ETV Bharat / state

କାନ୍ଥ ପଡି ଯୁଜୁମୁରା ସରପଞ୍ଚଙ୍କ ମା ଓ ଭାଣିଜୀ ମୃତ

author img

By

Published : Apr 1, 2020, 10:59 AM IST

elephant attack
କାନ୍ଥ ପଡି ଯୁଜୁମୁରା ସରପଞ୍ଚଙ୍କ ମା ଓ ଭାଣିଜୀ ମୃତ

ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ କେସାପଲି ପଞ୍ଚାୟତର କୋଳଗାଁ ଗ୍ରାମରେ ହାତୀ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ମିର୍ଧାଙ୍କ ମା ଓ ଭାଣିଜୀ ।

ସମ୍ବଲପୁର: ହାତୀ ଆକ୍ରମଣରେ 2 ମୃତ । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ କେସାପଲି ପଞ୍ଚାୟତର କୋଳଗାଁ ଗ୍ରାମରେ ହାତୀ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ମିର୍ଧାଙ୍କ ମା ଓ ଭାଣିଜୀ ।

କାନ୍ଥ ପଡି ଯୁଜୁମୁରା ସରପଞ୍ଚଙ୍କ ମା ଓ ଭାଣିଜୀ ମୃତ

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତି ପ୍ରାୟ 2.30 ସମୟରେ ଗୋଟିଏ ବଣୁଆ ହାତୀ ଆସି ସରପଞ୍ଚ ଉମାକାନ୍ତଙ୍କ ଘରର କାନ୍ଥକୁ ଭାଙ୍ଗିଦେଇଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ସରପଞ୍ଚଙ୍କ ମା ଓ ଭାଣିଜୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ସରପଞ୍ଚଙ୍କ ବାପା ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.