ETV Bharat / state

କୋଭିଡ-୧୯ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

author img

By

Published : Mar 20, 2020, 3:31 AM IST

କୋଭିଡ-୧୯ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି
କୋଭିଡ-୧୯ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

ରାୟଗଡାର କାଶିପୁର ବ୍ଲକ ଅନ୍ତର୍ଗତ ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଓ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କୋଭିଡ୍‌-୧୯ ବିରୋଧରେ ମୁକାବିଲା ପାଇଁ ଗାଁ ଗାଁରେ ମାଇକ ଯୋଗେ ଆରମ୍ଭ ହୋଇଛି ସଚେତନ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ରାୟଗଡା: ପ୍ରଶାସନ ପରେ ଏବେ କୋରୋନା ସଚେତନ ପଇଁ ଅଣ୍ଟା ଭିଡ଼ିଛି ଜିଲ୍ଲାର ବୃହତ ଶିଳ୍ପ ସଂସ୍ଥା ଉତ୍କଳ ଆଲୁମିନା । ରାୟଗଡାର କାଶିପୁର ବ୍ଲକ୍‌ ଅନ୍ତର୍ଗତ ଆଦିତ୍ୟ ବିର୍ଲା ଗ୍ରୁପ୍‌ର କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କୋଭିଡ୍‌-୧୯ ବିରୋଧରେ ମୁକାବିଲା ପାଇଁ ଗାଁ ଗାଁରେ ମାଇକ ଯୋଗେ ଆରମ୍ଭ ହୋଇଛି ସଚେତନ କାର୍ଯ୍ୟକ୍ରମ ।

କୋଭିଡ-୧୯ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

ଏପରିକି କାରଖାନାକୁ ଆସୁଥିବା ସମସ୍ତ କର୍ମଚାରୀଙ୍କ ଉତ୍ତାପ ରେର୍କଡ ସହ କାରଖାନାରେ ପ୍ରବେଶ ସମୟରେ ସ୍ବତନ୍ତ୍ର ଡାକ୍ତରୀ ଦଳଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ତେବେ କାରଖାନା ଏବଂ ତତ୍ ସଂଲଗ୍ନ ଅଞ୍ଚଳର ଲୋକଙ୍କ ପାଇଁ କମ୍ପାନୀ ତରଫରୁ ସ୍ବତନ୍ତ୍ର ଆଇସୋଲେଟେଡ଼ ୱାର୍ଡ ଖୋଲାଯାଇ ଚିକିତ୍ସାର ସମସ୍ତ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି କାରଖାନା ମୁଖ୍ୟ ଏନ୍‌.ନାଗେସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.