ETV Bharat / state

ବିଧାନସଭା ନିର୍ବାଚନ ପ୍ରସ୍ତୁତି, ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି !

author img

By ETV Bharat Odisha Team

Published : Sep 2, 2023, 5:54 PM IST

ସମ୍ବଲପୁର ବିଧାନସଭା ଆସନରେ ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟ ଭୋଟର ପ୍ରାୟ 10 ହଜାର। ଏହି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁଠାରୁ ଆଗରେ ରହିଛି ଶାସକ ବିଜେଡି l କାରଣ ଏହି ମୁସଲିମ ଭୋଟ ବିଭାଜିତ ନହୋଇ ଯଦି ଏକତାରଫା ଭାବେ ଯେଉଁ ଦଳକୁ ଯାଏ ସେହି ଦଳ ବିଜୟୀ ହେବାର ଅଧିକ ସମ୍ଭାବନା ରହିଛି l ଏଥିପାଇଁ ବିଜେଡି ପକ୍ଷରୁ ବର୍ତ୍ତମାନ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛି । ଅଧିକ ପଢନ୍ତୁ

ବିଧାନସଭା ନିର୍ବାଚନ ପ୍ରସ୍ତୁତି, ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି!
ବିଧାନସଭା ନିର୍ବାଚନ ପ୍ରସ୍ତୁତି, ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି!

ବିଧାନସଭା ନିର୍ବାଚନ ପ୍ରସ୍ତୁତି, ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି ବିଜେଡି!

ସମ୍ବଲପୁର: ଆସନ୍ତା ଡିସେମ୍ବର ସୁଦ୍ଧା ହୋଇପାରେ ରାଜ୍ୟ ବିଧାନସଭା ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି କରୁଛି ବିଜେଡି l ଏଭଳି ପରିସ୍ଥିତିରେ ମର୍ଯ୍ୟାଦାପୂର୍ଣ୍ଣ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁ ଦଳର ପ୍ରସ୍ତୁତି ଜୋରସୋରରେ ଚାଲିଛି l ଏହି ଆସନରେ ଥିବା ସଂଖ୍ୟାଲଘୁ ଭୋଟରଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡି ।

ସମ୍ବଲପୁର ବିଧାନସଭା ଆସନରେ ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟ ଭୋଟର ପ୍ରାୟ 10 ହଜାର। ଏହି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁଠାରୁ ଆଗରେ ରହିଛି ଶାସକ ବିଜେଡି l କାରଣ ଏହି ମୁସଲିମ ଭୋଟ ବିଭାଜିତ ନହୋଇ ଯଦି ଏକତାରଫା ଭାବେ ଯେଉଁ ଦଳକୁ ଯାଏ ସେହି ଦଳ ବିଜୟୀ ହେବାର ଅଧିକ ସମ୍ଭାବନା ରହିଛି l ଏଥିପାଇଁ ବିଜେଡି ପକ୍ଷରୁ ବର୍ତ୍ତମାନ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛି ।

ଏହାବି ପଢନ୍ତୁ- ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ହାଇଡ୍ରାମା ପରେ ବିିଜେଡିରୁ ବିଦା ହେଲେ ବିପିନ, କହିଲେ ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସବୁ ଜଣାଇବୁ

ସାଧାରଣ ନିର୍ବାଚନକୁ ନେଇ ସମ୍ବଲପୁର ଜିଲ୍ଲା ବିଜେଡିରେ ମାହୋଲ ସରଗରମ l ଗତ 2019 ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀନୀ ଡା. ରାସେଶ୍ବରୀ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ଦଳ କିପରି ବିଜୟୀ ହେବ ସେଥିପାଇଁ ଆରମ୍ଭ କରିଛି ଗୋଟି ଚାଳନା l ଗତ ନିର୍ବାଚନରେ ବିଜେଡି ପ୍ରାୟ 4380 ଭୋଟରେ ପରାଜିତ ହୋଇଥିଲା l ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ବଲପୁର ବିଧାନସଭା ଆସନରେ 10ହଜାର ମୁସଲିମ ଭୋଟର ଭୋଟ ଦେଉଥିବା ବେଳେ ଏହି ଭୋଟ କୌଣସି ଆଡକୁ ଏକତରଫା ହୋଇଗଲେ ଏହା ବିଜୟ ଓ ପରାଜୟ ମଧ୍ୟରେ ନିର୍ଣ୍ଣାୟକ ଭୂମିକା ନିଭାଇ ଥାଏ l ତେଣୁ ବର୍ତ୍ତମାନ ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଦେଖିବାକୁ ମିଳିଛି l

ସମ୍ବଲପୁରର ମୁସଲିମ ଭୋଟ ଉପରେ ବିଜେପିର ଭାଗିଦାରୀ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ l ସମ୍ବଲପୁରର ମୁସଲିମ ଭୋଟ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ଆଡକୁ ଯାଇଥାଏ l ତେବେ ଗତ 2014 ନିର୍ବାଚନରେ ମୁସଲିମ ଭୋଟ ସମ୍ପୂର୍ଣ୍ଣ ରୂପେ ବିଜେଡି ଆଡକୁ ଯାଇଥିବା ବେଳେ ଏହା ବିଜେଡି ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲା l ତେବେ 2019 ରେ ମୁସଲିମ ଭୋଟ କଂଗ୍ରେସ ସହ ଭାଗ ହେବାରୁ ତାହା ବିଜେପିକୁ ସୁହାଇଥିଲା । ବିଜେଡି ପରାଜିତ ହୋଇଥିଲା ବୋଲି ରାଜନୀତି ବିଶ୍ଳେଷକ କୁହନ୍ତି l

ଆଗାମୀ ନିର୍ବାଚନ ପାଇଁ ମୁସଲିମ ଭୋଟକୁ ଆକୃଷ୍ଟ କରିବା ପାଇଁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ଙ୍କ ନେତୃତ୍ବରେ ମୁସଲମାନ ବହୁଳ ଅଞ୍ଚଳରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି l ଏହି କାର୍ଯ୍ୟକ୍ରମ ଗୁଡିକରେ ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ, ଯୁବ ନେତା ସଞ୍ଜିତ ମହାନ୍ତି, ବରିଷ୍ଠ ବିଜେଡି ନେତା ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଉଛନ୍ତି । କେତେବେଳେ ରାଜ୍ୟ ସରକାରଙ୍କ ପାଣ୍ଠି ମଞ୍ଜୁର ଆଳରେ ତ କେତେବେଳେ ପର୍ବ ପର୍ବାଣିରେ ଯୋଗ ଦେବା ଆଳରେ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ କରୁଛି l

ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟ ଲୋକେ ମଧ୍ୟ ବିଜେଡିର ନୀତି ଆଦର୍ଶ ସହ ଜଡିତ ଥିବା କହି ସମ୍ବଲପୁରର ମୁସଲିମ ଭୋଟ ବିଜେଡି ଆଡକୁ ଯାଇ ପରେ ବୋଲି ଆଶା କରିଛନ୍ତି l ସୂଚନା ଯୋଗ୍ୟଯେ ଗତ 2019 ନିର୍ବାଚନରେ ବିଜେପିର ଜୟ ନାରାୟଣ ମିଶ୍ର 57349 ଭୋଟ ପାଇଥିବାବେଳେ, ବିଜେଡିର ରାସେଶ୍ବରୀ ପାଣିଗ୍ରାହୀ 52969 ଭୋଟ ଓ କଂଗ୍ରେସ ର ଅଶ୍ବିନୀ ପୁଜାହାରୀ 11 ହଜାର 652 ଭୋଟ ପାଇଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.