ETV Bharat / state

ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟାକରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

author img

By

Published : Oct 8, 2022, 6:09 PM IST

Updated : Oct 8, 2022, 6:32 PM IST

ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟାକରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟାକରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ବନ୍ଧପଦର ଗ୍ରାମରେ ଅଭାବନୀୟ ଘଟଣା । ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟାକରି ଅଖାରେ ପଥର ବାନ୍ଧି ପୋଖରିରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ରାୟଗଡା: ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟାକରି ଅଖାରେ ପଥରବାନ୍ଧି ପୋଖରିରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ବନ୍ଧପଦର ଗ୍ରାମରେ । ମୃତକ ହେଲେ ବନ୍ଧପଦର ଗ୍ରାମର ପୋଇଲି ମାଝୀ । ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟାକରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ବନ୍ଧପଦର ଗ୍ରାମର ପୋଇଲି ମାଝୀ ଗତ ୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ । ଏନେଇ ପରିବାରଲେକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ତେବେ ପରିବାରଲୋକଙ୍କ ପକ୍ଷରୁ ଶୁକ୍ରବାର ସକାଳେ ଟିକିରି ଥାନାରେ ଏତଲା ଦିଆଯାଇଥିଲା । ତେବେ ଶୁକ୍ରବାର ସନ୍ଧ୍ୟାରେ ଗାଁ ନିକଟ ପୋଖରୀ ପାଖରେ ପିନ୍ଧିଥିବା ଗାମୁଛା ଓ ସାର୍ଟ ପଡିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍ତା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଥିଲେ । ଟିକିରି ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Gas Cylinder Expolsion: ଯୋଧପୁରରେ ୪ ମୃତ, ୧୬ ଆହତ

ରାୟଗଡା ଜିଲ୍ଲାରେ ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଅନ୍ଧ ବିଶ୍ଵାସକୁ ନେଇ ହତ୍ୟା ବଢୁଥିବା ଦେଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ତେବେ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅପହଞ୍ଚ ଗ୍ରାମ ଗୁଡିକରେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟାକାଣ୍ଡ ଘଟାଇବାକୁ ପଛାଉ ନାହାନ୍ତି । ଆଜି ଦିନରେ ମଧ୍ୟ ଅପହଞ୍ଚ ଇଲାକାର ଗ୍ରାମବାସୀମାନେ ରୋଗ ଉପଶମ କରିବା ନିମନ୍ତେ ଡାକ୍ତରଖାନା ଯିବା ପରିବର୍ତ୍ତେ ଝଡା ଫୁଙ୍କାରେ ବିଶ୍ୱାସ କରନ୍ତି ।

ଗାଁର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଗୁଣି ଗାରେଡିରେ ହିଁ ତାର ମୃତ୍ୟୁ ହୋଇଥିବା ବିଶ୍ୱାସ କରନ୍ତି । ଏଭଳି କିଛି ଘଟଣା ଘାଟିଲେ ପ୍ରଶାସନ ତରଫରୁ ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସ ହଟାଇବା ପାଇଁ ତୁରନ୍ତ ଗ୍ରାମରେ ପଥପ୍ରାନ୍ତ ନାଟକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଯଥା ପୂର୍ବମ ତଥା ପରମରେ ହୋଇଯାଉଛି । ଯେତେ ସଚେତନ କରାଗଲେ ମଧ୍ୟ ଲୋକ ପୁଣି ସେହି ଅନ୍ଧ ବିଶ୍ୱାସର ବଶବର୍ତ୍ତି ହୋଇ ଜଘନ୍ୟ ହତ୍ୟାକାଣ୍ଡ ଘଟାଉଛନ୍ତି । କିଛି ଦିନର ନିରବତା ପରେ ପୁଣି ଥରେ ଅନ୍ଧବିଶ୍ୱାସର ଶୀକାର ହୋଇ ଜଣେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ରାୟଗଡା

Last Updated :Oct 8, 2022, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.