ETV Bharat / state

ବହୁବିଧ ସମସ୍ୟା ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଧ୍ୟାପକ ସଂଘ

author img

By

Published : Jan 26, 2023, 9:00 AM IST

Non Govt lecturers protest
ପ୍ରଶାସନର ଦ୍ୱାରସ୍ଥ ହେଲେ ଅଧ୍ୟାପକ ସଂଘ

ରାଜରାସ୍ତାକୁ ଓହ୍ଲାଇଛି ଅଧ୍ୟାପକ ସଂଘ । ସମସ୍ୟାର ସମାଧାନ ନହେବାରୁ ଜିଲ୍ଲାପ୍ରଶାସନର ହେଲା ଦ୍ବାରସ୍ଥ । ଅଧିକ ପଢ଼ନ୍ତୁ

ପ୍ରଶାସନର ଦ୍ୱାରସ୍ଥ ହେଲେ ଅଧ୍ୟାପକ ସଂଘ

ସମ୍ବଲପୁର : ସମ୍ବଲପୁରରେ ବେସରକାରୀ କଲେଜ ଅଧ୍ୟାପକଙ୍କ ଆନ୍ଦୋଳନ । ବିଭିନ୍ନ ପ୍ରକାର ସମସ୍ୟା ନେଇ ଆଜି ୨ଟି ଅଧ୍ୟାପକ ସଂଘର ସଦସ୍ୟ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଆଜି Odisha State Non Govt Lecturer and Employee Association ଓ 662 ବର୍ଗ କଲେଜ ଅଧ୍ୟାପକ, କର୍ମଚାରୀ ସଂଘ, ସମ୍ବଲପୁର ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ବର୍ଗର ଅଧ୍ୟାପକମାନଙ୍କୁ କୌଣସି ସରକାରୀ ଅନୁଦାନ ଦିଆଯାଉନି । ଏନେଇ ପୂର୍ବରୁ ଆନ୍ଦୋଳନ ଜାରି ରହିଥିବା ବେଳେ ହକି ବିଶ୍ୱ କପ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ସଂଘ । ଅନ୍ୟପଟେ ଆଜି 662 ବର୍ଗ କଲେଜ ଅଧ୍ୟାପକ, କର୍ମଚାରୀ ସଂଘ, ସମ୍ବଲପୁର ଶାଖା ପକ୍ଷରୁ ମଧ୍ୟ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଗତ 21 ଜାନୁଆରୀ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ସ୍ଥିରିକୃତ ନୂତନ ଦରମା ପଦ୍ଧତିକୁ ସଂଘ ବିରୋଧ କରୁଥିବା ସୂଚନା ଦିଆଯାଇଛି । ଗତବର୍ଷ ଡିସେମ୍ବର 30 ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅବିକଳ ସପ୍ତମ ବେତନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହାକୁ ଭିତ୍ତି କରି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ୟା 1396 ଗତ 11.01.2022 ତାରିଖରେ ପ୍ରକାଶ କରିଥିଲେ । ଦୀର୍ଘ ୧ ବର୍ଷ ଧରି ସମାନ ହାରରେ ଦରମା ଦେଇ ଆସୁଥିଲେ। ତେବେ ଗତ ଜାନୁଆରୀ 21 ତାରିଖରେ ପୁଣି କ୍ୟାବିନେଟ ବୈଠକରେ କିଛି ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇ 10 ଟଙ୍କାର ଦରମାର ତାରତମ୍ୟ ଘୋଷଣା କରାଯାଇଛି । ଏଥିରେ 488 ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କୁ ଅଧିକ ଅନୁକମ୍ପା ଦେଖା ଯାଇଥିବା ଅଭିଯୋଗ କରିଛି ସଂଘ ।

ଦରମାରେ ପାତର ଅନ୍ତର ଅଧ୍ୟାପକଙ୍କ ସମ୍ମାନ ହାନି କରୁଛି ବୋଲି ସଂଘ କହିଛି । ଏହି ସବୁ ସମସ୍ୟା ନେଇ ଆଜି ସମ୍ବଲପୁର ଜିଲ୍ଲାର 22ଟି କଲେଜର ଅଧ୍ୟାପକ ଓ କର୍ମଚାରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସବୁ ସମସ୍ୟା ନେଇ ରାଜ୍ୟ ସରକାର ଗମ୍ଭୀରତା ପ୍ରକାଶ ନକଲେ ଆଗାମୀ ଦିନରେ ଆଗାମୀ ଯୁକ୍ତ 2 ଓ ଯୁକ୍ତ 3 ପରୀକ୍ଷା ଅସହଯୋଗ ଓ ମୂଲ୍ୟାୟନ ବର୍ଜନ କରିବେ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଦସ୍ୟ ସଞ୍ଜୟ କୁମାର ସାହୁ କହିଛନ୍ତି "ନିକଟ କ୍ୟାବିନେଟରେ ସରକାର ଆମ ପ୍ରତି ପାତରଅନ୍ତର କରିଛନ୍ତି । ତେଣୁ ସରକାର ସମାନ କାମକୁ ସମାନ ଦରମା ଦିଅନ୍ତୁ । ଆଜିକୁ ୧୦ ବର୍ଷ ହେଲାଣି ଆମେ କଲେଜରେ କାର୍ଯ୍ୟ ସମ୍ପାଦନ କରୁଛୁ । ତଥାପି ସରକାର ଆମକୁ ଅଣ ଦେଖା କରିଛନ୍ତି । ଆମକୁ ଅନୁଦାନ ପରିସରଭୁକ୍ତ କରୁନାହାଁନ୍ତି । ମାସିକ ୫ ହଜାର ଦରମାରେ ଆମେ କାମ କରୁଛୁ । ଏନେଇ ନାନା ଅସୁବିଧା ହେଉଛି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.