ETV Bharat / state

Panchayat Polls: ଶାନ୍ତି ଶୃଙ୍ଖଳାରେ ଭୋଟ ଦେଉଛି ରାୟଗଡା

author img

By

Published : Feb 24, 2022, 12:11 PM IST

ଶେଷ ପର୍ଯ୍ୟାୟ ନିର୍ବାଚନ :ରାୟଗଡାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି
ଶେଷ ପର୍ଯ୍ୟାୟ ନିର୍ବାଚନ :ରାୟଗଡାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି

ଆଜି(ଗୁରବାର) ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ବା ପଞ୍ଚମ ପର୍ଯ୍ୟାୟ । ଭୋଟ ଦେଉଛି ରାଜ୍ୟର 25 ଜିଲ୍ଲା । ତେବେ ରାୟଗଡାର ଗୁଡାରି ଏବଂ ପଦ୍ମପୁର ବ୍ଲକରେ ସକାଳ 7ଟାରୁ ମତଦାନ ଚାଲିଛି । ଅଧିକ ପଢନ୍ତୁ

ରାୟଗଡା: ଆଜି(ଗୁରବାର) ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ବା ପଞ୍ଚମ ପର୍ଯ୍ୟାୟ । ଭୋଟ ଦେଉଛି ରାଜ୍ୟର 25 ଜିଲ୍ଲା । ସେହି କ୍ରମରେ ରାୟଗଡାର ଗୁଡାରି ଏବଂ ପଦ୍ମପୁର ବ୍ଲକରେ ସକାଳ 7ଟାରୁ ମତଦାନ ଚାଲିଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ ପଦ୍ମପୁର ବ୍ଲକର 2ଟି ଏବଂ ଗୁଡାରି ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା ।

ଶେଷ ପର୍ଯ୍ୟାୟ ନିର୍ବାଚନ :ରାୟଗଡାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି

ଏହି ଦୁଇ ବ୍ଲକରେ 261ଟି ବୁଥ ରହିଥିବା ବେଳେ ସର୍ବମୋଟ 69 ହଜାର 343 ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି । 261ଟି ବୁଥ ମଧ୍ୟରୁ 42ଟି ସମ୍ବେଦନଶୀଳ ଏବଂ 12ଟି ଅତିସମ୍ବେଦନଶୀଳ ବୁଥ ରହିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

3 ଜିଲ୍ଲା ପରିଷଦ ଆସନ ପାଇଁ ସର୍ବମୋଟ 15ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି 22 ପଞ୍ଚାୟତ ପାଇଁ 77 ସରପଞ୍ଚ ପ୍ରାର୍ଥୀ ଏବଂ 76 ସମିତି ସଭ୍ୟ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉକ୍ତ ଦୁଇ ବ୍ଲକର ଶାନ୍ତିଶୃଙ୍ଖଳା ଭାବେ ଆୟୋଜନ କରିବା ପାଇଁ 1 ହଜାର 44 ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମତଦାନ ଶୃଙ୍ଖଳିତ ଭାବେ ଚାଲୁଅଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.