ETV Bharat / state

ବୈଜାମୁଣ୍ଡା ଛକରେ ବାଇକକୁ ପିଟିଲା ଟ୍ରକ, ବାପା-ଝିଅ ମୃତ

author img

By

Published : May 7, 2022, 5:35 PM IST

ବଇଜାମୁଣ୍ଡା ଛକରେ ବାଇକକୁ ପିଟିଲା ଟ୍ରକ, ୨ ମୃତ ଜଣେ ଗୁରୁତର
ବଇଜାମୁଣ୍ଡା ଛକରେ ବାଇକକୁ ପିଟିଲା ଟ୍ରକ, ୨ ମୃତ ଜଣେ ଗୁରୁତର

ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ବୈଜାମୁଣ୍ଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାଇକରେ ଥିବା ବାପ-ଝିଅଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ସମ୍ବଲପୁର: ସମ୍ବଲପୁର-ବରଗଡ଼ ରାସ୍ତାର ଗୋଶାଳା ନିକଟସ୍ଥ ବୈଜାମୁଣ୍ଡା ଛକରେ ଜାତୀୟ ରାଜପଥ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ବାଇକରେ ତିନି ଜଣ ଆସୁଥିବାବେଳେ ଟ୍ରକ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ସହ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

ବଇଜାମୁଣ୍ଡା ଛକରେ ବାଇକକୁ ପିଟିଲା ଟ୍ରକ, ୨ ମୃତ ଜଣେ ଗୁରୁତର

୨ ମୃତକ ବାପ-ଝିଅ ବୋଲି ପୋଲିସ ସୂଚନା ଦେଇଛି । ମୃତକମାନେ ହେଲେ ଉତ୍କଳ ଭୋଇ ଓ ତାଙ୍କ ଝିଅ ଡିଲେଶ୍ବରୀ ଭୋଇ । ସେମାନଙ୍କ ଘର ବରଗଡ ଜିଲ୍ଲା ଅତାବିରା ଥାନା ଆମଝର ଗାଁରେ ହୋଇଥିବାବେଳେ ଏକ ବାଇକ ଯୋଗେ ବରଗଡ଼ ପଟକୁ ଆସୁଥିଲେ । ସେତିକିବେଳେ ବୈଜାମୁଣ୍ଡା ନିକଟରେ ଏକ ଟ୍ରକଟି ବାଇକ୍‌କୁ ଧକ୍କା ଦେଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.