ETV Bharat / state

ପିଏମ ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପିର ପ୍ରତିବାଦ

author img

By

Published : Feb 4, 2023, 10:36 PM IST

ବିଜେପିର ପ୍ରତିବାଦ
ବିଜେପିର ପ୍ରତିବାଦ

ସମ୍ବଲପୁରରେ ଗର୍ଜିଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଇଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ କରି ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଘେରିଲା ବିଜେପି । ଆଜି (ଶନିବାର) ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ନେତୃତ୍ବରେ ସମ୍ବଲପୁରର ଧନକଉଡା ବ୍ଲକ ଘେରାଉ କରିଛନ୍ତି ବିଜେପି କର୍ମୀ । ଆଗକୁ ସାଧରଣ ନିର୍ବାଚନ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ କରି ଆଜି ବିଜେପି ଏହି ଆନ୍ଦୋଳନ କରିଛି । ଏହି ଆନ୍ଦୋଳନରେ ବହୁ ବିଜେପି କର୍ମୀ ଓ ନେତା ସାମିଲ ହୋଇଥିଲେ ।

ସମ୍ବଲପୁରରେ ଗର୍ଜିଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଇଥିବା ଅଭିଯୋଗ ଆଣିଲା ବିଜେପି । କେନ୍ଦ୍ର ସରକାର ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜାରି କରିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀ ଏଥିରେ ବ୍ୟାପକ ହେର ଫେର କରୁଥିବା ଅଭିଯୋଗ ଆଣିଛି ବିଜେପି । ବ୍ଲକ ସ୍ତରରେ ଥିବା ସରକାରୀ କର୍ମଚାରୀମାନେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଘର ନଦେଇ ବିଜେଡି କର୍ମୀଙ୍କୁ ବାଛି ବାଛି ଏହି ଯୋଜନାରେ ଘର ଦେଉଥିବା ଅଭିଯୋଗ ଆଣିଛି ବିଜେପି ।

ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକକୁ ପୂର୍ବରୁ 3000 ଘର ଆସିଥିବା ବେଳେ ଚଳିତ ବର୍ଷ 2000 ଆବାସ ଯୋଜନାରେ ଘର ଆସିଛି । ତେବେ ଏହି ସବୁ ଘର ଯୋଗ୍ୟ ହିତାଧିକାରୀ ପାଉନଥିବା ରେଙ୍ଗାଲି ବିଧାୟକ ନାଉରୀ ନାଏକ ଆଜି ଅଭିଯୋଗ କରିଛନ୍ତି । ଏହି କଳା କାରନାମାରେ ବ୍ଲକ ସ୍ତରର ଅଧିକାରୀମାନେ ଚଞ୍ଚକତା କରୁଥିବା ରେଙ୍ଗାଲି ବିଧାୟକ ନାଉରୀ ନାଏକ ଆଜି ଆନ୍ଦୋଳନ ସ୍ଥଳରେ କହିଥିଲେ । ତେବେ ରାଜ୍ୟ ସରକାରଙ୍କର ଏଭଳି ପ୍ରକ୍ରିୟା ଜାରି ରହିଲେ ସମ୍ବଲପୁର ଜିଲ୍ଲା ବିଜେପି ଚୁପ ବସିବିନି ଓ ଆଗକୁ ତୀବ୍ର ଆନ୍ଦୋଳନ କରିବ ବୋଲି ରେଙ୍ଗାଲି ବିଧାୟକ ଚେତାବନୀ ଦେଇଛନ୍ତି ।

ଏହି ସବୁ ପ୍ରସଙ୍ଗ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ସମ୍ବଲପୁର ସହର ମଧ୍ୟରେ ଥିବା ଧନକଉଡା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜେପି ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଆଜି ସମ୍ବଲପୁର ଧନକଉଡାରେ ହୋଇଥିବା ଏହି ଆନ୍ଦୋଳନରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକଙ୍କ ସହ ବହୁ ବିଜେପି ଯୁବନେତା ଓ କର୍ମୀ ସାମିଲ ହୋଇଥିଲେ ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.