ETV Bharat / state

ବିଦ୍ୟୁତ ବିଭ୍ରାଟ: TPWODL କାର୍ଯ୍ୟାଳୟ ଘେରିଲା କଂଗ୍ରେସ

author img

By

Published : Jun 27, 2023, 11:03 PM IST

congress protest in sambalpur
ସମ୍ବଲପୁରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ସମ୍ବଲପୁର ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: TPWODL ବିରୁଦ୍ଧରେ ଗର୍ଜିଲା କଂଗ୍ରେସ l ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODLର ମନମାନି କାର୍ଯ୍ୟକଳାପ ପାଇଁ ରାଜ୍ୟ ସରକାରଙ୍କୁ କଲା ଟାର୍ଗେଟ । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଅସବ ଅଲ୍ଲୀ ଖାଁଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ସହରରେ ଶୋଭାଯାତ୍ରା କରିବା ସହ ଅଇଁଠାପାଲି ସ୍ଥିତ TPWODL କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିଲେ ।

ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶହ ଶହ କର୍ମୀ ବ୍ୟାନର ଓ ପୋଷ୍ଟର ସହ TPWODL ଓ ରାଜ୍ୟ ସରକାର ବିରୋଧୀ ନାରା ଦେଇ ଅଇଁଠା ପାଲି ଛକରୁ ଏକ ଶୋଭାଯାତ୍ରାରେ ବାହାରି TPWODL ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି କହିଥିଲେ ଯେ, "TPWODL ସଂସ୍ଥା ମନ ଇଚ୍ଛା ବିଜୁଳି କାଟ କାଟ କରିବା ସହ ବିଲ ଆଦାୟ ନାଁରେ ଗରିବ ଲୋକଙ୍କ ଉପରେ ଅତ୍ୟାଚାର କରୁଛି l ଶାସକ ବିଜେଡି ନେତା ଓ ଗୁଣ୍ଡାଙ୍କୁ ଧରି TPWODL ଅତ୍ୟାଚାର କରୁଥିବା କରୁଛି l କେତେବେଳେ 22 ଦିନିଆଁ ତ କେତେବେଳେ 40 ଦିନିଆଁ ବିଲ ଦେଇ ସ୍ଲାବ ପରିବର୍ତ୍ତନ କରି ଅଧିକ ବିଲ ଆଦାୟ କରୁଛି । କେତେକ ସ୍ଥାନରେ 8 ରୁ 10 ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ରହୁନଥିବା ବେଳେ ଗରିବ ଲୋକେ ବିଲ ଦେବାରେ ଅସମର୍ଥ ହେଲେ ଆଦାୟକାରୀ ଲୋକଙ୍କୁ ଦୁର୍ବ୍ୟବହାର କରୁଛି ।"

କୌଣସି ସମସ୍ୟା ନେଇ ଅଭିଯୋଗ କରିବାକୁ ଗଲେ ଭୁବନେଶ୍ୱର ଅଫିସରେ ଅଭିଯୋଗ କରିବାକୁ ଗ୍ରାହକଙ୍କୁ ଚାପ ପକାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ତେବେ ଆଗାମୀ ଦିନରେ TPWODL ଏପରି ଗୁଣ୍ଡା ରାଜ ଜାରି ରଖିଲେ ଲୋକ ମାନଙ୍କ ପାଇଁ କଂଗ୍ରେସ ରାଜ ରାସ୍ତାରେ ଓହ୍ଲେଇବ ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି l ଏନେଇ TPWODL କାର୍ଯ୍ୟାଳୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି l ଏହି ପ୍ରତିବାଦରେ ରେଙ୍ଗାଲି ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ, ଯୁବ କଂଗ୍ରେସ ନେତା ଆଶୁତୋଷ ସ୍ୱାଇଁ, ପ୍ଲାବନ ବହିଦାର, ବରିଷ୍ଠ ନେତା ସୁଧୀର କୁମାର ପଣ୍ଡାଙ୍କ ସମେତ ପ୍ରମୁଖ ନେତା ଓ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ l ଅନ୍ୟପଟେ କଂଗ୍ରେସର ଏହି ସବୁ ଅଭିଯୋଗକୁ TPWODLର CEO ଗଜାନନ କାଲେ ଖଣ୍ଡନ କରିଛନ୍ତି l ଲୋକଙ୍କୁ ସଠିକ ବିଲ ଦିଆଯାଉଥିବା ସେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.