ETV Bharat / state

ଚାଲାଣ ହୋଇଥାନ୍ତା 80 ଲକ୍ଷର ଗଞ୍ଜେଇ, ମାଡି ବସିଲା ପଦ୍ମପୁର ପୋଲିସ

author img

By

Published : Nov 13, 2021, 7:33 AM IST

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କଲା ପଦ୍ମପୁର ପୋଲିସ
୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କଲା ପଦ୍ମପୁର ପୋଲିସ

ରାଜ୍ୟରେ ବଢି ଚାଲିଛି ଗଞ୍ଜେଇ ବେପାର । ରାୟଗଡ଼ା ଜିଲ୍ଲାରେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ । ଅଧିକ ପଢନ୍ତୁ...

ରାୟଗଡ଼ା: ରାଜ୍ୟରେ ବଢି ଚାଲିଛି ଗଞ୍ଜେଇ ବେପାର । ପ୍ରତିଦିନ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ । ତେବେ ରାୟଗଡ଼ା ଜିଲ୍ଲାରେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ । ପଦ୍ମପୁର ଓ କେନ୍ଦୁଗୁଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଗୁଡା ଫାଣ୍ଡି ଅଧିନସ୍ଥ ସିମିରି ଵିଶ୍ରାମଗାରରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଅପେକ୍ଷା କରିଥିବା ସମୟରେ ପୋଲିସ ଚଢ଼ାଉ କରି ୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ।

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କଲା ପଦ୍ମପୁର ପୋଲିସ

ଗିରଫ ଦୁଇଜଣ ହେଲେ ସିମିରି ଗ୍ରାମର ରେକଡ଼ା ବେଇନା ଓ ମିଲିକାପାଙ୍ଗା ଗାଁର ଟୁନା ଲିମା । ଏହି ଗଞ୍ଜେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବାର ଜଣା ପଡ଼ିଛି । ତେବେ ଗଞ୍ଜେଇର ଅନୁମାନିକ ମୂଲ୍ୟ 80 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏପଟେ ଗିରଫ ରେକଡ଼ା ବେଇନା ଓ ଟୁନା ଲିମାକୁ ଗତକାଲି(ଶୁକ୍ରବାର) କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପଦ୍ମପୁର ପୋଲିସ ଅଧିକାରୀ ବିଶ୍ବ ରଞ୍ଜନ ଦାସ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.