ETV Bharat / state

ଭୂମିହୀନଙ୍କୁ ପଟ୍ଟା ଦେଇ ଜମି ଦେବାକୁ ଭୁଲିଗଲେ ରାଜ୍ୟ ସରକାର

author img

By ETV Bharat Odisha Team

Published : Sep 10, 2023, 2:00 PM IST

ଜୁଯୁମୁରା ତହସିଲ ଅଫିସ ଘେରାଉ
ଜୁଯୁମୁରା ତହସିଲ ଅଫିସ ଘେରାଉ

ଜମିପଟ୍ଟା ମିଳିବାର ଦୀର୍ଘ ବର୍ଷ ପରେ ବି ଭୂମିହୀନଙ୍କୁ ମିଳୁନି ଜମି l ଜୁଯୁମୁରା ତହସିଲ ଅଫିସ ଘେରାଉ କଲେ ହିତାଧିକାରୀ । ଅଧିକ ପଢନ୍ତୁ

ଭୂମିହୀନଙ୍କୁ ପଟ୍ଟା ଦେଇ ଜମି ଦେବାକୁ ଭୁଲିଗଲେ ରାଜ୍ୟ ସରକାର

ସମ୍ବଲପୁର: ସରକାରଙ୍କ ପ୍ରତିଶ୍ରୁତି ପରେ ବି ଭୂମିହୀନଙ୍କୁ ମିଳୁନି ଜମି । ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ପ୍ରକୃତ ଭୂମିହୀନ ଗରିବ ଲୋକଙ୍କୁ ପଟ୍ଟା ଦେଇ ଜମି ଦେବାକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର । ୨୦୦୬ ମସିହାରେ ଜୁଯୁମୁରା ଅଞ୍ଚଳର ଭୂମିହୀନ ଆଦିବାସୀମାନଙ୍କୁ ଜମି ଦେବା ଉଦ୍ଦେଶ୍ୟରେ ପଟ୍ଟା ପ୍ରଦାନ କରାଯାଇଥିଲା । ଇତିମଧ୍ୟରେ ୧୬ ବର୍ଷ ବିତି ଯାଇଥିଲେ ବି ଲୋକଙ୍କୁ ଜମି ମିଳିପାରିଲା ନାହିଁ । ଏନେଇ ହିତାଧିକାରୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଶନିବାର ଦିନ ହିତାଧିକାରୀମାନେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ଜୁଯୁମୁରା ପଞ୍ଚାୟତର ବିଭିନ୍ନ ଗ୍ରାମର ୬୪ଟି ଭୂମିହୀନ ଗରିବ ପରିବାରକୁ ୨୦୦୬ ମସିହାରେ ୪ ଡିସିମିଲ ଲେଖାଏଁ ଜମି ଦେବା ପାଇଁ ପଟ୍ଟା ପ୍ରଦାନ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଜାଗା ଚିହ୍ନଟ କରାଯାଇ ନାହିଁ କି ଜମି ପ୍ରଦାନ କରାଯାଇନାହିଁ l ଓଲଟା ଏହି ଜମିତକ ଏବେ ଜଣେ ନେତା ଅକ୍ତିଆର କରିନେଇଥିବା ଅଭିଯୋଗ ହୋଇଛି । ସେପଟେ ହିତାଧିକାରୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ଜମି ମିଳୁ ନଥିବାରୁ ସେମାନେ ଗତକାଲି ଜୁଯୁମୁରା ତହସିଲ କାର୍ଯ୍ୟାଳୟ ଘେରିଥିଲେ ।

ଏହାମଧ୍ୟ ପଢନ୍ତୁ: ସମସ୍ୟା ପାହାଡରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ: ମାଳ ମାଳ ଅଭିଯୋଗ, କେବେ ସୁଧୁରିବ ସ୍ବାସ୍ଥ୍ୟସେବା

ପୂର୍ବରୁ ଏହି ହିତାଧିକାରୀମାନେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜୁଯୁମୁରା ତହସିଲ ଅଫିସ ଘେରାଉ କରିଥିଲେ l ସେତେବେଳେ ତତ୍କାଳୀନ ତହସିଲଦାର ଗୋଟିଏ ମାସ ମଧ୍ୟରେ ଜମି ଦେବା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା l ତେଣୁ ଶତାଧିକ ଭୂମିହୀନ ଜୁଯୁମୁରା ତହସିଲ ଅଫିସ ଘେରିବା ସହ ତାଲା ପକାଇଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସକାଳୁ ବର୍ଷାରେ ଭିଜି ଭିଜି ଭୂମିହୀନ ଆଦିବାସୀମାନେ ତହସିଲ ଅଫିସ ଘେରିବା ପରେ ୨ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ଜମି ପ୍ରଦାନ କରାଯିବା ବୋଲି ସନ୍ଧ୍ୟାରେ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ପରିସ୍ଥିତି ଶାନ୍ତ ପଡିଥିଲା l ତେବେ ୧୬ ବର୍ଷରୁ ଅଧିକ ହେବ ହେବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଲେଣି, ତଥାପି କାହିଁକି ଏ ପର୍ଯ୍ୟନ୍ତ ଜମି ଚିହ୍ନଟ କରାଯାଇ ନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.