ETV Bharat / state

ରେସ୍କ୍ୟୁରେ ହେବନି ସମସ୍ୟା, ଯୁବ ବୈଜ୍ଞାନିକ ତିଆରି କଲେ ଭିକ୍ଟିମ ଡିଟେକ୍ସନ କ୍ୟାମେରା

author img

By ETV Bharat Odisha Team

Published : Dec 15, 2023, 1:05 PM IST

Victim Detection Camera
Victim Detection Camera

Victim Detection Camera: ଉଦ୍ଧାରକାର୍ଯ୍ୟରେ ବରଦାନ ସାଜୁଛି ଭିକ୍ଟିମ ଡିଟେକ୍ସନ କ୍ୟାମେରା । ତେବେ ଅତି ସ୍ବଳ୍ପ ଖର୍ଚ୍ଚରେ ଏହି କ୍ୟାମେରା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁରର ଯୁବ ଇଞ୍ଜିନିୟର ଆଶିଷ ମାହାଣା । ଅଧିକ ପଢନ୍ତୁ

Victim Detection Camera

ସମ୍ବଲପୁର: ଯୁବ ଇଞ୍ଜିନିଅରଙ୍କ ନୂଆ ଆବିଷ୍କାର । ଏଣିକି ଉଦ୍ଧାର କାର୍ଯ୍ୟରେ ହେବନି ସମସ୍ୟା । ସ୍ବଳ୍ପ ଖର୍ଚ୍ଚରେ ତିଆରି କରିଲେ ଭିକ୍ଟିମ ଡିଟେକ୍ସନ କ୍ୟାମେରା । ଏଣିକି 50 ଫୁଟ ଗଭୀରତାରେ ରେକର୍ଡ ହୋଇପାରିବ ଅଡିଓ ଏବଂ ଭିଡିଓ । ଏଣିକି ରେସ୍ୟୁରେ ହେବନି ସମସ୍ୟା କି ଯିବନି ଜୀବନ ! ନିଜ ଉଦ୍ୟମରେ ଅତି କମ ଖର୍ଚ୍ଚରେ ଭିକ୍ଟିମ ଡିଟେକ୍ସନ କ୍ୟାମେରା ତିଆରି କଲେ ସମ୍ବଲପୁର ଜିଲ୍ଲାର ରମ୍ପେଲା ଗାଁର ଯୁବ ଇଞ୍ଜିନିୟର ଆଶିଷ ମାହାଣା । ଗତ ମଙ୍ଗଳବାର ଦିନ ରେଙ୍ଗାଲି ଥାନା ଲାରିପାଲି ଠାରେ ବୋରଓ୍ବେଲରୁ ନବଜାତକକୁ ଉଦ୍ଧାର ପାଇଁ ଭିକ୍ଟିମ ଡିଟେକ୍ସନ କ୍ୟାମେରାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏବେ ଏହାକୁ ସ୍ବଳ୍ପ ଖର୍ଚ୍ଚରେ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଆଶିଷ ମାହାଣା ।

ମାତ୍ର 10 ହଜାର ଟଙ୍କାରେ ଭିକ୍ଟିମ ଡିଟେକ୍ସନ କ୍ୟାମେରା: ବୋରଓ୍ବେଲରୁ ନବଜାତକକୁ ଉଦ୍ଧାର ପାଇଁ ଭୁବନେଶ୍ବରରୁ ଭିକ୍ଟିମ ଡିଟେକ୍ସନ କ୍ୟାମେରା ଅଣାଯାଇଥିବା ବେଳେ ଗୁରୁତ୍ବକୁ ଦୃଷ୍ଟିରେ ରଖି ମାତ୍ର 2 ଦିନରେ ଏହି କ୍ୟାମେରା ତିଆରି କରିବା କଥା କହିଛନ୍ତି ଆଶିଷ । ମାତ୍ର 10 ହଜାର ଟଙ୍କାରେ ଏହି କ୍ୟାମେରାକୁ ତିଆରି କରିଛନ୍ତି ଯୁବ ବୈଜ୍ଞାନିକ ।

50 ଫୁଟ ଗଭୀରତାରେ ରେକର୍ଡ ହୋଇପାରିବ ଅଡିଓ ଏବଂ ଭିଡିଓ: ଏହି କ୍ୟାମେରାରେ ଗୋଟିଏ ଛୋଟ ମନିଟର, 5 ମେଗାଫିକସେଲ କ୍ୟାମେରା,12 ଭୋଲଟ ରିଚାର୍ଜେବୁଲ ବ୍ୟାଟେରୀ, ମାଇକ୍ରୋଫୋନ, ବ୍ଲ୍ୟୁ ଟୁଥ, କେବୁଲ, ଚାର୍ଜର ଇତ୍ୟାଦି ବ୍ୟବହାର ହୋଇଛି । 50 ଫୁଟ ଗଭୀର ଅଥବା ଦୂରତାରୁ ଏହି କ୍ୟାମେରା ଭିଡିଓ ଉତ୍ତୋଳନ କରିବାର କ୍ଷମତା ରଖିଛି । ଆଶିଷଙ୍କ କହିବା ଅନୁସାରେ, ସେ ଗତ 11 ତାରିଖ ଏହି ଭିକ୍ଟିମ ଡିଟେକ୍ସନ କ୍ୟାମେରା ନିଜ ଶିଳ୍ପ ଅନୁଷ୍ଠାନର ବ୍ୟବହାର ପାଇଁ ନିଜେ ତିଆରି କରିଥିଲେ । ତେବେ ଲାରିପାଲିର ବୋରୱେଲ ଭିତରେ ନବଜାତକ ଶିଶୁକନ୍ୟା ପଡିବା ଘଟଣା ପରେ ଏହି କ୍ୟାମେରାର ଗୁରୁତ୍ୱ ଜାଣି ନିଜେ ତିଆରି କରିଥିବା କ୍ୟାମେରାର କ୍ଷମତା ବୃଦ୍ଧି କରିଥିଲେ ଆଶିଷ । ଏହି କ୍ୟାମେରାରେ 50 ଫୁଟ ଦୂରରୁ ଭିଡିଓ ଓ ଅଡିଓ ରେକର୍ଡ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: Smart Helmet: ଖରା ବର୍ଷାରୁ ରକ୍ଷା କରିବ ସ୍ମାର୍ଟ ହେଲମେଟ, ମୁଣ୍ଡକୁ ରଖିବ କୁଲ୍

ପ୍ରଶାସନର ସହାୟତା ଲୋଡିଲେ ଆଶିଷ: ଗୁରୁତ୍ବ ବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଶିଷ ଏହି କ୍ୟାମେରାକୁ ତିଆରି କରିଥିବା ବେଳେ ଏହାକୁ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଜିଲ୍ଲା ପ୍ରଶାସନର ସହାୟତା ଲୋଡିଛନ୍ତି । ସାହାଯ୍ୟ ସହଯୋଗ ଦ୍ବାରା ଏହାକୁ କୌଣସି ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ଏବଂ ଏହାସହିତ ଆର୍ଥିକ ସହାୟତା ଦେଲେ ଏହାକୁ ଆହୁରି ଉଚ୍ଚ ଶକ୍ତି ସମ୍ପନ୍ନ କରାଯାଇ ପାରିବ ବୋଲି କହିଛନ୍ତି ଆଶିଷ । ତେବେ ବର୍ତ୍ତମାନ ପରିସ୍ଥିତିରେ କୌଣସି ଉଦ୍ଧାର କାର୍ଯ୍ୟ ପାଇଁ ଏହି କ୍ୟାମେରାର ଆବଶ୍ୟକତା ପଡିଲେ ବିନା ମୂଲ୍ୟରେ କ୍ୟାମେରା ଦେଇ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।

ପେସାରେ ଆଶିଷ ଜଣେ ଇଞ୍ଜିନିୟର: ପେସାରେ ଇଞ୍ଜିନିଅର ହୋଇଥିବା ଆଶିଷଙ୍କର ନୂଆ ନୂଆ ବସ୍ତୁ ଉଦ୍ଭାବନ କରିବା ନିଶା ବୋଲି ସେ କହିଛନ୍ତି । ପୂର୍ବରୁ ସେ ଅଲ ୱେଦର ହେଲମେଟ, ରୋବୋଟିକ ନର୍ସ ପରି ଅନେକ ଉଦ୍ଭାବନ କରିଛନ୍ତି। ସେ ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ହାର୍ଡୱେରରେ ଡିପ୍ଲୋମା କରିଥିବା ବେଳେ MBA ମଧ୍ୟ କରିଛନ୍ତି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.