ETV Bharat / state

କଲବଲ କରୁଛି ଟାଇଁଟାଇଁ ଖରା, ସାଢେ 11ଟା ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର

author img

By

Published : Jun 12, 2023, 12:49 PM IST

Updated : Jun 12, 2023, 2:24 PM IST

heat wave warning in odisha
heat wave warning in odisha

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ସାଢେ 11ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରବାହ । ତତଲା କଡେଇଲେ ଭାଜି ହେଉଛନ୍ତି ରାଜ୍ୟବାସୀ । ଗରମ ଓ ଗୁଳିଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଜିଲ୍ଲାରେ 40 ଡିଗ୍ରୀ ପାର କରୁଛି ତାପମାତ୍ରା । ଫଳରେ ଘରୁ ବାହରକୁ ନବାହିରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଆହୁରି ଦୁଇ ଦିନ ଗ୍ରୀଷ୍ମର ପ୍ରବାହ ଜାରି ରହିବା ସହ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ-Weather Update: ରଜରେ ଜଳିବ ପୁରା ରାଜ୍ୟ ! ଆଜିଠୁ ବଢିବ ତାପମାତ୍ରା

ଆଜି ଦିନ ସାଢେ ୧୧ ଟା ସୁଦ୍ଧା ପଶ୍ଚିମ ଓଡ଼ିଶାରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁର ସର୍ବାଧିକ ତାପମାତ୍ରା ୪୨ ଡ଼ିଗ୍ରୀ ରହିଥିବା ବେଳେ ଝାରସୁଗୁଡାରେ ୪୧.୮ ଡ଼ିଗ୍ରୀ ଓ ହୀରାକୁଦରେ ୪୧.୨ ଡ଼ିଗ୍ରୀ ରୋକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ତାପମାତ୍ରା ୪୧.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୭ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଦିନ ସାଢେ ୧୧ ସୁଦ୍ଧା ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ପୁରୀରେ ୩୬.୨ ଡ଼ିଗ୍ରୀ, ପାରାଦୀପରେ ୩୪.୪ ଡ଼ିଗ୍ରୀ ଓ ଗୋପାଳପୁରରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆସନ୍ତା ଜୁନ୍‌ ୧୪ ରୁ ୧୬ ରଜପର୍ବରେ ଜାରି ରହିବ ଗ୍ରୀଷ୍ମପ୍ରବାହ ଏବଂ ଗୁଳୁଗୁଳି । ଯାହା କିଛି ମାତ୍ରାରେ ଗଣପର୍ବକୁ ଫିକା ପକାଇପାରେ ।

ଆଜି ଟ୍ୱିନ-ସିଟି କଟକ ଏବଂ ରାଜଧାନୀ ଭୁବନେଶ୍ୱର ସହରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସର୍ବୋଚ୍ଚ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୬.୫ ଡ଼ିଗ୍ରୀ ରେକର୍ଡ ହୋଇପାରେ । ଦିନ 11ଟାରୁ 3ଟା ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଏହି ସମୟରେ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଛୋଟ ପିଲା, ବୟସ୍କ ବ୍ୟକ୍ତି ତଥା ରୋଗାଗ୍ରସ୍ତ ଲୋକେ ଖରାରୁ ଦୂରେଇ ରହିବା ସହ ପର୍ଯ୍ୟାପ୍ତ ପାନୀୟ ଜଳ ପିଇବାକୁ କୁହାଯାଇଛି । ଆହୁରି ୨ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ ସହ ଅଂଶୁଘାତ ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ।

ଗତ ଜୁନ୍‌ 8 ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଏହାପରଠୁ ପୁଣି ଜାରି ରହିଛି ଗରମ ସହ ଗୁଳୁଗୁଳି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 12, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.