅଧିକ ପଢନ୍ତୁ- ମଣ୍ଡପରେ ଚାଲିଛି ମା’ଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା, ସିନ୍ଦୁର ଖେଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା

ସମ୍ବଲପୁର ସହରର ବଡବଜାର ଅଞ୍ଚଳରେ ପ୍ରାୟ ୫୨ ବର୍ଷ ହେବ ବଙ୍ଗାଳୀ ପଡା ଦୁର୍ଗାପୂଜା କମିଟି ପକ୍ଷରୁ ଏଠାରେ ବିଜୟ ଦଶମୀରେ ମାଁଙ୍କ ଠାରେ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ସଂପୂର୍ଣ୍ଣ ବାଙ୍ଗୀୟ ରୀତିନୀତି ଅନୁସାରେ ବିଜୟ ଦଶମୀରେ ମାଁଙ୍କୁ ପୂଜାର୍ଚନା କରାଯିବା ପରେ ଅଞ୍ଚଳର ବହୁ ମହିଳା ପୂଜା ମଣ୍ଡପରେ ଏକତ୍ରିତ ହେଇ ମାଁ ଙ୍କ ଠାରେ ସିନ୍ଦୂର ଲଗାଇ ସାରିବା ପରେ ଅନ୍ୟ ସଧବା ମହିଳା ଙ୍କୁ ସିନ୍ଦୂର ଲଗାଇଥିଲେ । ଏହାସହ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ ।

ବିଜୟା ଦଶମୀରେ ମାଁଙ୍କ ପୂଜା ମଣ୍ଡପରେ ସିନ୍ଦୂର ଖେଳ ସହ ମାଁ ଙ୍କୁ ବିଦାୟ ଦେଇ ପୁଣି ଆଗାମୀ ବର୍ଷର ବିଜୟା ଦଶମୀକୁ ଅପେକ୍ଷାରେ ରହିଛନ୍ତି ସ୍ଥାନୀୟ ବଙ୍ଗୀୟ ମହିଳା l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.