ETV Bharat / state

ଚୋରି ମାମଲାରେ 2 ଆନ୍ତଃଜିଲ୍ଲା ଡକାୟତ ଗିରଫ

author img

By

Published : Jan 20, 2021, 6:44 PM IST

ଚୋରି ମାମଲାରେ 2 ଅନ୍ତଃଜିଲ୍ଲା ଡକାୟତ ଗିରଫ, ଟଙ୍କା ସହ ସୁନା ଜବତ
ଚୋରି ମାମଲାରେ 2 ଅନ୍ତଃଜିଲ୍ଲା ଡକାୟତ ଗିରଫ, ଟଙ୍କା ସହ ସୁନା ଜବତ

ରାୟଗଡା ଗୌତମନଗର ଚୋରି ଘଟଣାର ପର୍ଦ୍ଦାଫାସ । ଚୋରିରେ ସମ୍ପୃକ୍ତ ଦୁଇ ଆନ୍ତଃଜିଲ୍ଲା ଡକାୟତ ଗିରଫ । ଅଧିକ ପଢନ୍ତୁ...

ରାୟଗଡା: ସହରର ଗୌତମନଗର ଚୋରି ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଚୋରି ସାମଗ୍ରୀ ଯଥା-ଗୋଟିଏ ସୁନାହାର, କାନଫୁଲ, ନଗଦ ୨୦ ହଜାର ଟଙ୍କା ସମେତ ଚୋରି ସମୟରେ ବ୍ୟବହୃତ ୨ଟି ମୋଟର ସାଇକେଲକୁ ଜବତ କରାଯାଇଥିବା ରାୟଗଡା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

ଚୋରି ମାମଲାରେ 2 ଅନ୍ତଃଜିଲ୍ଲା ଡକାୟତ ଗିରଫ, ଟଙ୍କା ସହ ସୁନା ଜବତ

ସୂଚନାଯୋଗ୍ୟ, ଚଳିତ ମାସ ୭ ତାରିଖରେ ଗୌତମନଗରର ଲିଙ୍ଗରାଜ ଲେଙ୍କାଙ୍କ ଘରୁ ବଡ ଧରଣର ଚୋରି ଘଟଣା ସମ୍ପର୍କରେ ଜଣାପଡିଥିଲା । ଡିସେମ୍ବର ୨୭ ତାରିଖରେ ଲିଙ୍ଗରାଜ ପରିବାର ସହ ନିଜ ପୈତୃକ ଗ୍ରାମକୁ ଯାଇଥିଲେ । ୭ ତାରିଖରେ ଘରକୁ ଫେରିବା ପରେ ଘରର ମୁଖ୍ୟଦ୍ବାରର ତାଲା ଭଙ୍ଗା ଯାଇଥିବା ସହ ଆସବାପତ୍ରଗୁଡିକ ଏଣେତେଣେ ପଡିଥିବା ଘରଲୋକ ଦେଖିବାକୁ ପାଇଥିଲେ ।

ଏ ସଂପର୍କରେ ଲିଙ୍ଗରାଜଙ୍କ ପୁଅ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏସପି ନିଜେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ପରିଶେଷରେ ୧୩ ଦିନ ପରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିଛି। ତେବେ ପୂର୍ବରୁ ମଧ୍ୟ ଗିରଫ ଅଭିଯୁକ୍ତଙ୍କ ନାମରେ ଥାନାରେ ବହୁ ଚୋରି ମାମଲା ରୁଜୁ ହୋଇଛି । ଦୁର୍ବୃତ୍ତମାନେ ରାୟଗଡା ବ୍ୟତୀତ ପଡୋଶୀ ଜିଲ୍ଲାଗୁଡିକରେ ଘଟିଥିବା ଚୋରି ଘଟଣାରେ ସାମିଲ ଥିବା ଏସପି ଜଣାଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.