ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

author img

By

Published : Sep 21, 2022, 1:31 PM IST

ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ ମାରିଲେ ବ୍ୟବସାୟୀ । ଅଧିକ ପଢନ୍ତୁ

ସମ୍ବଲପୁର: ଘରୋଇ ଡାଇଗ୍ଲୋଷ୍ଟିକ ସେଣ୍ଟରରେ ଡାକ୍ତରଙ୍କୁ ଚପଲ ମାଡ । ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ଚପଲରେ ଡାକ୍ତରଙ୍କୁ ମାଡ ମାରିଲେ ବ୍ୟବସାୟୀ(Businessman Beats Doctor With Chappal) । ସମ୍ବଲପୁର ସହରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କ ନାମ ନଟବର ବାଙ୍କା ଏବଂ ସେ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାର ଜଣାପଡିଛି । ସେ ଡାକ୍ତରଙ୍କୁ ମାଡ ମାରିବା ସମୟର ଦୃଶ୍ୟରେ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସୂଚନାଯୋଗ୍ୟ, ବ୍ୟବସାୟୀ ନଟବର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ଗୋଟିଏ ଘରୋଇ ଡାଇଗ୍ଲୋଷ୍ଟିକ ସେଣ୍ଟରକୁ ଯାଇଥିଲେ । କିନ୍ତୁ ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବ୍ୟବସାୟୀ ଜଣକ ସେଠାରେ ଥିବା ରେଡିଓଗ୍ରାଫର ଡକ୍ଟର ଚିଦାନନ୍ଦ ମିଶ୍ରଙ୍କୁ ଚପଲ ଉଠାଇ ମାଡ ମାରିବା ସହ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ଏହି ଘଟଣାକୁ ନେଇ ଡାକ୍ତରଙ୍କ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ଏବେ ଡାକ୍ତରୀ ମାଇନା ପାଇଁ ନେଇଛି । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ବାଲି ଉଠାଣ ନେଇ ଅସନ୍ତୋଷ, ହଟହଟା ହେଲେ ରାୟଗଡା ଜିଲ୍ଲାପାଳ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.