ETV Bharat / state

ପୋଲିସ ରାଡାରରେ ଅମାନିଆ, ସହରର ଚକ୍କର କାଟିଲେ ଏସପି ବିବେକ ଶର୍ମା

author img

By

Published : Apr 25, 2021, 1:56 PM IST

ରାୟଗଡାରେ ସପ୍ତାହନ୍ତ ସଟଡାଉନ
ରାୟଗଡାରେ ସପ୍ତାହନ୍ତ ସଟଡାଉନ

ଗତ ୨୪ ଘଣ୍ଟାରେ ରାୟଗଡା ଜିଲ୍ଲାରୁ ୧୦୪ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ତରଫରୁ ଦୈନିକ ସଂକ୍ରମଣ ହାର କମାଇବା ପାଇଁ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯିବା ସହ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ରାୟଗଡା: ଦିନକୁ ଦିନ ରାୟଗଡ଼ା ଜିଲ୍ଲାରେ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବା ବେଳେ ବିଗତ ତିନିଦିନ ଧରି ଶତକ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାୟଗଡା ଜିଲ୍ଲାରୁ ୧୦୪ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ତରଫରୁ ଦୈନିକ ସଂକ୍ରମଣ ହାର କମାଇବା ପାଇଁ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯିବା ସହ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ରାୟଗଡାରେ ସପ୍ତାହନ୍ତ ସଟଡାଉନ

ପ୍ରଶାସନ ତତ୍ପରତା ପରେ ମଧ୍ୟ ମାସ୍କ, ସାମାଜିକ ଦୂରତା ମାନୁନାହାନ୍ତି ଅମାନିଆ । ଫଳରେ ଅମାନିଆଙ୍କଠୁ ପୋଲିସ୍ ଜରିମାନା ଆଦାୟ କରୁଛି । ଗତ ୨୪ ଘଣ୍ଟାରେ ରାୟଗଡ଼ା ପୋଲିସ୍ ୧ ଲକ୍ଷ ୩୪ ହଜାର ଟଙ୍କାର ଜରିମାନା ଆଦାୟ କରିଛି । ତେବେ ଏନେଇ କ'ଣ ରହିଛି ସୁରକ୍ଷା ବ୍ୟବସ୍ଥା ରାୟଗଡା ଏସପି ବିବେକାନନ୍ଦ ଶର୍ମାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ରାୟଗଡା ପ୍ରତିନିଧି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.