ETV Bharat / state

ଶ୍ରମ ମନ୍ତ୍ରୀଙ୍କ ଦମ୍ଭୋକ୍ତି: ପଶ୍ଚିମ ଓଡିଶାର ୧୦ ଜିଲ୍ଲା ପରିଷଦ ଆସନ ହାତେଇବ BJD

author img

By

Published : Feb 7, 2022, 12:15 PM IST

ସୁଶାନ୍ତ ସିଂଙ୍କ ଦମ୍ଭୋକ୍ତି : ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲା ପରିଷଦ ଆସନ ହାତେଇବ ବିଜେଡି
ସୁଶାନ୍ତ ସିଂଙ୍କ ଦମ୍ଭୋକ୍ତି : ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲା ପରିଷଦ ଆସନ ହାତେଇବ ବିଜେଡି

ସମ୍ବଲପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ବେଳେ ଗ୍ରାମାଞ୍ଚଳକୁ ଛୁଟୁଛି ନେତାମନ୍ତ୍ରୀଙ୍କ ସୁଅ । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ପରିଷଦ ଆସନ ହାତେଇବ ବିଜେଡି ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର: ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଙ୍ଗ ଧରିଛନ୍ତି ଅନେକ ହେଭିୱେଟ । ଗାଁଠୁ ସହର ଏବେ ଚାରିଆଡ଼େ ନିର୍ବାଚନୀ ଆଲୋଚନା । ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି । ସମ୍ବଲପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ବେଳେ ଗ୍ରାମାଞ୍ଚଳକୁ ଛୁଟୁଛି ନେତାମନ୍ତ୍ରୀଙ୍କ ସୁଅ ।

ସୁଶାନ୍ତ ସିଂଙ୍କ ଦମ୍ଭୋକ୍ତି : ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲା ପରିଷଦ ଆସନ ହାତେଇବ ବିଜେଡି

୨୦୧୯ ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡିଶାର ୩୫ଟି ବିଧାନସଭା ସିଟରୁ ୨୩ଟି ଆସନ ହାତେଇଥିଲା ବିଜେଡି । ତେଣୁ ଏହାର ସଫଳତା ଏହି ପଞ୍ଚାୟତ ନିର୍ବାଚନରେ ବିଜେଡି ପୁଣି ଦୋହରାଇବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଏହାସହ ଗତ ୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସ ସୁପ୍ତ ଅବସ୍ଥାରେ ଥିବାରୁ କଂଗ୍ରେସ ଭୋଟ ବିଜେପି ପାଖକୁ ଚାଲି ଯାଇଥିବାରୁ ବିଜେପି ଅଧିକ ସିଟ ଜିତିଥିଲା ।

ସମ୍ବଲପୁରର ଗୋଶାଳା ଅଞ୍ଚଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ଚଳିତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିବ । ନବୀନ ସରକାରଙ୍କ ଜନାଭିମୁଖୀ ଯୋଜନାରେ ଲୋକଙ୍କ ବିଶ୍ୱାସ ବଢିଛି ତେଣୁ ୨୦୧୭ ପଞ୍ଚାୟତ ନିର୍ବାଚନ ଅପେକ୍ଷା ବିଜେଡି ଏଥର ଅଧିକ ସଫଳତା ପାଇବ । ତେବେ ଏଥର ସ୍ଥିତି ବଦଳିଛି । ତେଣୁ ବିଜେଡି ଭଲ ପ୍ରଦର୍ଶନ କରିବ । ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.