ETV Bharat / state

ରାୟଗଡାରେ ପାଳିତ ବିଶ୍ଵ ମହିଳା ଦିବସ

author img

By

Published : Mar 9, 2021, 1:39 PM IST

ରାୟଗଡାରେ ବିଶ୍ଵମହିଳା ଦିବସ ପାଳିତ
ରାୟଗଡାରେ ବିଶ୍ଵମହିଳା ଦିବସ ପାଳିତ

ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ପାଳତ ହୋଇଯାଇଛି ବିଶ୍ଵ ମହିଳା ଦିବସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗଦେଇ ମହିଳାମାନେ ଦେଶର ମେରୁଦଣ୍ଡ ବୋଲି କହି କହିଛନ୍ତି । ଅଧିକ ପଢନ୍ତୁ...

ରାୟଗଡ଼ା: ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ପାଳତ ହୋଇଯାଇଛି ବିଶ୍ଵମହିଳା ଦିବସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗଦେଇ ମହିଳାମାନେ ଦେଶର ମେରୁଦଣ୍ଡ ବୋଲି କହିବା ସହ ଏବେ ମହିଳାମାନେ ଅଧିକ ସ୍ଵବଲମ୍ବୀ ହେବାରେ ସକ୍ଷମ ହୋଇପାରିଛନ୍ତି ବୋଲି କହିଛନ୍ତି । ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧୂଷିତ ଅଞ୍ଚଳ ହୋଇଥିବାରୁ ଗ୍ରାମାଞ୍ଚଳର ମହିଳାମାନଙ୍କୁ କିପରି ଶତପ୍ରତିଶତ ଶିକ୍ଷା ପ୍ରଦାନ କରାଯାଇପାରିବ, ସେନେଇ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ରାୟଗଡାରେ ବିଶ୍ଵମହିଳା ଦିବସ ପାଳିତ

ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ହୋଇପାରିଲେ ଦେଶର ବକାଶ ସମ୍ଭବପର ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପ୍ରକାଶ କରିଥିଲେ । ଏହି ଅବସରରେ ମହିଳା ଓ ଶିଶୁ ମାନଙ୍କ ପାଇଁ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବାରୁ ରାମନାଗୁଡା ଶିଶୁ ବିକାଶ ପ୍ରକଳ୍ପ ଅଦିକାରୀ ଶାନ୍ତିଲତା ରଥ, ରାୟଗଡା ବ୍ଲକ ସୁପରଭାଇଜର ତୃପ୍ତିଲତା ମହାନ୍ତି, ଚନ୍ଦ୍ରପୁର ବ୍ଲକର ରଂଜୁ ଦିବାକା ଏବଂ ୧୧ଟି ବ୍ଲକର ୧୧ ଜଣ କିଶୋରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା ।

ସେହିପରି ଅଶୋକ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ବ୍ରାହ୍ମଣ ସଂଘର ଛାମୁଆ ସଂଗଠନ ଶକ୍ତି ବାହିନୀ ପକ୍ଷରୁ ମଧ୍ୟ ବିଶ୍ଵମହିଳା ଦିବସ ପାଳତ ହୋଇଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.