ETV Bharat / state

ସ୍କୁଲ ପରିସରରେ ବ୍ୟବସାୟୀଙ୍କ ମୃତଦେହ, ହତ୍ୟା ସନ୍ଦେହ

author img

By

Published : Jan 25, 2020, 7:05 PM IST

ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ଡର ଚାରମାଳ ଥାନା ଅଞ୍ଚଳରେ ଥିବା ଏକ ସ୍କୁଲ ପରିସରରେ ମୃତଦେହ ଠାବ ହୋଇଛି। ମୃତକ ଜଣେ କଂସା ବାସନ ବ୍ୟବସାୟୀ ବୋଲି ଜଣାପଡ଼ିଛି। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

deadbody found
ସ୍କୁଲ ପରିସରରେ ପଡିଛି କଂସା ବାସନ ବ୍ୟବସାୟୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ସମ୍ବଲପୁର: ରେଢାଖୋଲ ଅନ୍ତର୍ଗତ ଚାଟୁଣି ପ୍ରାଥମିକ ବିଦ୍ୟାଳୟରେ ଚାଞ୍ଚଲ୍ୟ । ସ୍କୁଲ ପରିସରରୁ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରାଜୁ ଜାନି । ତାଙ୍କ ଘର ଅନୁଗୋଳ ଜିଲ୍ଲା କନ୍ଧଳ ଗାଁରେ । ସେ ଜଣେ କଂସା ବାସନ ବ୍ୟବସାୟୀ ବୋଲି ଜଣାପଡିଛି। ଅନ୍ୟପଟେ ପାରପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ ।

ସୂଚନା ଅନୁସାରେ, ମୃତ ରାଜୁ ଗାଁକୁ ଗାଁ ବୁଲି କଂସାବାସନ ବିକ୍ରି କରି ଚଳୁଥିଲେ। ତାଙ୍କ ମୃତଦେହର କିଛି ଦୂରରେ ତାଙ୍କ ସାଇକେଲ ଏବଂ କିଛି ବାସନକୁସନ ପଡିଥିବାର ଦେଖିବାକୁ ମିଳିଛି। ରାଜୁ ଗତ ସନ୍ଧ୍ୟାରେ ଏହି ସ୍କୁଲରେ ବିଶ୍ରାମ ନେଇଥିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥାଇପାରନ୍ତି ଆଉ ଏଥିରେ ସଫଳ ନହେବାରୁ ତାଙ୍କୁ ହତ୍ୟା କରାଯାଇପାରିଥାଏ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ହସ୍ପିଟାଲକୁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ର ଚାରମାଳ ଥାନା ଅଞ୍ଚଳରେ ସ୍କୁଲ ପରିସରରେ ମୃତ ଦେହ ଠାଵ। ମୃତକ ଜଣେ କଂସା ବାସନ ବ୍ୟବସାୟୀ ବୋଲି ଜଣା ପଡ଼ିଛି।Body:ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ର ଚାରମାଳ ଥାନା ଅନ୍ତର୍ଗତ ଚାଟୁଣୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ। ପାରିପାର୍ଶ୍ବିକ ସ୍ଥିତି କୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ମୃତ ଯୁବକ ଜଣକ ହେଉଛନ୍ତି ଅନୁଗୁଳ ଜ଼ୀଲ୍ଲାର କନ୍ଧଳ ଗ୍ରାମର ରାଜୁ ଯାନି। ରାଜୁ ଗାଁ କୁ ଗାଁ ବୁଲି କଂସାବାସନ ବିକ୍ରି କରି ଚଳୁଥିଲେ। ତାଙ୍କ ମୃତ ଦେହର କିଛି ଦୂରରେ ତାଙ୍କ ସାଇକେଲ ଏବଂ କିଛି ବାସନ କୁସନ ପଡିଥିବାର ଦେଖିବାକୁ ମିଳିଛି। ରାଜୁ ସନ୍ଧ୍ୟାରେ ଏହି ସ୍କୁଲରେ ବିଶ୍ରାମ ନେଇଥିବା ସମୟରେ ତାଙ୍କୁ କେହି ଦୁର୍ବୁତ୍ତ ଲୁଟ ଉଦ୍ୟମ କରିଥାଇ ପାରନ୍ତି ଆଉ ଏଥିରେ ସଫଳ ନହେବାରୁ ତାଙ୍କୁ ହତ୍ୟା କରାଯାଇପାରିଥାଏ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିବା ସହ ମୃତତଦେହକୁ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ହସ୍ପିଟାଲକୁ ପଠାଇ ଦେଇଛି।Conclusion:ଶବ ବ୍ୟବଚ୍ଛେଦ ରିପୋଟ ଆସିବ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.