ETV Bharat / state

ଚାରି ଦ୍ୱାର ପ୍ରବେଶ ଓ ରତ୍ନ ଭଣ୍ଡାର ଖୋଲିବା ଦାବି: ସମ୍ବଲପୁରରେ ଗର୍ଜିଲା ଜଗନ୍ନାଥ ସେନା

author img

By ETV Bharat Odisha Team

Published : Dec 6, 2023, 6:57 AM IST

ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ
ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ

ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନଭଣ୍ତାର ଖୋଲିବା ନେଇ ସମ୍ବଲପୁରରେ ବିକ୍ଷୋଭ । ଶ୍ରୀ ଜଗନ୍ନାଥ ସେନା ଓ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ସମ୍ପନ୍ନ ହୋଇଯାଇଛି । ଅଧିକ ପଢ଼ନ୍ତୁ

ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ

ସମ୍ବଲପୁର: ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ତାର ଖୋଲିବା ଦାବିରେ ସମ୍ବଲପୁରରେ ବିକ୍ଷୋଭ । ଶ୍ରୀ ଜଗନ୍ନାଥ ସେନା ଓ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ମା’ ସମଲେଶ୍ଵରୀଙ୍କ ପୀଠରେ ଏହି ଯାତ୍ରା ଶେଷ ହୋଇଥିଲା । ଶ୍ରୀମନ୍ଦିରର ଚାରି ଦ୍ୱାର ପ୍ରବେଶ ଅନୁମତି ଓ ରତ୍ନ ଭଣ୍ତାର ଖୋଲିବା ଦାବି ନେଇ ପ୍ରଶାସନ ୨ ମାସର ଲିଖିତ ପ୍ରତିଶୃତି ଦେଇଥିବାରୁ ଓଡିଶା ବନ୍ଦ ପାଳନକୁ ସ୍ଥଗିତ ରଖିଛି ମଞ୍ଚ ।

ପୁରୀ ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନଭଣ୍ତାର ଖୋଲିବା ନେଇ ଜଗନ୍ନାଥ ସେନାର ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ । ଆଜି ସମ୍ବଲପୁରରେ ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ, ପୁରୀ ପକ୍ଷରୁ ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନ ଭଣ୍ତାର ଖୋଲିବା ପ୍ରସଙ୍ଗ ନେଇ ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ମଞ୍ଚର ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସମ୍ପକ ଯାତ୍ରା ଆଜି ସମ୍ବଲପୁର ମା’ ସମଲେଶ୍ଵରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ରତ୍ନଭଣ୍ତାରର ଲେଜର ସ୍କାନିଂ ଶେଷ ହୋଇଛି । ତେବେ ଏହାଦ୍ୱାରା ରତ୍ନ ଭଣ୍ଡାରର ଗଣତି ହୋଇପାରିବ ନାହିଁ ବୋଲି ଅଭିଯୋଗ ହୋଇଛି । ଲେଜର ସ୍କାନିଂ ନାଁରେ ପ୍ରଶାସନ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଥିବା କହି ଘୋର ବିରୋଧ କରିଛି ଜଗନ୍ନାଥ ସେନା । ତେବେ ଚାରି ଦ୍ୱାର ଖୋଲିବା ଓ ରତ୍ନ ଭଣ୍ତାର ଖୋଲିବା ନେଇ ପ୍ରଶାସନ ୨ ମାସର ଲିଖିତ ପ୍ରତିଶୃତି ଦେଇଥିବାରୁ ମଞ୍ଚ ପକ୍ଷରୁ ଓଡିଶା ବନ୍ଦ ପାଳନକୁ ସ୍ଥଗିତ ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୋଢୁଆଁ ନୀତି, ଜନସମୁଦ୍ର ବଡ଼ଦାଣ୍ଡ

ଏହାସହ ଆଗାମୀ ନିର୍ବାଚନ ପୂର୍ବରୁ ଚାରି ଦ୍ଵାର ଓ ରତ୍ନଭଣ୍ତାର ଖୋଲିବାକୁ ଦାବି କରିବା ସହ ସରକାର କାହିଁକି ଚାରି ଦ୍ବାର ଓ ରତ୍ନଭଣ୍ତାର ଖୋଲିବାକୁ ଭୟ କରୁଛନ୍ତି ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଛି l ଆଜି ସମ୍ବଲପୁରର ବିଭିନ୍ନ ସଂଗଠନ ଜଗନ୍ନାଥ ସେନାର ଏହି ଆନ୍ଦୋଳନକୁ ସମର୍ଥନ କରାଛନ୍ତି । ତେବେ ଚାରି ଦ୍ଵାରର ସୁବିଧା ଥାଇ ମଧ୍ୟ ଲୋକଙ୍କୁ କେବଳ ପୂର୍ବ ଦ୍ବାର ଦେଇ ଯିବାର ଅନୁମତି ରହିଛି । ଯାହାଦ୍ବାରା ଲୋକମାନଙ୍କ ଦର୍ଶନରେ ବିଳମ୍ବ ହେବା ସହ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଭକ୍ତ ଏହି ଭିଡ଼ କାରଣରୁ ଦର୍ଶନରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଚାରି ଦ୍ଵାର ଖୋଲିବାକୁ ଦାବି ହୋଇଛି ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.