ETV Bharat / state

ବିଶ୍ବ ସଂସ୍ଥା ମୁଖ୍ୟଙ୍କୁ ଉଠାଇ ନେଲା ଇଓଡବ୍ଲୁ

author img

By

Published : Oct 2, 2019, 1:21 AM IST

ଫାଇଲ ଫଟୋ

ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବରୁ ସଜା କାଟି ସାରିଥିବା ବିଶ୍ବ ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲ୍ଲିକଙ୍କୁ ବ୍ୟାଙ୍କ ଠକେଇ ମାମଲାରେ ଉଠାଇ ନେଇଛି ମୁମ୍ବାଇର ଅର୍ଥନୈତିକ ଅପରାଧ ଶାଖା । ଅଧିକ ପଢ଼ନ୍ତୁ...

ସମ୍ବଲପୁର: ବିଶ୍ବ ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲ୍ଲିକଙ୍କୁ ଉଠାଇ ନେଲା ମୁମ୍ବାଇର ଇଓଡବ୍ଲୁ (Economics offence wing) । ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଉଠାଇ ନିଆ ଯାଇଥିବା ଜଣା ପଡ଼ିଛି ।

ବିଶ୍ବ ସଂସ୍ଥା ମୁଖ୍ୟଙ୍କୁ ଉଠାଇ ନେଲା ଇଓଡବ୍ଲୁ

ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ବିଶ୍ବ ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲ୍ଲିକ ଓ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ଗିରଫ କରିଛି ମୁମ୍ବାଇର ଅର୍ଥନୈତିକ ଅପରାଧ ଶାଖାର ଟିମ । ମୁମ୍ବାଇର ଏକ ବ୍ୟାଙ୍କରେ ଠକେଇ କରିଥିବା ଅଭିଯୋଗରେ ମୁମ୍ବାଇର EOw ଟିମ ସସମ୍ବଲପୁର ଅଇଁଠା ପାଲି ଥାନା ଅଞ୍ଚଳରେ ଥିବା 'ବିଶ୍ବ' କାର୍ଯ୍ୟାଳୟରୁ ଦୁହିଁଙ୍କୁ ଉଠାଇଥିବା ସୂଚନା ମିଳିଛି।

ପୂର୍ବରୁ ଚିଟଫଣ୍ଡ ଠକେଇ ଘଟଣାରେ ଭୁବନେଶ୍ବରର ଅର୍ଥନୈତିକ ଅପରାଧ ଶାଖା ମଧ୍ୟ କ୍ଷୀରୋଦଙ୍କୁ ଗିରଫ କରିଥିଲା ଓ ସେ ବ୍ରହ୍ମପୁର ଜେଲରେ 2 ବର୍ଷ ସଜା କାଟିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ବିଶ୍ୱ ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲ୍ଲିକ ଙ୍କୁ ଉଠାଇ ନେଲା ମୁମ୍ବାଇ ଇ ଓ ଡବ୍ଲୁ। ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଉଠାଇ ନିଆ ଯାଇଥିବା ଜଣା ପଡ଼ିଛିBody:ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ଭାଇ ତଥା ବିଶ୍ୱ ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲିକ ଓ ତାଙ୍କ ପୁଅ ଦେବବ୍ରତ ମଲିକ ଙ୍କୁ ଉଠାଇ ନେଲା ମୁମ୍ବାଇ ର ଅର୍ଥନୈତିକ ଅପରାଧ ଶାଖା ର ଟିମ। ଏକ ଠକେଇ ମାମଲା ରେ ମୁମ୍ୱାଇ ର EOw ଟିମ ସମ୍ବଲପୁର ରୁ ଦୁହିଁଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।ସମ୍ବଲପୁର ଅଇଁଠା ପାଲି ଥାନା ଅଞ୍ଚଳରେ ଥିବା' ବିସ୍ଵ 'ଅଫିସରୁ ତାଙ୍କୁ ଉଠାଇ ନେଇଥିବା ଜଣା ପଡ଼ିଛି। ମୁମ୍ବାଇ ଏ ଏକ ବ୍ୟାଙ୍କ ରେ ଠକେଇ କରିଥିବା ଅଭିଯୋଗ ରେ ତାଙ୍କୁ EOW. ଉଠାଇ ନେଇଥିବା ଜଣା ପଡିଛି। ପୂର୍ବରୁ ଚିଟ ଫଣ୍ଡ କେଶ ରେ ସେ ଗିରଫ ହୋଇ ବ୍ରହ୍ମପୁର ଜେଲ ରେ 2 ବର୍ଷ ରହିଛନ୍ତି।Conclusion:ପୂର୍ବରୁ ଚିଟଫଣ୍ଡ ଠକେଇ ଘଟଣାରେ ଭୁବନେଶ୍ୱର ର ଅର୍ଥନୈତିକ ଅପରାଧ ଶାଖା ମଧ୍ୟ କ୍ଷୀରୋଦ ଙ୍କୁ ଗିରଫ କରିଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.