ETV Bharat / state

ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ଓଡ଼ିଶା ଆନ୍ଧ୍ର ସୀମାରେ ଅଟକିଛି ହଜାରହଜାର ଟ୍ରକ

author img

By

Published : Mar 16, 2023, 10:29 PM IST

ଓଡିଶା ଆନ୍ଧ୍ର ସୀମାରେ ଅଟକିଛି ହଜାର ହଜାର ଟ୍ରକ
ଓଡିଶା ଆନ୍ଧ୍ର ସୀମାରେ ଅଟକିଛି ହଜାର ହଜାର ଟ୍ରକ

10 ଦଫା ଦାବିକୁ ନେଇ ଓଡିଶା ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଓ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ଓଡିଶା ଆନ୍ଧ୍ର ସୀମାରେ ଅଟକିଛି ହଜାର ହଜାର ଟ୍ରକ

ରାୟଗଡା: ଦ୍ବିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଦଶ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ । ସରକରଙ୍କ ପାଇଁ ମହାସଂଘ ପକ୍ଷରୁ ୧୦ଟି ଦାବି ଉପସ୍ଥାପନ କରାଯାଇଛି । ତେବେ ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଯୋଗୁଁ ଓଡ଼ିଶା ଆନ୍ଧ୍ର ସୀମାରେ ଅଟକିଛି ହଜାରହଜାର ଟ୍ରକ । ଗତକାଲିଠାରୁ ଷ୍ଟିଅରିଂ ଛାଡି ଆନ୍ଦୋଳନ କାରଣରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି । ପେଟ୍ରୋଲ ପମ୍ପରେ ପେଟ୍ରୋଲର ଅଭାବ ଦେଖିବାକୁ ମିଳିଛି ।

ତେବେ ଏହି ଆନ୍ଦୋଳନ ଫଳରେ ରାୟଗଡାର ବିଭିନ୍ନ ସ୍ଥାନରେ ପ୍ରଭାବ ପରିଲଖିତ ହୋଇଛି । ଓଡିଶା ଆନ୍ଧ୍ର ସୀମାରେ ଅଟକିଛି ହଜାର ହଜାର ଟ୍ରକ । ଅନ୍ୟପଟେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଫଳରେ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାଜରାସ୍ତାରେ ଅତ୍ୟାବଶକ ସାମଗ୍ରୀ ନେଇ ଆସୁଥିବା ଟ୍ରକଗୁଡିକ ଅଟକି ରହିବା ଯୋଗୁଁ ପନିପରିବା ଓ ଫଳ ସବୁ ନଷ୍ଟ ହେବାର ଆଶଙ୍କା କରାଯାଉଛି ।

ରାୟଗଡା ଜିଲ୍ଲାରେ ଡ୍ରାଇଭର ସଂଘ ଶାନ୍ତି ପୂର୍ଣ୍ଣ ଭାବରେ ଷ୍ଟିଅରିଂ ଆନ୍ଦୋଳନ କରିଛି । ଧର୍ମଘଟ ସମୟରେ ଆମ୍ବୁଲାନ୍ସ ସେବା, ଅଗ୍ନିଶମ ବାହିନୀ ସେବା ,ଗଣମାଧ୍ୟମ ,ସ୍କୁଲ ଗାଡି ସେବା ,ଖାଦ୍ୟ ସେବା ପ୍ରଶାସନିକ ଗମନାଗମନ ଅବ୍ୟାହତ ରହିଛି । ତେବେ ସାରା ରାଜ୍ୟରେ ବର୍ତ୍ତମାନ ଯୁକ୍ତ ଦୁଇ ଏବଂ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ବିଶେଷ କରି ଅଟୋ ଚାଳକ ସଂଘ ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡି ଆନ୍ଦୋଳନକୁ ସମର୍ଥନ କରିଛି । ଫଳରେ ଅଟୋ ଚଳାଚଳ ବନ୍ଦ ରହିବା କାରଣରୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡିଛି । ଏହି ଆନ୍ଦୋଳନକୁ ସମର୍ଥ ଦେଇ ରାୟଗଡ଼ା ଅଟୋ ଚାଳକ ସଂଘ, ବସ୍ ଡ୍ରାଇଭର ସଂଘ ଓ ଅନ୍ୟାନ୍ୟ ଚାଳକ ସଂଘ ଟ୍ୟାକ୍ସି ଚଳାଚଳ ବନ୍ଦ ରଖିଥିବା ଦେଖିବାକୁ ମିଳିଥିଲା ।

ତେବେ ଡ୍ରାଇଭର ସଙ୍ଘ ୧୦ ଦଫା ଦାବି ହେଉଛି । ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି, ପ୍ରତି 100 କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, 55 ବର୍ଷ ପରେ ପେନସନ ଦାବି କରିଛନ୍ତି । ଏହାସହ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 20 ଲକ୍ଷ, ଅକ୍ଷମ ହେଇଗଲେ 10 ଲକ୍ଷ ସହ ଚିକିତ୍ସା ପାଇଁ 5 ଲକ୍ଷ ଦାବି କରିଛନ୍ତି । ଏହାସହ ଆବାସ ଯୋଜନାରେ ସାମିଲ, ପିଲାଙ୍କ ଲାଗି ଉଚ୍ଚ ଶିକ୍ଷାର ବ୍ୟବସ୍ତା, ଲାଇସେନ୍ସ ପାଇଁ ଫାଇନ 15 ହଜାର ଟଙ୍କା ହଟାଯିବାକୁ ଦାବି ନେଇ ରାଜରାସ୍ତାରେ ଅବରୋଧ କରିଛନ୍ତି ବସ ଡ୍ରାଇଭର ସଙ୍ଘ । ଇଟିଭା ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.