ETV Bharat / state

ସମ୍ବଲପୁରରେ ନିର୍ମାଣ ହେବ ନେକଲେସ ରୋଡ଼: 466 କୋଟି ବ୍ୟୟ ଅଟକଳ

author img

By

Published : Feb 4, 2021, 6:14 PM IST

ସମ୍ବଲପୁରରେ ନିର୍ମାଣ ହେବ ନେକଲେସ ରୋଡ଼: 466 କୋଟି ବ୍ୟୟ ଅଟକଳ
ସମ୍ବଲପୁରରେ ନିର୍ମାଣ ହେବ ନେକଲେସ ରୋଡ଼: 466 କୋଟି ବ୍ୟୟ ଅଟକଳ

ସମ୍ବଲପୁରରେ ନିର୍ମାଣ ହେବ ବାଇପାସ ରିଂ ରୋଡ । 466 କୋଟି ବ୍ୟୟ ବରାଦରେ ନିର୍ମାଣ ହେବ ଏହି ବାଇପାସ ରୋଡ । ଅଧିକ ପଢନ୍ତୁ...

ସମ୍ବଲପୁର: ଜିଲ୍ଲାରେ ବୃଦ୍ଧି ପାଉଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତମାଲା ପ୍ରୋଜେକ୍ଟ ଅଧିନରେ ସମ୍ବଲପୁର ସହରର ଚାରିପାଖ ଦେଇ ଏକ ବାଇପାସ ରିଂ ରୋଡ଼ ନିର୍ମାଣ ହେଉଛି । ଏହାକୁ ନେକଲେସ ରୋଡ଼ ମଧ୍ୟ କୁହାଯାଇଛି । ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ(NHAI) ଦ୍ୱାରା ଏହି ରୋଡ଼ ନିର୍ମାଣ ହେବ । ଏହି ରୋଡ଼ ହେଲେ ସହରର ଟ୍ରାଫିକ ସମସ୍ୟା ଦୂରୀକରଣ ହେବା ସହ ଏହାର ସୌନ୍ଦର୍ଯ୍ୟକରଣ ମଧ୍ୟ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ସମ୍ବଲପୁରରେ ନିର୍ମାଣ ହେବ ନେକଲେସ ରୋଡ଼: 466 କୋଟି ବ୍ୟୟ ଅଟକଳ
ସମ୍ବଲପୁର ସହର ଚାରି ପାଖ ଦେଇ ଯିବ ନେକଲେସ ରୋଡ଼ । ସହର ମଧ୍ୟକୁ ଆଉ କୌଣସି ଭାରିଯାନ ପ୍ରବେଶ କରିବ ନାହିଁ । କାରଣ ଚାରି ଲେନ ବିଶିଷ୍ଟ ନେକଲେସ ରୋଡ଼ ଟି 53 ନମ୍ବର ରାଜପଥ, 55 ନମ୍ବର ରାଜପଥ ଓ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରିବ । ବରଗଡ଼ ସମ୍ବଲପୁର ରାସ୍ତାର ଗୋଶାଳା ଛକରୁ ଏହି ନେକଲେସ ରୋଡ଼ ଆରମ୍ଭ ହୋଇ ଚିପିଲିମା, ଗୁଣ୍ଡର ପୁର, ମାନେଶ୍ୱର, ଜୟନ୍ତ ପୁର, ସିନ୍ଦୁର ପଙ୍କ, ତବଲା ଦେଇ ସମ୍ବଲପୁର ଝାରସୁଗୁଡା ରାସ୍ତାର ରାଣୀଖିଣ୍ଡା ଠାରେ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରିବ ।

ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିବାକୁ ଏକ ସଂସ୍ଥାକୁ NHAI ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ପ୍ରକଳ୍ପ ପାଇଁ ପାଖାପାଖି 466 କୋଟି ବ୍ୟୟ ଅଟକଳ ହୋଇଛି । ରୋଡ଼ର ଦୀର୍ଘତା 37.820 କିମି ରହିବା ସହ ଏଥିପାଇଁ 579.761 ଏକର ଜମି ଅଧିଗ୍ରହଣ କରାଯିବ । ଏଥିରେ 367.841 ଏକର ଘରୋଇ ଜମି ଓ 178.449 ଏକର ସରକାରୀ ଜମି ଅନ୍ତର୍ଭୁକ୍ତ ରହିଛି । ଏହା ଦ୍ୱାରା 1669ଟି ପ୍ଲଟ ପ୍ରଭାବିତ ହେବ ବୋଲି ସୂଚନା ମିଳିଛି । ସେହିପରି ଏହି ନେକଲେସ ରୋଡ଼ର ବିଭିନ୍ନ ସ୍ଥାନରେ ଟ୍ରକ ଓ ବସ ରହଣି ପାଇଁ ଟର୍ମିନାଲର ବ୍ୟବସ୍ଥା କରାଯିବ ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.