ETV Bharat / state

ଇନୋଭା ଗାଡ଼ିରେ ହେଉଥିଲା ଗଞ୍ଜେଇ ଚଲାଣ, 4 ଜଣଙ୍କୁ ମାଡ଼ି ବସିଲା ଅବକାରୀ ବିଭାଗ

author img

By

Published : Dec 8, 2022, 6:36 PM IST

ଇନୋଭା ଗାଡ଼ିରେ ନକଲି ନମ୍ବର ଲଗାଇ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏ ସମ୍ପର୍କରେ ଅବକାରୀ ବିଭାଗ ଖବରପାଇ ଗାଡ଼ିକୁ ଜବତ କରିବାସହ ଡ୍ରାଇଭର ସମେତ 4 ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ଇନୋଭା ଗାଡ଼ିରେ ହେଉଥିଲା ଗଞ୍ଜେଇ ଚଲାଣ,  4 ଜଣଙ୍କୁ ମାଡ଼ି ବସିଲା ଅବକାରୀ ବିଭାଗ
ଇନୋଭା ଗାଡ଼ିରେ ହେଉଥିଲା ଗଞ୍ଜେଇ ଚଲାଣ, 4 ଜଣଙ୍କୁ ମାଡ଼ି ବସିଲା ଅବକାରୀ ବିଭାଗ

ସମ୍ବଲପୁର : ଇନୋଭା ଗାଡ଼ିରେ ନକଲି ନମ୍ବର ଲଗାଇ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏସମ୍ପର୍କରେ ଅବକାରୀ ବିଭାଗ ଖବରପାଇ ଗାଡ଼ିକୁ ଜବତ କରିବାସହ ଡ୍ରାଇଭର ସମେତ 4 ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ତେବେ ଏମାନଙ୍କ ଠାରୁ 1 କ୍ୱିଣ୍ଟାଲ 20 କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।

ଇନୋଭା ଗାଡ଼ିରେ ହେଉଥିଲା ଗଞ୍ଜେଇ ଚଲାଣ, 4 ଜଣଙ୍କୁ ମାଡ଼ି ବସିଲା ଅବକାରୀ ବିଭାଗ

ସୂଚନାନୁସାରେ ଆଜି ସମ୍ବଲପୁର ଅବକାରୀ ଡିଷ୍ଟିକ ମୋବାଇଲ ଟିମ୍ ଓ ସମ୍ବଲପୁର ସଦର ୟୁନିଟ 2ର ଟିମ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଶାସନ ନିକଟରୁ ଏକ ଇନୋଭା ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଏ ସମ୍ପର୍କରେ ଖବରପାଇଥିଲା ଅବକାରୀ ବିଭାଗ । ଏହାପରେ ଶାସନ ଅଞ୍ଚଳରେ ପହଞ୍ଚିଥିଲା ଅବକାରୀ ବିଭାଗ । ସେହି ସମୟରେ ଇନୋଭା ଗାଡ଼ି ଆସୁଥିବାର ଦେଖି ଅବକାରୀ ବିଭାଗ ଗାଡ଼ିକୁ ଅଟକାଇଥିଲା । ପରେ ଗାଡ଼ିକୁ ଟିକିନିକ ତଦନ୍ତ କରିଥିଲା । ତଦନ୍ତ କରୁଥିବା ସମୟରେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ।

ଏହାପରେ ଉକ୍ତ ଚାଲାଣରେ ସାମିଲ ଥିବା ଡ୍ରାଇଭର ସମେତ 4ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ l ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି l ତେବେ ସୁବର୍ଣ୍ଣପୁର ବୌଦ୍ଧ ଅଞ୍ଚଳରୁ ଏହି ଗଞ୍ଜେଇ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା । ଇନୋଭା ଗାଡିଟି ୟୁପିର ହୋଇଥିବା ବେଳେ ଏଥିରେ ଓଡିଶାର ନକଲି ନମ୍ବର ଲଗାଯାଇଥିଲା । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ହେବ ବୋଲି ଜଣାପଡିଛି l

ଏ ସମ୍ପର୍କରେ ଅବକାରୀ ଅଧିକାରୀ ଅଶୋକ ସେଠ କହିଛନ୍ତି, ''ଆଜି ଆମର ଡିଷ୍ଟିକ ମୋବାଇଲ ଟିମ୍, ଆଉ ସଦର ୟୁନିଟର ଦୁଇ ଜଣ ଷ୍ଟାଫ ମିଶି ସମ୍ବଲପୁର ଶାସନ ରୋଡରେ ପାଟ୍ରୋଲିଂ କରୁଥିଲୁ । ଏହି ସମୟରେ ସ୍ଥାନୀୟ ସବଇନସ୍ପେକ୍ଟର ଖବର ଆମକୁ ଦେଲେ ଯେ ଏକ ଇନୋଭା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଛି । ଏହାପରେ ଆମ ସେଠାରେ ସମସ୍ତେ ସତର୍କ ରହି ଗାଡ଼ିକୁ ଅଟକାଇ ଯାଂଚ କରିଥିଲୁ । ତେବେ ଏହି ବାଟରେ ଅଧିକାଂଶ ସମୟରେ ଗଞ୍ଜେଇ ଚାଲାଣ ହେଉଛି । ଜବତ ଗଞ୍ଜେଇ ସୋନପୁର-ବୌଦ୍ଧ ହେଇ ଉତ୍ତରପ୍ରଦେଶକୁ ଚାଲାଣ ହୋଇଥାନ୍ତା । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡ଼ିକୁ ମଧ୍ୟ ଆମେ ଜବତ କରିଛୁ । ଏପରିକି ଗାଡ଼ିର ନମ୍ବର ପ୍ଲେଟ ମଧ୍ୟ ବଦଳାଯାଇଛି ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.