ETV Bharat / state

Hanuman Jayanti violence: ସମ୍ବଲପୁରରେ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ

author img

By

Published : Apr 13, 2023, 10:51 AM IST

Updated : Apr 13, 2023, 12:02 PM IST

Hanuman Jayanti violence
Hanuman Jayanti violence

ହନୁମାନ ଜୟନ୍ତୀ ବାଇକ ରାଲିରେ ଗୋଷ୍ଠୀ ସଂଘର୍ଷ ଘଟଣା । 48 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଅଧିକ ପଢନ୍ତୁ

Violence during Hanuman Jayanti rally

ସମ୍ବଲପୁର: ହନୁମାନ ଜୟନ୍ତୀ ବାଇକ ରାଲିରେ ଗୋଷ୍ଠୀ ସଂଘର୍ଷ ଓ ପଥରମାଡ଼ ଘଟଣା । ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ ସେବା । ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆଜି ସକାଳ 10ଟାରୁ ଇଣ୍ଟରନେଟ ସେବା ବନ୍ଦ ରହିଛି । ଯାହା ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗୃହ ବିଭାଗ ଏନେଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଥରମାଡ଼ ଘଟଣା ପରେ ଜିଲ୍ଲାରେ ବୁଧବାର ଠାରୁ 144 ଧାରା ମଧ୍ୟ ଜାରି ରହିଛି ।

ଆସନ୍ତା 14 ତାରିଖରେ ହନୁମାନ ଜୟନ୍ତୀ ଥିବା ବେଳେ ଗତକାଲି (ବୁଧବାର) ସମ୍ବଲପୁର ଧନୁପାଲି ଛକରୁ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ପୋଲିସ କର୍ମଚାରୀ ମାନଙ୍କ ଉପରେ ପଥର ମାଡ଼ ହେବାରୁ 15ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଓ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ମଧ୍ୟ ଆହତ ହୋଇଥିଲେ ।

ସେହିପରି ପଥର ମାଡ଼ରେ ଉଭୟ ଗୋଷ୍ଠୀର କେତେ ଜଣ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ କେଉଁ ପରିସ୍ଥିତିରେ ହିଂସା ଆରମ୍ଭ ହେଲା, ତାହା ମଧ୍ୟ ଜଣା ପଡିନାହିଁ । ହିଂସାକାଣ୍ଡରେ ସମ୍ବଲପୁରର ଭୁତାପଡା, ସୁନାପାଲି, ମୋତି ଝରଣ ଓ ଜିଲ୍ଲା ସ୍କୁଲ ଛକ ଅଞ୍ଚଳରେ କେତୋଟି ବାଇକ ଓ କାର ଭଙ୍ଗାରୁଜା କରାଯାଇଥିବା ବେଳେ କେତେକ ସ୍ଥାନରେ ବାଇକ ପୋଡା ଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଉତ୍ତେଜନା ପ୍ରବଣ ଅଞ୍ଚଳରେ 144 ଧାରା ଜାରି କରାଯାଇଥିଲା । ଯାହା ଆଜି ମଧ୍ୟ ବଳବତ୍ତର ରହିଛି ।

ସମ୍ବଲପୁର ସହର ଟାଉନ, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ସଦର, ବାରେଇପାଲି ଥାନା ଆଞ୍ଚଳରେ 144 ଧାରା ଜାରି ରହିଛି । ଏହିସବୁ ଅଞ୍ଚଳରେ ଦୁଇରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ ବୋଲି ସମ୍ବଲପୁର ଉପଜିଲ୍ଲାପାଳ ପ୍ରବେଶ ଚନ୍ଦ୍ର ଦଣ୍ଡସେନା ଗତକାଲି ନିର୍ଦ୍ଦେଶନାମା ଜାରି କରିଥିଲେ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହା ଲାଗୁ ରହିବ ।

ଇଟିଭି ଭାରତ, ସମ୍ବଲପୁର

Last Updated :Apr 13, 2023, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.