ETV Bharat / state

ହିଣ୍ଡନବର୍ଗ ରିପୋର୍ଟ ନେଇ କେନ୍ଦ୍ର ବିରୁଦ୍ଧରେ କଂଗ୍ରେସର ପ୍ରତିବାଦ

author img

By

Published : Feb 6, 2023, 10:30 PM IST

ସମ୍ବଲପୁର  କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବଲପୁର କଚେରୀ ଛକ ସ୍ଥିତ SBI ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

ଅଦାନୀ ଗ୍ରୁପର ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟଲ ନେଇ କେନ୍ଦ୍ର ବିରୁଦ୍ଧରେ କଂଗ୍ରେସର ପ୍ରତିବାଦ

ସମ୍ବଲପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୋଦି ସରକାର ଆଦାନୀ ଗ୍ରୁପ ଭଳି କେତେକ ଅନୁଗତ ଓ ନିର୍ଦ୍ଧିଷ୍ଟ ପୁଞ୍ଜିପତିଙ୍କୁ ଲାଭବାନ କରିବା ପାଇଁ ଯେଉଁ ନୀତି ଅଵଲମ୍ବନ କରିଛନ୍ତି, ସେଥିପାଇଁ ସାରା ଦେଶ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକ ବ୍ୟଥୀତ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣି ଏହି ଆନ୍ଦୋଳନ କରିଛି । କେନ୍ଦ୍ର ସରକାରଙ୍କ ଏହି ନୀତି ଯୋଗୁଁ LICର 29 କୋଟି ଓ SBIର 45 କୋଟି ଗ୍ରାହକଙ୍କ ଜମା ଅର୍ଥ ସଙ୍କଟ ଭିତରକୁ ଠେଲି ହୋଇଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । LIC ଓ SBI ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଭାରତର ଗର୍ବ ଓ ଗୌରବ । ଏହି ଉଦ୍ୟୋଗ ଭାରତର କୋଟି କୋଟି ଜନତାଙ୍କ କଷ୍ଟ ଅର୍ଜିତ ଧନରେ ପ୍ରତିଷ୍ଠିତ । ତେବେ ମୋଦି ସରକାର ନିଜର ଘନିଷ୍ଠ ବନ୍ଧୁ ଆଦାନୀ ଗ୍ରୁପ ସହ ଅନୁକମ୍ପା ଦେଖାଇ LIC, SBI ଓ ଅନ୍ୟ କେତେକ ବ୍ୟାଙ୍କକୁ ଆଦାନୀ ଗ୍ରୁପ ସହ ନିବେଶ କରିବାକୁ ବାଧ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ଏହା ଦ୍ଵାରା LIC ଆଦାନୀ ଗ୍ରୁପରେ ପ୍ରଚୁର ଅର୍ଥ ବିନିଯୋଗ କରିବାରୁ, ଗତ କିଛି ଦିନ ଭିତରେ ଏହାର 39 କୋଟି ଜମାକାରୀ 33,060 କୋଟି ଅର୍ଥ କ୍ଷତି ସହିଥିବା କଂଗ୍ରେସ ଅଭିଯୋଗ ଆଣିଛି । SBI ଓ ଅନ୍ୟାନ୍ୟ ବ୍ୟାଙ୍କ ଆଦାନୀ ଗ୍ରୁପକୁ ପ୍ରଚୁର ପରିମାଣର ଅର୍ଥ ଯୋଗାଇଥିବା ମଧ୍ୟ ଅଭିଯୋଗ ହୋଇଛି । କଂଗ୍ରେସ ଦଳ କୌଣସି ଶିଳ୍ପର ବିରୋଧୀ ନୁହେଁ କିନ୍ତୁ ନିଷ୍ଠୁର ଓ ଲାଭଖୋର ପୁଞ୍ଜିବାଦର ପରିପନ୍ଥୀ ବୋଲି କହିଛି କଂଗ୍ରେସ । କେତେକ ନିର୍ଦ୍ଧିଷ୍ଟ ଶିଳ୍ପପତିଙ୍କୁ ଲାଭବାନ କରେଇବା ପରିବର୍ତ୍ତିତ ନିଷ୍ପତ୍ତିକୁ କଂଗ୍ରେସ ବରଦାସ୍ତ କରିବନି ବୋଲି ଚେତାବନୀ ଦେଇଛି ।

ଏସମ୍ପର୍କରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଯୁଗ୍ମ ସଂସଦୀୟ କମିଟି ଦ୍ବାରା ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟର ନିରପେକ୍ଷ ତଦନ୍ତ ଓ ବାଧ୍ୟତାମୂଳକ ଭାବେ LIC, SBI ଓ ଅନ୍ୟାନ୍ୟ ବ୍ୟାଙ୍କର ନିବେଶ ହୋଇଥିବା ଅର୍ଥ ତାହା ସାଂସଦରେ ଆଲୋଚନା କରାଯିବା ସହ ଜମାକାରୀଙ୍କ ଅର୍ଥକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯାଉ ବୋଲି କଂଗ୍ରେସ ଦାବି କରିଛି । ଏହି ଅଭିଯୋଗ ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶ୍ବିନୀ ଗୁରୁଙ୍କ ନେତୃତ୍ବରେ ସମ୍ବଲପୁର କଚେରୀ ଛକ ନିକଟରେ ଥିବା SBI ବ୍ୟାଙ୍କ ସମ୍ମୁଖରେରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.