ETV Bharat / state

କୁମାର ପୂର୍ଣ୍ଣିମାରେ ମା' ସମଲେଶ୍ବରୀଙ୍କ ରାଜରାଜେଶ୍ୱରୀ ବେଶ, ଲାଗିଲା ନୂଆ ଧ୍ବଜା

author img

By

Published : Oct 21, 2021, 8:29 AM IST

କୁମାର ପୂର୍ଣ୍ଣିମା ଅବସରରେ ମା' ସମଲେଶ୍ବରୀଙ୍କ ରାଜରାଜେଶ୍ୱରୀ ବେଶ
କୁମାର ପୂର୍ଣ୍ଣିମା ଅବସରରେ ମା' ସମଲେଶ୍ବରୀଙ୍କ ରାଜରାଜେଶ୍ୱରୀ ବେଶ

କୁମାର ପୂର୍ଣ୍ଣିମା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁର: କୁମାର ପୂର୍ଣ୍ଣିମା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ କରାଯାଇଛି । ପ୍ରତ୍ୟେକ ବର୍ଷ ଏହି ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯିବାର ପରମ୍ପରା ରହିଛି ।

କୁମାର ପୂର୍ଣ୍ଣିମା ଅବସରରେ ମା' ସମଲେଶ୍ବରୀଙ୍କ ରାଜରାଜେଶ୍ୱରୀ ବେଶ

ଏଥିସହ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମା' ସମଲେଶ୍ୱରୀ ମନ୍ଦିରର ପୁରୁଣା ଧ୍ଵଜାକୁ ପରିବର୍ତ୍ତନ କରି ନୂତନ ଧ୍ଵଜା ଆରୋହଣ କରାଯାଇଥାଏ । ବୁଧବାର ଅପରାହ୍ନ ପ୍ରାୟ 1.15 ରୁ ମା ଏହି ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି ।ରାତ୍ରୀ ପ୍ରାୟ 9 ଟା ସମୟରେ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇ ମା' ସମଲେଶ୍ୱରୀଙ୍କ ପୁରୁଣା ଧ୍ଵଜାକୁ ଓହ୍ଲାଇବା ପରେ ନୂତନ ଧ୍ଵଜା ଆରୋହଣ ନୀତି ସମ୍ପନ୍ନ ହୋଇଛି ।

ଏହି ଅବସରରେ ସମଲେଶ୍ବରୀ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିସରରେ ଅଖଡା ଖେଳ ପ୍ରଦର୍ଶନ ତଥା ଗୋଲ ବାଡ଼ି ନୃତ୍ୟ ହୋଇଥିଲା । ସମ୍ବଲପୁରର ସ୍ୱାଇଁ ପରିବାରର ସଦସ୍ୟ ଦୀର୍ଘ ବର୍ଷ ହେଲା ଏହି ଧ୍ଵଜା ଆରୋହଣ କରି ଆସୁଛନ୍ତି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.