ETV Bharat / state

ପେଟ୍ରୋଲ-ଡିଜେଲକୁ ବାଏବାଏ; ଖରାଦିନେ ସୋଲାର, ବର୍ଷାଦିନେ ବ୍ୟାଟେରୀରେ ଚାଲିିବ ଇ-ଯାନ

author img

By

Published : Oct 29, 2021, 3:06 PM IST

ସୌରଚାଳିତ ଇ-ବାଇକ ତିଆରି କରି ଚର୍ଚ୍ଚାରେ UGMIT ଛାତ୍ର
ସୌରଚାଳିତ ଇ-ବାଇକ ତିଆରି କରି ଚର୍ଚ୍ଚାରେ UGMIT ଛାତ୍ର

ନିଜସ୍ବ ଉଦ୍ୟମରେ ସୌରଚାଳିତ ଇ-ବାଇକ ଏବଂ ବ୍ୟାଟେରୀ ଚାଳିତ ଇ-ରିକ୍ସା ତିଆରି କଲେ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ(UGMIT )ର ଛାତ୍ର । ବିନା ଇଞ୍ଜିନରେ ବିନା ପେଟ୍ରୋଲରେ ଚାଲୁଛି ବାଇକ । ଲୋକଙ୍କ ଉପରୁ ପେଟ୍ରୋଲ ଭାର ସହ ପ୍ରଦୂଷଣ କମାଇବ ଏହି ଇ-ଯାନ । ଅଧିକ ପଢନ୍ତୁ...

ରାୟଗଡା: କମାଲ କରିଛନ୍ତି ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ(UGMIT )ର ଛାତ୍ର । ନିଜସ୍ବ ଉଦ୍ୟମରେ UGMIT ଛାତ୍ର ସୌରଚାଳିତ ଇ-ବାଇକ ଏବଂ ବ୍ୟାଟେରୀ ଚାଳିତ ଇ-ରିକ୍ସା ତିଆରି କରିଛନ୍ତି । ବର୍ତ୍ତମାନ ସମୟରେ ପେଟ୍ରୋଲ ଡିଜେଲର ଉଚ୍ଚା ଦରଦାମରୁ ଲୋକଙ୍କ ଆଶ୍ବସ୍ତି ଦେବା ସହ ପ୍ରଦୂଷଣ କମାଇବାକୁ ଏଭଳି ଇ-ଯାନର ଉଦ୍ଭାବନ କରିଥିବା କହିଛନ୍ତି ଶିକ୍ଷାର୍ଥୀ । ଏହି ଇ-ବାଇକର ବିଶେଷତ୍ବ ହେଉଛି ଏହା ଉଭୟ ବ୍ୟାଟେରୀ ଓ ସୌରଶକ୍ତି ଦ୍ବାରା ଗତି କରିପାରିବ । ଏହା ପ୍ରଦୂଷଣ ମାତ୍ରା କମ୍ କରିବା ସହ ପେଟ୍ରୋଲ-ଡିଜେଲ ଖର୍ଚ୍ଚ ମଧ୍ୟ ବଞ୍ଚାଇବ ।

ସୌରଚାଳିତ ଇ-ବାଇକ ତିଆରି କରି ଚର୍ଚ୍ଚାରେ UGMIT ଛାତ୍ର

ସମ୍ପୂର୍ଣ୍ଣ ବ୍ୟାଟେରୀ ଓ ଇଲେକ୍ଟ୍ରିକ ଦ୍ଵାରା ଚାଲୁଥିବା ଏହି ଗାଡିକୁ UGMITର ଇଞ୍ଜିନିୟରିଂ ଛାତ୍ର ପି ପୁଷ୍ପକାନ୍ତ ଓ ତାଙ୍କ ଟିମ୍ ତିଆରି କରିଛନ୍ତି । ସେମାନେ ଲକଡାଉନ ସମୟରେ ନିଜର କଳ୍ପନାକୁ ଏଭଳି ସଫଳ ରୂପ ଦେଇଛନ୍ତି । ଛାତ୍ରଙ୍କ ଏଭଳି ସଫଳ ଉଦ୍ଭାବନ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସମେତ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ବାଇକରେ ବିଏଲସ ମୋଟର, ୪୮ ଭୋଲ୍ଟ ୨୦ ଆମୟର ବିଶିଷ୍ଟ ୪ଟି ବ୍ୟାଟେରୀ ସହ ସୋଲାର ପ୍ଲେଟ ବି ଲାଗିଛି । ଯାହାଫଳରେ ଉଭୟ ବ୍ୟାଟେରୀ ଓ ସୌରଶକ୍ତି ଦ୍ବାରା ଏହି ବାଇକଟି ଚାଲିପାରୁଛି ।

ଏହାର ବ୍ୟାଟେରୀକୁ ୩ ଘଣ୍ଟା ଚାର୍ଜ କଲେ ବାଇକ ଘଣ୍ଟାପ୍ରତି ସର୍ବାଧିକ ୫୦ ରୁ ୬୦ କିଲୋମିଟର ବେଗରେ ଗତି କରୁଛି । ଦିନରେ ସୌରଶକ୍ତି ସାହାଯ୍ୟରେ ବାଇକଟି ଚାଲିଥାଏ । ସୋଲାର ଦ୍ବାରା ଦିନରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବାଇକଟି ଚାଲିପାରିବ । ଯଦି ବର୍ଷା କିମ୍ବା ସୌରଶକ୍ତି ନ ମିଳି ତେବେ ଜଣେ ବ୍ୟକ୍ତି ବ୍ୟାଟେରୀକୁ ଚାର୍ଜ କରି ଯାତ୍ରା କରିପାରିବେ ।

ସେହିପରି ଇ-ରିକ୍ସାରେ ଟିଏଲବିସ ହଜ୍ ମୋଟର ସାଙ୍ଗକୁ ବ୍ୟାଟେରୀ ବି ଖଞ୍ଜାଯାଇଛି । ଇ-ବାଇକ ଘଣ୍ଟାପ୍ରତି ୪୦ କିଲୋମିଟର ଚାଲିବାର କ୍ଷମତା ରଖିଥିବାବେଳେ ଇ-ରିକ୍ସାରେ ୨୦ କିଲୋମିଟରର କ୍ଷମତା ରହିଛି । ଏହାଦ୍ଵାରା ତୈଳ ଖର୍ଚ୍ଚ ହ୍ରାସ ହୋଇ ପାରିବା ସାଙ୍ଗକୁ ପ୍ରଦୂଷଣ ମଧ୍ୟ କମିବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.