ETV Bharat / state

ମାଡୁଛି ମହାମାରୀ, ସମ୍ବଲପୁରରେ କଟକଣା କଡାକଡି କଲା ପ୍ରଶାସନ

author img

By

Published : Jan 5, 2022, 11:07 AM IST

Updated : Jan 5, 2022, 12:53 PM IST

ମାଡୁଛି ମହାମାରୀ, ସମ୍ବଲପୁରରେ କଟକଣା କଡାକଡି କଲା ପ୍ରଶାସନ
ମାଡୁଛି ମହାମାରୀ, ସମ୍ବଲପୁରରେ କଟକଣା କଡାକଡି କଲା ପ୍ରଶାସନ

ରାଜ୍ୟରେ ଦ୍ରୁତଗତିରେ ବଢୁଛି ସଂକ୍ରମଣ । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ଦେଖି ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ନେଲା ସମ୍ବଲପୁର ଜିଲ୍ଲା ପ୍ରଶାସନ । ସହରର ସପିଂ ମଲରେ ପଇଁତରା ମାରିଲେ ଏସପି । ଅଧିକ ପଢନ୍ତୁ

ସମ୍ବଲପୁର: ଦେଶରେ ପୁଣି ଉଗ୍ର ରୂପ ଦେଖାଇଛି ମହାମାରୀ । ଭାରତର ଅନ୍ୟାନ୍ୟ ରାଜ୍ୟ ସମେତ ଓଡିଶାରେ ମଧ୍ୟ ଦ୍ରୁତଗତିରେ ବଢୁଛି ସଂକ୍ରମଣ । ଏପରିକି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦୁଇରୁ ଦୁଇ ଅଙ୍କରେ ପହଞ୍ଚିଛି । ସ୍ଥିତି ଦିନକୁ ଦିନ ଉଦବେଗ୍‌ଜନକ ହେଉଥିବାର ଦେଖି ବେଳ ଥାଉ ଥାଉ ଏହାକୁ ଆୟତ୍ତ କରିବାକୁ ଅଣ୍ଟା ଭିଡିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ସମ୍ବଲପୁରରେ ମୋଟ ୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପଜିଟିଭ ମାମଲାରେ ବଢୁଛି । ତେଣୁ ଏବେଠୁ ମହାମାରୀକୁ ରୋକିବାକୁ ଜିଲ୍ଲା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଯାଞ୍ଚ କଡାକଡି କରିବା ସହ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ଏସପି ବାତୁଲା ଗଙ୍ଗାଧର ତିଲକ ଏବଂ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ନିଜେ ଉପସ୍ଥିତ ରହି ସହରର ବିଭିନ୍ନ ସପିଂ ମଲରେ ପଇଁତରା ମାରିଛନ୍ତି । ଟିମ୍‌ରେ ଜିଲ୍ଲାପାଳ ଏବଂ ମହାନଗର ନିଗମ ଅଧିକାରୀ ପ୍ରମୁଖ ସାମିଲ ଅଛନ୍ତି ।

ମାଡୁଛି ମହାମାରୀ, ସମ୍ବଲପୁରରେ କଟକଣା କଡାକଡି କଲା ପ୍ରଶାସନ

ସପିଂ ମଲ୍‌ଗୁଡିକରେ ଅଧିକ ଭିଡ ରହୁଥିବାରୁ ସେଠାରେ ଗାଇଡଲାଇନ ସଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରାଯାଉଛି । ମଙ୍ଗଳବାର ଏସପି ଏବଂ ଅତିରିକ୍ତ ଜିଲ୍ଲାପାଳ ସହରର ତିନୋଟି ସପିଂ ମଲ୍‌କୁ ଯାଇ ଯାଞ୍ଚ କରିଛନ୍ତି । ଏଥିସହ ମଲ୍‌ରେ ପ୍ରବେଶ ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲୋକଙ୍କୁ ସଚେତନ କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାର ସବୁ ଦୋକାନ, ବଜାରରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟିମ୍ କହିଛି । ଏପରିକି ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

କୋଭିଡ ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ଏହି ଆଗୁଆ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated :Jan 5, 2022, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.