ETV Bharat / state

ଅଙ୍ଗନବାଡିକର୍ମୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ପ୍ରତିବାଦ କଲେ ଅସନ୍ତୁଷ୍ଟ ଗ୍ରାମବାସୀ

author img

By

Published : Aug 6, 2021, 7:46 AM IST

ଅଙ୍ଗନବାଡିକର୍ମୀଙ୍କ ମନମୁଖୀ କାର୍ଯ୍ୟ : ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ପ୍ରତିବାଦ
ଅଙ୍ଗନବାଡିକର୍ମୀଙ୍କ ମନମୁଖୀ କାର୍ଯ୍ୟ : ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ପ୍ରତିବାଦ

ନାରାୟଣଗୁଡା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ । ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ରାୟଗଡା: ଜିଲ୍ଲା ରମାନଗୁଡ଼ା ବ୍ଲକ ନାରାୟଣଗୁଡା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ । ନାରାୟଣଗୁଡା ଗାଁର ମହିଳାମାନେ ଏନେଇ ରମାନଗୁଡା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଦେବାରେ ଅନିୟମିତତା ଏବଂ ଶିଶୁ ମାନଙ୍କ ଅଭିଭାବକଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ।

ଅଙ୍ଗନବାଡିକର୍ମୀଙ୍କ ମନମୁଖୀ କାର୍ଯ୍ୟ : ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ପ୍ରତିବାଦ

ଏଥିସହ ସେହି କର୍ମୀଙ୍କୁ ଅନ୍ୟତ୍ର ବଦଳି ଦାବି ମଧ୍ୟ କରିଛନ୍ତି । ଏନେଇ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ଶେଷରେ ଗୁରୁବାର ମହିଳାମାନେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅଭିଯୋଗ ସମ୍ପର୍କରେ ରମାନଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା । ତେବେ ଏନେଇ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ କିମ୍ବା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.