ETV Bharat / state

ବାର୍ଦ୍ଧକ୍ୟ ଭତ୍ତା ପାଇଁ ୨ କି.ମି ଭାରରେ ବୁହାହେଲେ ବୃଦ୍ଧା

author img

By

Published : Nov 6, 2021, 4:10 PM IST

ଗମନାଗମନ ପାଇଁ ନାହିଁ ରାସ୍ତା କି ବ୍ରିଜ, ଭତ୍ତା ପାଇଁ ଭାରାରେ ବୁହାହେଲ ବୃଦ୍ଧା
ଗମନାଗମନ ପାଇଁ ନାହିଁ ରାସ୍ତା କି ବ୍ରିଜ, ଭତ୍ତା ପାଇଁ ଭାରାରେ ବୁହାହେଲ ବୃଦ୍ଧା

କାଶୀପୁର ବ୍ଲକରେ ସରକାରୀ ଯୋଜନା ଆଜିବି ଅପହଞ୍ଚ । ଭତ୍ତା ପାଇଁ ଭାରରେ ବୁହାହେଲେ ବୃଦ୍ଧା । ଅଧିକ ପଢନ୍ତୁ...

ରାୟଗଡା : କାଶୀପୁର ବ୍ଲକରେ ସରକାରୀ ଯୋଜନା ଆଜିବି ଅପହଞ୍ଚ । ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ରାସ୍ତାଘାଟ ଭଳି ମୌଳିକ ସୁବିଧା ପହଞ୍ଚିପାରୁ ନାହିଁ । କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଯୋଜନାର ପହଞ୍ଚି ନଥିବା ଯୋଗୁଁ ସାଧାରଣ ଲୋକଟିଏ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛି ।

ଗମନାଗମନ ପାଇଁ ନାହିଁ ରାସ୍ତା କି ବ୍ରିଜ, ଭତ୍ତା ପାଇଁ ଭାରାରେ ବୁହାହେଲ ବୃଦ୍ଧା

କେତେବେଳେ ଅନାହାର ମୃତ୍ୟୁ ତ ପୁଣି କେତେବେଳେ ଜନନୀ ଯନ୍ତ୍ରଣା ଏବେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୨ କିଲୋମିଟର ଭାରରେ ବୁହା ହେଲେ ବୃଦ୍ଧା । ଯାହା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୁଡିପାରି ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଗାଁରେ । ଏହି ଗାଁର ୭୬ ବର୍ଷୀୟ ବୃଦ୍ଧା ସୁକୁରୀ ଗୌଡଙ୍କୁ ଦୁଇ ପୁଅ ବୃଦ୍ଧାଙ୍କୁ ଭତ୍ତା ପାଇବା ପାଇଁ ନିଜ ଗାଁରୁ ଅନ୍ୟ ଏକ ସ୍ଥାନକୁ ଯାଉଥିଲେ ।

ହେଲେ ରାସ୍ତା କି ବ୍ରିଜ ନ ଥିବାରୁ ବୃଦ୍ଧାଙ୍କୁ ଏକ ବାଉଁଶ ଟୋକେଇରେ ଭାର କରି ଦୁଇଟି ଝରଣା ପାର କରି କୁଡିପାରି ପଞ୍ଚୟତକୁ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ସୁକୁରୀ ନୁହଁ ଏପରି ଅନେକ ବୃଦ୍ଧା ଅଛନ୍ତି, ଯିଏକି ବୟସର ଅପରାହ୍ନରେ ଚାଲି ବୁଲି ପାରୁନଥିବା ବେଳେ ଗମନାଗମନ ସୁବିଧା ନଥିବା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଏପରି ଦହଗଞ୍ଜ ହୋଇଥାନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.