ETV Bharat / state

ରାୟଗଡାର ବିଭିନ୍ନ ମନ୍ଦିରରେ ସିରିଜ ଲୁଟ, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

author img

By

Published : May 21, 2023, 8:05 AM IST

ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ
ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ

ରାୟଗଡାରେ ଏବେ ବଢିବାରେ ଲାଗିଛି ଲୁଟପାଟ । ଆଉ ଏହି ଲୁଟେରାମାନଙ୍କ କବଳରୁ ବାଦ ପଡୁ ନାହାନ୍ତି ଖୋଦ ଭଗବାନ । ଅଧିକ ପଢ଼ନ୍ତୁ

ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ

ରାୟଗଡ଼ା: ବିଭିନ୍ନ ସ୍ଥାନରେ ଲୁଟପାଟ ମାମଲା ବଢିବାରେ ଲାଗିଛି । ତାଲା ପଡିଥିବା ଘରେ ଚୋରୀ ତ ପ୍ରାତଃଭ୍ରମଣରେ ଯାଉଥିବା ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚେନ୍ ଟାଣି ନେବା । ଦିନ ଦ୍ବିପହରରେ ତ ରାତିର ଅନ୍ଧାରରେ କଳାକନା ବୁଲାଉଛନ୍ତି ଚୋର । ଏବେ କିଛି ଦିନ ହେଲା ଚୋରିର ତରିକାକୁ ବଦଳାଇ ଦେଇଛନ୍ତି ଚୋର ଏବେ ମନ୍ଦିର ମୁହାଁ ହୋଇଛନ୍ତି ।

ଗତ କିଛି ଦିନ ତଳେ ରାୟଗଡା ସହର ସ୍ଥିତ ଗୌତମ ନଗରରେ ଥିବା ଶିବ ମନ୍ଦିରରୁ ଚୋରି କରିବା ପରେ ଶୁକ୍ରବାର ମଧ୍ୟରାତ୍ରରେ ଲଗାତର ସହରରେ ଥିବା ଦୁଇଟି ମନ୍ଦିରରୁ ଏକକାଳୀନ ଚୋରି କରିବାରେ ସଫଳ ହୋଇଛନ୍ତି ଚୋରମାନେ । ପୁଣି ଥରେ ଗୌତମ ନଗର ସ୍ଥିତ ଶିବ ମନ୍ଦିରରୁ ଚୋରି କରିବା ସହ ବ୍ଲକ ଅଫିସ ନିକଟସ୍ଥ କାଳୀ ମନ୍ଦିରର ମୁଖ୍ୟ ଫାଟକକୁ ତାଡି ହୁଣ୍ଡି ଭାଙ୍ଗି ଟଙ୍କା,ସୁନା ଓ ରୂପା ଚୋରି କରି ନେଇଛନ୍ତି ଚୋର ।

ସବୁଠାରୁ ବଡକଥା ସବୁବେଳେ 24 ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ କାର୍ଯ୍ୟଳୟ ଠାରୁ ମାତ୍ର ୫ ଫୁଟ ଦୂରରେ ଏହି କାଳୀ ମନ୍ଦିରର । ଯାହାର ଦାନ ହୁଣ୍ଡି ଭାଙ୍ଗି ଚୋରି ଘଟଣା ରାୟଗଡା ଜନସାଧାରଣଙ୍କୁ ଚକିତ କରିଛି । ଏଭଳି ସ୍ଥଳେ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ବ୍ଲକ ଅଫିସ ଛକରେ ପୋଲିସ ପକ୍ଷରୁ ଉନ୍ନତମାନର ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ଚୋରମାନେ ପୋଲିସକୁ ଏକ ପ୍ରକାର ଚାଲେଞ୍ଜ ଦେଇ ଚୋରି କରୁଛନ୍ତି ।

ମନ୍ଦିର ବାହାରେ ଲାଗିଥିବା ସିସି କ୍ୟାମେରା ମଧ୍ୟ କାର୍ଯ୍ୟ କରୁନି । ତେବେ କାଳୀ ମନ୍ଦିରରେ ଚୋରି ଆଭିଯୋଗ ପରେ ରାୟଗଡା ଏସଡିପିଓ ଦେବଜ୍ୟୋତି ଦାସ ଓ ଥାନା ଅଧିକାରୀ କେ.କେ.ବି.କେ କହଁର କାଳୀ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁରର ସାହାଯ୍ୟ ନେଇଛନ୍ତି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ଚୋରର କୌଣସି ପତ୍ତା ମିଳିନାହିଁ ।

ହୁଣ୍ଡି ବିଗତ 8 ମାସ ମଧ୍ୟରେ ଖୋଲାଯାଇ ନଥିବା ଯୋଗୁଁ ଏଥିରେ ପ୍ରାୟ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କା ସହ ରୂପା ଓ ସୁନା ଥିବା କାଳୀ ପୂଜା କମିଟିର ସଭାପତି ଦିଲ୍ଲୀପ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେହିଭଳି ଗୌତମ ନଗର ସ୍ଥିତ ଶିବ ମନ୍ଦିରର ହୁଣ୍ଡି 4 ମାସ ମଧ୍ୟରେ ଦ୍ବିତୀୟ ଥର ଚୋରି ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.