ETV Bharat / state

ଶୌଚ ହେବାକୁ ଗଲା ବେଳେ ଅଘଟଣ; ବଜ୍ରାଘାତରେ ମହିଳା ମୃତ

author img

By

Published : Aug 27, 2021, 7:38 AM IST

ଶୌଚ ହେବାକୁ ଗଲା ବେଳେ ଅଘଟଣ; ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ
ଶୌଚ ହେବାକୁ ଗଲା ବେଳେ ଅଘଟଣ; ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ଶୌଚ ହେବା ପାଇଁ ଯିବା ବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

ରାୟଗଡା: ଆକାଶରୁ ଖସିଲା ମୃତ୍ୟୁ । ଶୌଚ ହେବା ପାଇଁ ଗଲାବେଳେ ବଜ୍ରାଘାତରେ ମହିଳାଙ୍କ ହେଲା ମୃତ୍ୟୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ରାମଗିରି ଗାଁରେ । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି । ମୃତକ ମହିଳା ଜଣଙ୍କ ହେଲେ ଭାସ୍କର ବିଡିକାଙ୍କ ସ୍ତ୍ରୀ ସୁନିଳା ବିଡିକା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗୁରୁବାର ଦିନ ନିଜ ଘରବାରି ପଛପଟର ଅଗଣାରେ ଥିବା ନିକଟରେ ଥିବା ଏକ ସ୍ଥାନକୁ ଶୌଚ ହେବାକୁ ଯାଇଥିବା ସମୟରେ ହଠାତ ବଜ୍ରଘାତ ହୋଇଥିଲା । ଯେଉଁଥିରେ ମହିଳା ଗୁରୁତର ହୋଇଥିଲେ ।

ଶୌଚ ହେବାକୁ ଗଲା ବେଳେ ଅଘଟଣ; ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ରାମନାଗୁଡା ଫାଣ୍ଡି ଅଧିକାରୀ ପହଞ୍ଚି ବ୍ୟବଚ୍ଛେଦ ପାଇଁ ଗୁଣୁପୁର ପଠାଇ ଦେଇଥିଲେ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.