ETV Bharat / state

ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ମାରିଦେଲେ ମାଓବାଦୀ

author img

By

Published : Sep 1, 2021, 12:06 PM IST

Updated : Sep 1, 2021, 1:52 PM IST

ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟାକଲେ ମାଓବାଦୀ
ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟାକଲେ ମାଓବାଦୀ

ମାଓବାଦୀଙ୍କ ଉନ୍ମତକାଣ୍ଡ । ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା । ଅଧିକ ପଢନ୍ତୁ...

ରାୟଗଡା: ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ହେଉଛନ୍ତି ସନ୍ତୋଷ ଦଣ୍ଡସେନା । ହତ୍ୟା କରିବାପରେ ଘଟଣାସ୍ଥଳରେ ଏକ ପୋଷ୍ଟର ମଧ୍ୟ ଛାଡିଦେଇଛନ୍ତି ମାଓବାଦୀ । ବାଂଶଧାରା- ଘୁମୁସର- ନାଗାବଳି ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ଛଡାଯାଇଛି। ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ଟିକରପଡା ଗାଁ ନିକଟରେ ବିଳମ୍ବିତ ରାତିରେ ସନ୍ତୋଷଙ୍କୁ ମାଓବାଦୀମାନେ ଘରୁ ଡାକି ନେଇଥିଲେ । ଗାଁ ଠାରୁ ୫୦ ମିଟର ଦୂରରେ ତାଙ୍କୁ ହତ୍ୟା କରିଥିଲେ ।

ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟାକଲେ ମାଓବାଦୀ

ଏହି ପୋଷ୍ଟରରେ ଲେଖାଯାଇଛି ଯେ, ଆଗରୁ ସନ୍ତୋଷକୁ ବହୁବାର ତାଗିତ କରାଯାଇଥିଲା। ତଥାପି ସନ୍ତୋଷ ଇନଫର୍ମର ସାଜିଥିଲେ । ଏ ଅଞ୍ଚଳର କିଛି ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫର୍ମର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସନ୍ତୋଷ । ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଅନ୍ୟମାନେ ଯଦି କ୍ଷମା ନ ମାଗନ୍ତି ସେମାନଙ୍କୁ ମଧ୍ୟ ସନ୍ତୋଷ ଭଳି ଶାସ୍ତି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟାକଲେ ମାଓବାଦୀ
ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟାକଲେ ମାଓବାଦୀ

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated :Sep 1, 2021, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.