ETV Bharat / state

ପୂଜକଙ୍କୁ ଦଳିଦେଲା ଦନ୍ତା

author img

By

Published : Aug 2, 2022, 10:40 PM IST

ପୂଜକଙ୍କୁ ଦଳିଦେଲା ଦନ୍ତା, ସ୍ଥାନୀୟ ଲୋକଙ୍କ ଉତ୍ତେଜନା
ପୂଜକଙ୍କୁ ଦଳିଦେଲା ଦନ୍ତା, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ସମ୍ବଲପୁର ଜୁଜୁମୁରା ବ୍ଳକ ସାପଲହରା ଛକରେ ପୂଜକଙ୍କୁ ଦଳି ମାରିଦେଲା ହାତୀ । ଘଟଣାସ୍ଥଳରେ ଉତ୍ତେଜନା । ଅଧିକ ପଢନ୍ତୁ

ସମ୍ବଲପୁର: ପୂଜକଙ୍କୁ ଦଳିଦେଲା ଦନ୍ତା । କ୍ୟାମରାରା କଏଦ ହେଲା ମୃତ୍ୟୁର ଦୃଶ୍ୟ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ସାପଲହରା ଛକରେ ହାତୀ ଆକ୍ରମଣରେ ଜଣେ ମନ୍ଦିର ପୂଜକଙ୍କ ମୄତ୍ୟୁ ଘଟିଥିବା ଜଣାପଡିଛି ।

ପୂଜକଙ୍କୁ ଦଳିଦେଲା ଦନ୍ତା, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ସନ୍ଧ୍ୟାରେ ସାପଲହରା ଛକ ନିକଟରେ ଦିନତମାମ ବଣୁଆ ହାତୀ ଉପଦ୍ରବ କରି ଛକରେ ଥିବା କିଛି ଦୋକାନରେ ଭଙ୍ଗାରୁଜା କରିଥିଲା । ପରେ ସାପଲହରା ଛକ ନିକଟରେ ଥିବା ଶିବ ମନ୍ଦିର ପୂଜକ ମୁରଲୀଧର ମନ୍ଦିରରୁ ପୂଜାର୍ଚ୍ଚନା ସାରି ମନ୍ଦିର ବାହାରେ ଥିବା ସମୟରେ ବଣୁଆ ହାତୀ ପୂଜକଙ୍କୁ ଦଳି ଦେବାରୁ ଘଟଣାସ୍ଥଲରେ ପୂଜକଙ୍କ ମୄତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇ ଥିବାବେଳେ ବନବିଭାଗ ଓ ଜୁଜୁମୁରା ପୋଲିସ ପହଞ୍ଚିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.