ETV Bharat / state

ରାଜରାସ୍ତାରେ ଗର୍ଜିଲେ ସରପଞ୍ଚ, 7ଦିନ ଭିତରେ ଦାବି ପୂରଣ ନହେଲେ କଲମ ଛାଡ଼ ଆନ୍ଦୋଳନ ଚେତାବନୀ

author img

By ETV Bharat Odisha Team

Published : Aug 22, 2023, 9:37 PM IST

ସମ୍ବଲପୁରରେ ସରପଞ୍ଚଙ୍କ ଆନ୍ଦୋଳନ
ସମ୍ବଲପୁରରେ ସରପଞ୍ଚଙ୍କ ଆନ୍ଦୋଳନ

ସମ୍ବଲପୁରରେ ସରପଞ୍ଚଙ୍କ ଆନ୍ଦୋଳନ । ୧୧ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ସରପଞ୍ଚ ସଂଘ । ଅଧିକ ପଢନ୍ତୁ

ରାଜରାସ୍ତାରେ ଗର୍ଜିଲେ ସରପଞ୍ଚ

ସମ୍ବଲପୁର: 11 ଦଫା ଦାବି ପୂରଣ ନେଇ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଜିଲ୍ଲା ସରପଞ୍ଚ ସଂଘ । ଆଜି ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘ ସହରର ଲକ୍ଷ୍ମୀ ଟକିଜ ଛକରୁ ଏକ ରାଲିରେ ବାହାରି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ଧାରଣାରେ ବସିଥିଲେ । ନଵୀନ ଓଡ଼ିଶା ଆମ ଓଡ଼ିଶା ବିରୋଧରେ ବିକ୍ଷୋଭ ପ୍ରଦାର୍ଶନ କରିଥିଲେ ।

ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘ ଅଭିଯୋଗ ଅନିଯାୟୀ, ଅନ୍ୟ ରାଜ୍ୟରେ ସରପଞ୍ଚମାନଙ୍କୁ ଯେଭଳି ସୁବିଧା ସୁଯୋଗ ମିଳୁଛି ତାହା ଓଡ଼ିଶାରେ ମିଳୁନାହିଁ । ଏହାସହ ନିଜ ପଞ୍ଚାୟତରେ ‘ନଵୀନ ଓଡ଼ିଶା ଆମ ଓଡ଼ିଶା’ ଯୋଜନାରେ ମଞ୍ଜୁର ଅର୍ଥର ସରାପଞ୍ଚଙ୍କ ଅଜ୍ଞାତରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ସରପଞ୍ଚଙ୍କ ଭତ୍ତା 2350 ଟଙ୍କା ଥିବା ବେଳେ ଏହାର ବୃଦ୍ଧି କରାଯାଉ । ଏହା ସହ ସରପଞ୍ଚଙ୍କ ବିରୋଧରେ ଥିବା ଅନାସ୍ଥା ପ୍ରସ୍ତାବ ଆଗତ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସରପଞ୍ଚ ସଂଘ ଦାବି କରିଛି ।

ଅଧିକ ପଢନ୍ତୁ: ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ଆନ୍ଦୋଳନ

ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘ ସଭାପତି ପ୍ରଫୁଲ୍ଲ କୁମାର ମିର୍ଦ୍ଧା କହିଛନ୍ତି, ‘‘ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛି । ସରପଞ୍ଚମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ କରାଯାଉ । ସରପଞ୍ଚଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ 20 ଲକ୍ଷ ସହାୟତା ପ୍ରଦାନ କରାଯାଉ । ଗ୍ରାମସଭା ନକରି ପ୍ରତି ପଞ୍ଚାୟତକୁ ଅସୁଥିବା 50 ଲକ୍ଷ ଟଙ୍କା ସରକାରୀ ଅଫିସରମାନେ ନିଜ ନାଁରେ ବିଲ କରୁଛନ୍ତି । ପଞ୍ଚାୟତରେ ଯାହାବି ବିକାଶମୂଳକ କାର୍ଯ୍ୟ କରାଯିବ, ଗ୍ରାମସଭାର ଅନୁମୋଦନ ରହିବା ଜରୁରୀ ।’’

ସରପଞ୍ଚ ସଂଘ ପକ୍ଷରୁ କରାଯାଇଥିବା 11 ଦଫା ଦାବି: 80 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଭତ୍ତା ବାବଦରେ 1500 ଟଙ୍କା ପ୍ରଦାନ କରାଯାଉ । ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ପ୍ରଦାନ କରିବା । ଗ୍ରାମସଭାକୁ ପୂର୍ବ ପରି ମାନ୍ୟତା ଦେଇ ତାହା ଅନୁଯାୟୀ ସବୁ କାର୍ଯ୍ୟ କରିବା । ସମସ୍ତ ଭତ୍ତାଧିକାରୀଙ୍କୁ 500 ଟଙ୍କା ବଦଳରେ 1000 ଟଙ୍କା ପ୍ରଦାନ କରାଯିବା । ପଞ୍ଚାୟତ ଟଙ୍କା ଉଠାଣ ବ୍ୟବସ୍ଥାରେ ବିଡ଼ିଓ ଙ୍କ କାଉଣ୍ଟର ସାଇନ ବ୍ୟବସ୍ଥା ଉଚ୍ଛେଦ । ପଞ୍ଚାୟତର ଜରୁରୀକାଳୀନ ପରିସ୍ଥିତି ପାଇଁ 5ଲକ୍ଷର ପାଣ୍ଠିର ବ୍ୟବସ୍ଥା ଇତ୍ୟାଦି ଦାବି କରାଯାଇଛି । ଏନେଇ ଆଜି ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଆସନ୍ତା 7 ଦିନ ଭିତରେ ଦାବୀ ପୂରଣ ଉପରେ ବିଚାର ନ କରାଗଲେ ସଂଘ କଲମ ଛାଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.