ETV Bharat / state

ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କଲେ ରାୟଗଡା ଜିଲ୍ଲାପାଳ

author img

By

Published : Jun 11, 2021, 7:35 AM IST

ରାୟଗଡା ଜିଲ୍ଲା ସୀମାରେ ଅନୁପ୍ରବେଶ ଯୋଗୁଁ ସଂକ୍ରମଣ ଧିରେ ଧିରେ ବଢୁଛି । ଏଣୁ ସୀମାନ୍ତରେ ଯାଞ୍ଚ ପକ୍ରିୟାକୁ ଅଧିକ କଡାକଡି କରିବା ପାଇଁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

rayagada-collector-visit-and-review-the-covid-situation
ସୀମାନ୍ତରେ ସ୍ଥିତିର ଅନୁଧ୍ୟାନ କଲେ ରାୟଗଡା ଜିଲ୍ଲାପାଳ

ରାୟଗଡା : ଜିଲ୍ଲା ସୀମାରେ ଅନୁପ୍ରବେଶ ଯୋଗୁଁ ସଂକ୍ରମଣ ଧିରେ ଧିରେ ବଢୁଛି । ଏଣୁ ସୀମାନ୍ତରେ ଯାଞ୍ଚ ପକ୍ରିୟାକୁ ଅଧିକ କଡାକଡି କରିବା ପାଇଁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି(ଶୁକ୍ରବାର) ଜିଲ୍ଲାପାଳ ଓଡିଶା-ଆନ୍ଧ୍ର ସୀମାନ୍ତ କେରେଡା ଚେକ ପଏଣ୍ଟ ଗସ୍ତ କରି ସୀମାରେ କାର୍ଯ୍ୟ କରୁଥିବା ପୋଲିସ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରବେଶ ବେଳେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହ ଲୋକମାନଙ୍କ ଥର୍ମାଲ୍ ସ୍କ୍ରିନିଙ୍ଗ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସୀମାନ୍ତରେ ସ୍ଥିତିର ଅନୁଧ୍ୟାନ କଲେ ରାୟଗଡା ଜିଲ୍ଲାପାଳ

ଆନ୍ଧ୍ରରୁ ଆସୁଥିବା ଯାତ୍ରୀମାନଙ୍କ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ ସହ ସେମାନଙ୍କୁ 14 ଦିନିଆ ସଂଗରୋଧ କେନ୍ଦ୍ରରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସୀମା ଡେଇଁ ଆସୁଥିବା ଯାତ୍ରୀ ଓ ଡ୍ରାଇଭର ହେଲପରଙ୍କ ଉପରେ କଡା ନଜର ରଖିବା ସହ ତୁଣ୍ଡି ପରିଧାନ, ସମାଜିକ ଦୂରତା ଓ ସାବୁନରେ ହାତ ଧୂଆ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଶେଷ କରି ରାୟଗଡା ସଦର ବ୍ଲକର ଅନେକ ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଥିବା ବେଳେ ଆନ୍ଧ୍ରର ଲୋକେ ଓ ଛୋଟ ଛୋଟ ବେପାରୀମାନେ ଓଡିଶା ଗାଁ ମାନଙ୍କ ଅବାଧରେ ପ୍ରବେଶ କରୁଛନ୍ତି । ରାୟଗଡା ସଦର ବ୍ଲକର କିଛି ସ୍ଥାନରେ ଚେକ୍ ପଏଣ୍ଟ ନିର୍ମାଣ କରାଯାଇଥିଲେ ହେଁ ଲୋକେ ଗଳାବାଜରେ ବ୍ୟବସାୟ ଓ ସାମାଜିକ ସଂପର୍କ ରକ୍ଷା କରି ଆସୁଛନ୍ତି । ଏଣୁ ଏମାନଙ୍କ ଉପରେ କିପରି ରୋକ ଲଗାଯାଇପାରିବ ସେନେଇ ଯତ୍ନବାନ ହେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.