ETV Bharat / state

ଜିଲ୍ଲାସ୍ତରୀୟ ମେଗା ଆଇନ ସେବା ଶିବିର: ୧୫୧ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

author img

By

Published : Nov 13, 2021, 7:22 PM IST

ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ
ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ରାୟଗଡା: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକାରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇଥିଲେ । ଆଇନ ସଚେତନତା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ଭବ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଜଜ ତ୍ରିରଞ୍ଜନ ପାତ୍ର, ସ୍ଥାୟୀ ଲୋକ ଅଦାଲତ ସଭାପତି ହିମାଂଶୁ ଶେଖର ବ୍ରହ୍ମା, ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାସହ ବିଭିନ୍ନ ବର୍ଗର ମହିଳା ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ଯୋଜନାରେ ୧୫୧ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.