ETV Bharat / state

ପାଣି ସମସ୍ୟା ପାଇଁ ପଞ୍ଚାୟତ ଅଫିସରେ ତାଲା

author img

By

Published : Dec 31, 2020, 8:58 PM IST

ପାଣି ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା
ପାଣି ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା

ପିଇବା ପାଣି ବୁନ୍ଦାଏ ପାଇଁ ଗୁହାରୀ କରି ନୟାନ୍ତ ହେବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାପକାଇଲେ ଗ୍ରାମବାସୀ। କିନ୍ତୁ, ନିଦା ବିଷ୍ଣୁ ସାଜିଛନ୍ତି ନେତା ଓ ପ୍ରଶାସନ। ଅପରପକ୍ଷେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡାର ବିଷମକଟକ ବ୍ଲକ ଚାଟିକଣା ପଞ୍ଚାୟତରେ । ଅଧିକ ପଢନ୍ତୁ...

ରାୟଗଡା: ପିଇବା ପାଣି ବୁନ୍ଦାଏ ପାଇଁ ଗୁହାରୀ କରି ନୟାନ୍ତ ହେବା ପରେ ପଞ୍ଚାୟତ କାର୍ଯ୍ୟଳୟରେ ତାଲାପକାଇଲେ ଗ୍ରାମବାସୀ। କିନ୍ତୁ, ନିଦା ବିଷ୍ଣୁ ସାଜିଛନ୍ତି ନେତା ଓ ପ୍ରଶାସନ। ଅପରପକ୍ଷେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡାର ବିଷମକଟକ ବ୍ଲକ ଚାଟିକଣା ପଞ୍ଚାୟତରେ ।

ପାଣି ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା
ପାଣି ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା

ଗତ ତିନି ମାସରୁ ଉର୍ଦ୍ଧ୍ବ ହେବ ପିଇବା ପାଣିର ଘୋର ଅସୁବିଧା ଦେଖା ଦେଇଛି । ଗ୍ରାମର ଅଧିବାସୀ ମାନେ ବାଧ୍ୟ ହୋଇ ନଈର ଅସୁଦ୍ଧ ପାଣିକୁ ରୋଷେଇ କରିବା ସହ ପିଇବା ପାଇଁ ବ୍ୟବହାର କରୁଛନ୍ତି । ଯଦ୍ଦ୍ବାରା ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଏହି ପିଇବା ପାଣିର ଅସୁବିଧା ସମ୍ପର୍କରେ ଚାଟିକଣା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଦୀର୍ଘ ତିନି ମାସ ହେବ ଗୁହାରୀ କରିଲେ ମଧ୍ୟ କେହି ବି କଥା ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ପାଣି ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା

ତେଣୁ, ଆଜି(ଗୁରୁବାର) ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଚାଟିକଣା ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ । ଯଦି ଜଳ ଯୋଗାଣ ପ୍ରକ୍ରିୟାକୁ ଖୁବଶୀଘ୍ର ତ୍ୱରାନ୍ୱିତ କରି ଟ୍ୟୁବେଲ ଗୁଡ଼ିକର ମରାମତି କାର୍ଯ୍ୟ ସମ୍ପାଦନ କରି ପିଇବା ପାଣିର ସମସ୍ୟା ଦୂର କରାନଯାଏ, ତାହେଲେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ମଧ୍ୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ତେବେ ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.