ETV Bharat / state

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା !

author img

By

Published : Jul 26, 2023, 10:29 AM IST

ଅନ୍ଧବିଶ୍ୱାସ ନେଲା ଜୀବନ
ଅନ୍ଧବିଶ୍ୱାସ ନେଲା ଜୀବନ

ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣିଗାରେଡି ସନ୍ଦେହରେ ଜଣକୁ ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ସମ୍ବଲପୁର: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ମଧ୍ୟ ଜୀବନ ନେଉଛି ଅନ୍ଧ ବିଶ୍ୱାସ । ମଣିଷ ଚନ୍ଦ୍ରପୃଷ୍ଠକୁ ପହଞ୍ଚି ସାରିଥିଲେ ମଧ୍ୟ ଲୋକେ ଅନ୍ଧ ବିଶ୍ବାସର ଅନ୍ଧଗଳିରେ ରହିଯାଇଛନ୍ତି । ଗୁଣି ଗାରେଡି ପରି ଅନ୍ଧ ବିଶ୍ୱାସ ଯୋଗୁଁ କାହାକୁ ହତ୍ୟା କରାଯିବା ପରି ଘଟଣା ସାମ୍ନାକୁ ଆସିଛି । ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଞ୍ଚଳରେ । ଗୁଣିଗାରେଡି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । କିସିଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିବା ସହ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଅରମ୍ଭ କରିଛି ।

ସୂଚନା ଅନୁଯାୟୀ, ମୃତକ ହେଲେ ଡିମିରିକୁଦା ଗାଁର ଶୁକ୍ର ମାଝୀ । ସେ ନିଜ ଘରେ ଘରେ ଠାକୁର ପୂଜା କରନ୍ତି । ତେବେ ସେହି ଗାଁର ସଞ୍ଜୁ ମାଝୀଙ୍କ ୪ ବର୍ଷ ପୁଅର କିଛି ଦିନ ତଳେ ଦେହ ଅସୁସ୍ଥ ଥିଲା । କିଛି ଦିନ ପରେ ତାର ମୃତ୍ୟୁ ଘଟିଥିଲା । ଶୁକ୍ର ମାଝୀଙ୍କ ଗୁଣି ଗାରେଡି ଯୋଗୁଁ ଛୋଟ ଛୁଆର ମୃତ୍ୟୁ ହୋଇଥିବା ସଞ୍ଜୁ ମାଝୀ ସନ୍ଦେହ କରି ଶୁକ୍ର ମାଝୀଙ୍କ ସହ ଗଣ୍ଡଗୋଳ କରି ଆସୁଥିଲେ ।

ଏହି କାରଣକୁ ନେଇ ଗତ ସୋମବାର ବିଳମ୍ବିତ ରାତିରେ ସଞ୍ଜୁ ମାଝୀ କାଠ ଫାଳିଆ ଓ ଟାଙ୍ଗିଆ ଧରି ଶୁକ୍ର ମାଝୀଙ୍କ ଘରକୁ ପଶି ହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶୁକ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଥିଲା । ଏତଲା ପାଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁଣି ଗାରେଡି ସନ୍ଦେହରେ ହତ୍ୟା ହୋଇଛି ନାଁ ଏହାର ଅନ୍ୟ କାରଣ ରହିଛି ସେନେଇ ପୋଲିସ ଟିମ ପହଞ୍ଚି ତଦନ୍ତ କରୁଛି ବୋଲି ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ 2 ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ପରିଣତି, ଜିଭ କାଟିବା ପରେ ଯୁବକଙ୍କୁ ପିଟିପିଟି ହତ୍ୟା !

ତେବେ କିଛି ଦିନ ତଳେ ବାଲେଶ୍ବରରେ ଗୁଣି ଗାରେଡିକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଗୁଣି ଗାରେଡି ସନ୍ଦେହରେ ଜଣେ ଯୁବକଙ୍କ ଜିଭ କାଟିବା ସହ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବାଙ୍କୀଶୁଳ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.