ବାଲି ଉଠାଣ ନେଇ ଅସନ୍ତୋଷ, ହଟହଟା ହେଲେ ରାୟଗଡା ଜିଲ୍ଲାପାଳ

author img

By

Published : Sep 21, 2022, 9:31 AM IST

Updated : Sep 21, 2022, 9:39 AM IST

ବାଲି ଉଠାଣ ନେଇ ଅସନ୍ତୋଷ : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ କତୁରୁ ଗ୍ରାମବାସୀ

ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା (Bansadhara sand smuggling)। କତୁରୁ ବଂଶଧାରା ନଦୀ ଶଯ୍ୟାରେ ଚାଲିଛି ବେଆଇନ ଭାବେ ବାଲି ଉତ୍ତୋଳନ (Katuru villagers protest for sand smuggling) । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଧାରଣାରେ ବସିଲେ କତୁରୁବାସୀ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ବାଲି ଉଠାଣକୁ ନେଇ ତାତିଲେ ଗ୍ରାମବାସୀ । ହଟ୍ଟହଟ୍ଟା ହେଲେ ଜିଲ୍ଲାପାଳ । ବାଲି ଉଠାଣ ସମସ୍ୟାର ସମାଧାନ ନହେବାରୁ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଧାରଣାରେ ବସିଲେ ଶତାଧିକ ଗ୍ରାମବାସୀ (Katuru villagers protest for sand smuggling)। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପରିଷଦ ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ ସଦଭାବନା ଗୃହ ସମ୍ମୁଖରେ ।

ବାଲି ଉଠାଣ ନେଇ ଅସନ୍ତୋଷ : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ କତୁରୁ ଗ୍ରାମବାସୀ

ସୂଚନାନୁସାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପରିଷଦ ଅନ୍ତର୍ଗତ କତୁରୁ ଗ୍ରାମର ବଂଶଧାରା ନଦୀ ଶଯ୍ୟାରେ ଚାଲିଛି ବେଆଇନ ଭାବେ ବାଲି ଉତ୍ତୋଳନ (Sand smuggling in Rayagada) । ଏହାକୁ ନେଇ କତୁରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଲିଜ୍ ଧାରୀଙ୍କ ବାଲି ଉଠାଣକୁ ନେଇ ଗ୍ରାମବାସୀ ବାରମ୍ବାର ବିରୋଧ କରିବାସହ ଅଭିଯୋଗ ବି କରିଛନ୍ତି । ହେଲେ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

ତେବେ ସୋମବାର ଟେଣ୍ଡରଧାରୀ(Bansadhara sand smuggling) ଏହି ଶଯ୍ୟାରୁ ବାଲି ଉଠାଇବା ପାଇଁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ତୀବ୍ର ବିରୋଧ କରିଥିଲେ । ଏହାସହ କତୁରୁ ଗ୍ରାମବାସୀ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ପରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ସାକ୍ଷାତ କରି ସେମାନଙ୍କ ଗୁହାରି ଜଣାଇଥିଲେ ।

ଜିଲ୍ଲାପାଳ ସ୍ୱଧାଦେବ ସେମାନଙ୍କ ବିଷୟ ଆଲୋଚନା କରିବେ ବୋଲି କହିଥିଲେ । ହେଲେ ଦୀର୍ଘ ସମୟ ଧରି ସେମାନଙ୍କ ସହ କୌଣସି ଆଲୋଚନା ନକରି ଗାଡ଼ିରେ ବସି ପଡ଼ିଥିଲେ ଜିଲ୍ଲାପାଳ । ଏହାକୁ ଦେଖି ଅପେକ୍ଷାରତ ଗ୍ରାମବାସୀ ଜିଲ୍ଲାପାଳ ଏବଂ ଏସପିଙ୍କ ଗାଡ଼ି ଆଗରେ ଧାରଣା ଦେଲେ । ପୋଲିସ ଗ୍ରାମବାସୀଙ୍କୁ ଗାଡ଼ି ଆଗରୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କାରଣ ଗ୍ରାମବାସୀଙ୍କ ଏକା ଜିଦ୍‌ ସେମାନଙ୍କ ସମସ୍ୟାର ସମାଧାନ ହେଲେ ଧାରଣା ପ୍ରତ୍ୟାହୃତ ହେବ ।

ଏପରିକି ଜିଲ୍ଲାପାଳଙ୍କ ଗାଡିକୁ ଛାଡିନଥିଲେ ଗ୍ରାମବାସୀ । ସ୍ଥିତି ବିଗିଡ଼ିବା ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ଜିଲ୍ଲାପାଳ । ଚାଲିଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିକଟରେ ଥିବା ରାଜସ୍ୱ ବିଭାଗ ବଙ୍ଗଳାକୁ ଯିବା ପାଇଁ ବାହାରିଥିଲେ । ହେଲେ ଉତ୍ତେଜିତ ଗ୍ରାମବାସୀ ତାଙ୍କୁ ଅଟକାଇଥିଲେ । ପରେ ପୋଲିସ କର୍ଡନରେ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ବଙ୍ଗଳାକୁ ନିଆଯାଇଥିଲା ।

ଖବର ଅନୁଯାୟୀ, ଗୁଣୁପୁର ପୌରପରିଷଦର 16 ଏବଂ 17 ନମ୍ବର ୱାର୍ଡରେ ଦୀର୍ଘ 5 ବର୍ଷ ଧରି ବଂଶଧାରା ନଦୀ ପଠାରୁ ବେଧଡ଼କ ଭାବେ ବାଲି ଉଠାଣ ଚାଲିଛି । ଏନେଇ ବଂଶଧାରା ନଦୀ ଶଯ୍ୟାଟି ଧୀରେ ଧୀରେ ଦୁର୍ବଳ ହୋଇ ପଡୁଛି । ଲଗାଣ ବର୍ଷାରେ ଗାଁ ଭିତରକୁ ପାଣି ମାଡ଼ି ଆସୁଛି । ଫଳରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେଣୁ ଏଠାରୁ ବାଲି ଉତ୍ତୋଳନ ନକରିବାକୁ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆଯାଉନଥିଲା ବାଲି ଉଠାଣକାରୀଙ୍କ ବିରୋଧରେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ କହିଥିଲେ, ''ଅଭିଯୋଗକାରୀଙ୍କ ସହ ଆଲୋଚନା ପରେ ବାଲି ଉଠାଣ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ'' ।

ଇଟିଭି ଭାରତ, ରାୟଗଡ଼ା

Last Updated :Sep 21, 2022, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.