ETV Bharat / state

ରାୟଗଡ଼ାରେ କରୋନା ସ୍ଥିତି ଅଣାୟତ୍ତ, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Apr 23, 2021, 9:33 PM IST

ରାୟଗଡ଼ାରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନିଅଙ୍କ ଛୁଇଁ ୧୦୫ରେ ପହଞ୍ଚିଲାଣି । ସ୍ଥିତି ସମୀକ୍ଷା କାଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ରାୟଗଡ଼ାରେ କରୋନା ସ୍ଥିତି ଅଣାୟତ୍ତ, ସ୍ଥିତି ସମୀକ୍ଷା କାଲେ ଜିଲ୍ଲାପାଳ
ରାୟଗଡ଼ାରେ କରୋନା ସ୍ଥିତି ଅଣାୟତ୍ତ, ସ୍ଥିତି ସମୀକ୍ଷା କାଲେ ଜିଲ୍ଲାପାଳ

ରାୟଗଡ଼ା : ରାୟଗଡ଼ାରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନିଅଙ୍କ ଛୁଇଁ ୧୦୫ରେ ପହଞ୍ଚିଲାଣି । ଏପରିକି ଚିକିତ୍ସାଧୀନ ଅବସ୍ଥାରେ ଅନେକ ମୃତ୍ୟୁବରଣ କରିଥିବା ଖବର ପହଞ୍ଚୁଛି । ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ହୁହୁ ହୋଇ ବୃଦ୍ଧି ଘଟୁଥିବାରୁ ଜିଲ୍ଲା ପ୍ରଶାସନର ନିଦ ହଜି ଯାଇଛି । ସବୁଠାରୁ ଚିନ୍ତା ବଢିଛି ପ୍ରବାସୀ ଶ୍ରମିକଙ୍କୁ ନେଇ । ବହାର ରାଜ୍ୟରୁ ଏବେ ପ୍ରବାସୀ ଶ୍ରମିକ ଫେରୁଥିବା ଆରମ୍ଭ କରିଥିବା ବେଳେ ସମସ୍ତଙ୍କ ନଜର ବାସଷ୍ଟାଣ୍ଡ, ରେଳଷ୍ଟେସନ ଏବଂ ଆନ୍ତରାଜ୍ୟ ସୀମା ଉପରେ ରହିଛି ।

ରାୟଗଡ଼ାରେ କରୋନା ସ୍ଥିତି ଅଣାୟତ୍ତ, ସ୍ଥିତି ସମୀକ୍ଷା କାଲେ ଜିଲ୍ଲାପାଳ

କରୋନା ପ୍ରଭାବିତ ଅଞ୍ଚଳରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ସଂକ୍ରମଣ ବ୍ୟାପିବା ସମ୍ଭାବନା ଅଧିକ ରହିଛି । ତେବେ ଏହି ପ୍ରବାସୀମାନେ ରେଳ ଯୋଗେ ରାୟଗଡାକୁ ପ୍ରବେଶ କରୁଥିବା ଜିଲ୍ଲାପାଳ ସ୍ଥାନୀୟ ରେଳ ଷ୍ଟେସନ ପରିସରରେ ପହଞ୍ଚି ରେଳ ସୁରକ୍ଷା କର୍ମୀ ଓ ଷ୍ଟେସନରେ କୋଭିଡ ପରିଚାଳନା ନେଇ ସମୀକ୍ଷା କରିଥିଲେ ।

ଷ୍ଟେସନ ପରିସରରେ କିଭଳି କୋଭିଡ ମାର୍ଗଦର୍ଶିକା ପାଳନ ହେବ ସେନେଇ ରେଳ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ଟ୍ରେନରେ ଯାତ୍ରା କରି ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପଞ୍ଜିକରଣ ସଠିକ ରୂପେ କରାଯିବା ସହିତ ବିଶେଷ ଭାବେ କୁମ୍ଭମେଳା ଫେରାନ୍ତଙ୍କ ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।

ଷ୍ଟେସନ ପରିସରରେ ଥର୍ମାଲ ସ୍କାନିଂକୁ ଗୁରୁତ୍ୱ ଦେବା ସହିତ ପ୍ରତ୍ୟେକ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା କଡାକଡି ଅନୁପାଳନ କରିବାକୁ ଷ୍ଟେସନ ପରିଚାଳକ ଓ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସରୋଜ କୁମାର ମିଶ୍ର ରାୟଗଡା ସଦର ବ୍ଲକ ଅନ୍ତର୍ଗତ କେରେଡାରେ ଆନ୍ଦ୍ର-ଓଡିଶା ସୀମାନ୍ତର ସ୍ଥିତି ପରିଦର୍ଶନ କରିଥିଲେ । ଆନ୍ଧ୍ରପଟୁ ଆସୁଥିବା ଯାତ୍ରୀଙ୍କୁ କିଭଳି ଭାବେ ପ୍ରାଥମିକ ଯାଞ୍ଚ ଓ ସବୁ ଯାତ୍ରୀଙ୍କ କିଭଳି ପଞ୍ଜିକରଣ କରାଯାଉଛି ତାହା ଅନୁଧ୍ୟାନ କରିଥିଲେ । ଏହି ସୀମାନ୍ତରେ ସ୍ୱାସ୍ଥ୍ୟ, ପୋଲିସ ଓ ପରିବହନ ବିଭାଗକୁ ନେଇ ଗଠିତ ତିନୋଟି ଟିମ ଉପସ୍ଥିତ ରହି ଯାତ୍ରୀଙ୍କୁ ଯାଞ୍ଚ କରିବା ସହ ଯାତ୍ରାର ସମୂର୍ଣ୍ଣ ବିବରଣି ହାସଲ ପରେ ନିୟମ ଅନୁଯାୟୀ ସମସ୍ତଙ୍କୁ ୭ ଦିନ ଯାଏଁ ସଙ୍ଘରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.