ETV Bharat / state

ମମିତା ହତ୍ୟା ମାମଲା; ସମ୍ବଲପୁରରେ ଗର୍ଜିଲା କଂଗ୍ରେସ

author img

By

Published : Oct 22, 2021, 10:17 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣା, ସମ୍ବଲପୁରରେ କଂଗ୍ରେସର ପ୍ରତିବାଦ
ମମିତା ମେହେର ହତ୍ୟାକାଣ୍ଡ ଘଟଣା, ସମ୍ବଲପୁରରେ କଂଗ୍ରେସର ପ୍ରତିବାଦ

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ୨ଟି ଭିନ୍ନ ଭିନ୍ନ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ଅଧିକ ପଢନ୍ତୁ...

ସମ୍ବଲପୁର: ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ଆଜି(ଶୁକ୍ରବାର) ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ । ଆଜି ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ୨ଟି ଭିନ୍ନ ଭିନ୍ନ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା। ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମହିଳା କଂଗ୍ରେସ ବିକ୍ଷୋଭ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି।

ମମିତା ମେହେର ହତ୍ୟାକାଣ୍ଡ ଘଟଣା, ସମ୍ବଲପୁରରେ କଂଗ୍ରେସର ପ୍ରତିବାଦ
ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜ୍ୟ ସରକାର ବିରୋଧୀ ନାରାବାଜି କରାଯାଇଛି। ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମୃକ୍ତି ଅଭିଯୋଗ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛି ମହିଳା କଂଗ୍ରେସ। ଏହାସହ ମନ୍ତ୍ରୀ ପଦରୁ ତୁରନ୍ତ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ସମ୍ବଲପୁର ଜିଲ୍ଲା ମହିଳା କଂଗ୍ରେସ। ଏହି ଅବସରରେ ଏସପିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ମହିଳା କଂଗ୍ରେସ।ଅନ୍ୟପଟେ ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ମମିତା ମେହେର ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର ଓ ରାଜ୍ୟ ଯୁବ କଂଗ୍ରେସର ସାଧରଣ ସମ୍ପାଦକ ଆଶୁତୋଷ ସ୍ୱାଇଁଙ୍କ ନେତୃତ୍ତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତପା ଦାବି କରିଛି ଯୁବ କଂଗ୍ରେସ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.