ETV Bharat / state

ବିଜୁ ପ୍ରିମିୟର ଲିଗକୁ ନେଇ ପ୍ରଶ୍ନ ଉଠାଇଲା ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା

author img

By ETV Bharat Odisha Team

Published : Nov 4, 2023, 7:59 PM IST

ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ବିନୀ ମାଝୀ କହିଛନ୍ତି ‘‘ସମ୍ବଲପୁର ଜିଲ୍ଲାରେ ଖେଳାଳୀ ମାନଙ୍କ ପାଇଁ ଭିତ୍ତିଭୂମିର ଅଭାବ ରହିଛି । ଅନେକ ଗୁଡିଏ ସମସ୍ୟା ରହିଛି l ସରକାରୀ ସ୍କୁଲ ଗୁଡିକରେ କ୍ରୀଡା ଶିକ୍ଷକଙ୍କ ଅଭାବ ସହ ଛାତ୍ରବାସର ଅଭାବ ରହିଛି । ଅଧିକ ପଢନ୍ତୁ

ବିଜୁ ପ୍ରିମିୟର ଲିଗକୁ ନେଇ ପ୍ରଶ୍ନ ଉଠାଇଲା  ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା
ବିଜୁ ପ୍ରିମିୟର ଲିଗକୁ ନେଇ ପ୍ରଶ୍ନ ଉଠାଇଲା ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା

ବିଜୁ ପ୍ରିମିୟର ଲିଗକୁ ନେଇ ପ୍ରଶ୍ନ ଉଠାଇଲା ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବିଜେଡି ପକ୍ଷରୁ ଚାଲିଥିବା ବିଜୁ ପ୍ରିମିୟମ ଲିଗ କାର୍ଯ୍ୟକ୍ରମ ନେଇ ପ୍ରଶ୍ନ ଉଠାଇଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା l ଆସନ୍ତା ନିର୍ବାଚନ ପୂର୍ବରୁ ଏହା ବିଜେଡିର ଲଳିପପ ବୋଲି ଅଭିଯୋଗ କରିଛି ବିଜେପି ଯୁବ ମୋର୍ଚ୍ଚା l ବିଜୁ ଯୁବ ବାହିନୀ ପରି ଏହାକୁ ମଧ୍ୟ ନିର୍ବାଚନୀ ଫାଇଦା ପାଇଁ ବିଜେଡି ଆରମ୍ଭ କରିଥିବା ଅଭିଯୋଗ କରିଛି ଯୁବ ମୋର୍ଚ୍ଚା ।

ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ବିନୀ ମାଝୀ କହିଛନ୍ତି ‘‘ସମ୍ବଲପୁର ଜିଲ୍ଲାରେ ଖେଳାଳୀ ମାନଙ୍କ ପାଇଁ ଭିତ୍ତିଭୂମିର ଅଭାବ ରହିଛି । ଅନେକ ଗୁଡିଏ ସମସ୍ୟା ରହିଛି l ସରକାରୀ ସ୍କୁଲ ଗୁଡିକରେ କ୍ରୀଡା ଶିକ୍ଷକଙ୍କ ଅଭାବ ସହ ଛାତ୍ରବାସର ଅଭାବ ରହିଛି । ସମ୍ବଲପୁର ଜିଲ୍ଲାରେ ରାଜ୍ୟ ଓ ଜାତୀୟ ସ୍ତରର ଫୁଟବଳ ଖେଳାଳୀ ଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ଭିତ୍ତିଭୂମି କି ସୁବିଧା ସୁଯୋଗ ନାହିଁ । ବିଜେଡି ସରକାର ସେହି ଦିଗରେ କାମ ନକରି କେବଳ ଭୋଟ ରାଜନୀତି କରୁଛନ୍ତି । ’’

ଅଧିକ ପଢନ୍ତୁ- ଛାତ୍ରବୃତ୍ତି ଦୁର୍ନୀତି ଅଭିଯୋଗ, ବ୍ୟାପକ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା

ଦଳ ଅଭିଯୋଗ କରିଛି ଆଗକୁ ନିର୍ବାଚନ ଥିବାରୁ ଦଳୀଯ ଫାଇଦା ପାଇଁ ବିଜେଡି ବିଜୁ ପ୍ରିମିୟର ଲିଗ କାର୍ଯ୍ୟକ୍ରମ କରୁଛି । ଗତ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ କରି ଯେପରି ନିର୍ବାଚନୀ ଫାଇଦା ପାଇଥିଲା ବିଜେଡି ଏବେ ସେହି ନୀତି ଅବଲମ୍ବନ କରୁଥିବା ବିଜେପି ଅଭିଯୋଗ କରିଛି । ବିଜୁ ପ୍ରିମିୟମ ଲିଗ ଦ୍ବାରା ଟଙ୍କା ବାଣ୍ଟି ପାରେ ବୋଲି ସନ୍ଦେହ କରିଛି ।

ଜିଲ୍ଲା କ୍ରୀଡା ସଂଘର ସଭାପତି ନିଜେ ସମ୍ବଲପୁର ଜିଲ୍ଲାପାଳ ଥିବା ବେଳେ କାହିଁକି ଜିଲ୍ଲା ର କ୍ରୀଡା ର ବିକାଶ ପାଇଁ ଗୁରୁତ୍ବ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା । ୨୦୧୯ ସାଧାରଣ ନିର୍ବାଚନ ପୁର୍ବରୁ ଭିଏସଏସ ଷ୍ଟାଡିୟମରେ ବିଜୁ ଯୁବ ବାହିନୀର ସମାବେଶ ସମୟରେ ଷ୍ଟାଡିୟମର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପାଣ୍ଠି ମିଳିନଥିବା ଯୁବ ମୋର୍ଚ୍ଚା ଅଭିଯୋଗ କରିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.